ନୂଆଦିଲ୍ଲୀ : ଦୁବାଇରେ ଚାକିରି , ଟ୍ୟାକ୍ସ –ଫ୍ରି ଦରମା ଓ ଆକର୍ଷଣୀୟ ଲାଇଫଷ୍ଟାଇଲର ସ୍ୱପ୍ନ ପ୍ରତି ବର୍ଷ ହଜାର ହଜାର ଭାରତୀୟଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ଥାଏ। ସୋସିଆଲ ମିଡିଆରେ ମଧ୍ୟ ଦୁବାଇର ଚମକ , ଉଚ୍ଚ ବିଲ୍ଡିଂ ଓ କ୍ୟାରିୟର ଗ୍ରୋଥର ଫଟୋ ଖୁବ୍ ଦେଖିବାକୁ ମିଳି ଥାଏ। କିନ୍ତୁ ସତରେ କଣ ବିଦେଶରେ ରହିବାର ଜୀବନ ସେତିକି ସହଜ ହୋଇ ଥାଏ , ଯେମିତି ଦେଖାଯାଏ। ଦୁବାଇ ଭାରତୀୟଙ୍କ ପାଇଁ ସବୁଠୁ ଲୋକପ୍ରିୟ ରୋଜଗାର ସ୍ଥଳ ଗୁଡ଼ିକ ମଧ୍ୟରୁ ଗୋଟିଏ। ଲକ୍ଷ ଲକ୍ଷ ଭାରତୀୟ ସେଠାରେ ଚାକିରି ଓ ବ୍ୟବସାୟ କରନ୍ତି। ଭଲ ଦରମା ଓ ଟ୍ୟାକ୍ସ ଫ୍ରି ଇନକମ କାରଣରୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ଲୋକେ ଦୁବାଇ ଯାଆନ୍ତି। ଦୁବାଇରେ ଏକୁଟିଆ ରହୁଥିବା ୨୩ ବର୍ଷିୟା ଭାରତୀୟ ମହିଳା ଅନୁଷ୍କା ଶର୍ମା ନିଜର ଇନଷ୍ଟାଗ୍ରାମ୍ ଭିଡିଓରେ ଏହି ପ୍ରଶ୍ନର ଜବାବ ଦେବାକୁ ଚେଷ୍ଟା କରିଛନ୍ତି। ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଭିଡିଓରେ ଅନୁଷ୍କା କହୁଛନ୍ତି, ଦୁବାଇରେ କେବଳ ଟ୍ୟାକ୍ସ-ଫ୍ରି ଦରମା ଦେଖିବାକୁ ମିଳେ, କିନ୍ତୁ ଏଠାର ପ୍ରକୃତ ମୂଲ୍ୟ କେହି ଜାଣନ୍ତି ନାହିଁ। ଘର ଠାରୁ ଦୂରରେ ରହିବା, ଅସୁସ୍ଥ ହେଲେ ସବୁକିଛି ଏକୁଟିଆ ସମ୍ଭାଳିବା ଓ ପ୍ରତି ଉତ୍ସବରେ କେବଳ ଭିଡିଓ କଲ କରିବା ସହଜ ନୁହେଁ। ୟୁଏଇରେ ଭାରତୀୟ ସବୁଠୁ ବଡ଼ ପ୍ରବାସୀ ଗୋଷ୍ଠୀ। ବିଭିନ୍ନ ସରକାରୀ ଓ ସାର୍ବଜନିକ ଆକଳନ ଅନୁସାରେ, ସେଠାରେ ପ୍ରାୟ ୩୫ରୁ ୪୦ ଲକ୍ଷ ଭାରତୀୟ ରୁହନ୍ତି, ଯେଉଁଥିରେ ବହୁ ସଂଖ୍ୟାରେ ଚାକିରିଆ ଲୋକ ଅଛନ୍ତି।
ଅନୁଷ୍କାଙ୍କ ମୁତାବିକ, ସୋସିଆଲ ମିଡିଆରେ ଲୋକଙ୍କୁ କେବଳ ଖୁବ୍ ସୁନ୍ଦର ଲାଇଫଷ୍ଟାଇଲ , ୱିକେଣ୍ଡ ଆଉଟିଂ ଓ କ୍ୟାରିୟର ଗ୍ରୋଥ୍ ଦେଖାଯାଏ। ହେଲେ ଘର ଠାରୁ ଦୂରରେ ରହିଥିବା ଲୋକ ହିଁ ଜାଣନ୍ତି ଯେ, ଏହା ପଛରେ କେତେ ଭାବନାତ୍ମକ ଚ୍ୟାଲେଞ୍ଜ ସବୁ ଲୁଚି ରହି ଥାଏ। ସେ କହିଛନ୍ତି ଯେ, ପରିବାରର ପ୍ରମୁଖ ମୂହୁର୍ତ୍ତରୁ ଦୂରରେ ରହିବା , ଅଫିସରେ ଦୀର୍ଘ ସମୟ ପରେ ଏକୁଟିଆ ପ୍ରତି ଦାୟିତ୍ୱ ସମ୍ଭାଳିବା ଓ ହଠାତ୍ ଘର କଥା ମନେପଡ଼ିବା ମାନସିକ ରୂପେ ଖୁବ୍ ମୁସ୍କିଲ ହୋଇ ଥାଏ।
ଦୁବାଇରେ ଅଧିକାଂଶ କର୍ମଚାରୀଙ୍କ ଦରମାରେ ବ୍ୟକ୍ତିଗତ ଆୟକର ଲାଗେ ନାହିଁ। ଏହି କାରଣରୁ ସେଠାର ଟ୍ୟାକ୍ସ –ଫ୍ରି ସାଲାରୀ ସାରାବିଶ୍ୱର ଚାକିରିଆଙ୍କୁ ଆକର୍ଷିତ କରେ। ହେଲେ ରହିବା , ଭଡ଼ା , ପରିବହନ ଓ ଅନ୍ୟ ଖର୍ଚ୍ଚ ଖୁବ୍ ଅଧିକ ହୋଇ ପାରେ। ଭିଡିଓରେ ଅନୁଷ୍କା ଆହୁରି କହିଛନ୍ତି ଯେ , ତାଙ୍କର କହିବାର ଅଛି ଯେ, ଆଜି କରାଯାଇ ଥିବା ତ୍ୟାଗ ଭବିଷ୍ୟତରେ ପରିବାରର ଆର୍ଥିକ ସୁରକ୍ଷା ଓ ଉତ୍ତମ ଜୀବନର ମୂଳଦୁଆ ହୋଇ ପାରେ। ସେ କହିଛନ୍ତି ମନେରଖିବ ତୁମେ ଏହି ଯାତ୍ରା କାହିଁକି ଆରମ୍ଭ କରିଥିଲ। ଆଜି ନିଜର କମଫର୍ଟ ଜୋନରୁ ବାହାରି ଯେଉଁ ପରିଶ୍ରମ କରୁଛ, ତାହା ତୁମ ପରିବାରର ଉତ୍ତମ ଭବିଷ୍ୟତ ଓ ଆର୍ଥିକ ସ୍ୱତନ୍ତ୍ରତାର ସବୁଠୁ ବଡ଼ ଶକ୍ତି ହୋଇପାରେ।
ଆହୁରି ମଧ୍ୟ ପଢନ୍ତୁ - ଭାରତୀୟ ମହିଳା ଜଣାଇଲେ ନ୍ୟୁଜିଲାଣ୍ଡର 'ୱାର୍କ କଲଚର’ : କହିଲେ କର୍ମଚାରୀଙ୍କ ସମୟ, ପରିଶ୍ରମ ଓ ବ୍ୟକ୍ତିଗତ ଜୀବନକୁ ମିଳେ ସମ୍ମାନ
ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର ଅନୁଷ୍କାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି। କିଛି ଲୋକ ଲେଖିଛନ୍ତି ଯେ, ବିଦେଶରେ ରହୁଥିବା ଅଧିକାଂଶ ଲୋକ ଏମିତି ଭାବନା ଦେଇ ଗତି କରନ୍ତି ,ଆଉ କିଛି ଲୋକଙ୍କ ମତରେ ଘର ଠାରୁ ଦୂରରେ ରହି କ୍ୟାରିୟର କରିବା ସହଜ ନୁହେଁ। ହେଲେ କିଛି ୟୁଜର ଏହା ମଧ୍ୟ କହିଛନ୍ତି ଯେ, ବିଦେଶରେ ରହିବାର ଅନୁଭବ ପ୍ରତି ବ୍ୟକ୍ତିଙ୍କ ପାଇଁ ଅଲଗା ହୋଇ ପାରେ ଏବଂ ଏହାକୁ ସମସ୍ତଙ୍କ ଉପରେ ଲାଗୁ କରାଯାଇ ପାରିବ ନାହିଁ।