ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ୱାର୍ଲ୍ଡ ଗୋଲ୍ଡ କାଉନସିଲ ରିପୋର୍ଟ, ଭାରତୀୟ ମହିଳାଙ୍କ ପାଖରେ ୨୪ ହଜାର ଟନ୍ ସୁନା

Published By : Ankita S | November 24, 2024 9:04 AM

ନୂଆଦିଲ୍ଲୀ,୨୪/୧୧: ସୁନାର ସଉକ ପ୍ରାୟ ସମସ୍ତଙ୍କର ଥାଏ । ବଶେଷ କରି ଭାରତୀୟଙ୍କ ମଧ୍ୟରେ ସୁନା କିଣିବାର ସଉକ ଟିକେ ଅଧିକ ଦେଖିବାକୁ ମିଳିଥାଏ । ଧନତେରସ ହେଉ କି ଅନ୍ୟ କିଛି ପର୍ବ ସବୁଥିରେ ଭାରତୀୟ ମହିଳା ମାନେ ସୁନା କିଣିଥାନ୍ତି । ବିଶେଷ କରି ଧନତେସରରେ ସୁନାଦୋକାନରେ ପ୍ରବଳ ଭିଡ ଲାଗିଥାଏ । ତେବେ ଜାଣିଛନ୍ତି ଭାରତୀୟଙ୍କ ପାଖରେ କେତେ ସୁନା ରହିଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲ ରିପୋର୍ଟ ଅନୁସାରେ ଭାରତୀୟଙ୍କ ପାଖରେ ୨୪ ହଜାର ଟନ୍ ସୁନା ରହିଛି ।

ଏହା ସିହତ ୱାର୍ଲ୍ଡ ଗୋଲ୍ଡ କାଉନସିଲ ରିପୋର୍ଟରୁ ଏହା ଜଣାପଡିଛି ଯେ, ବିଶ୍ବରେ ଯେତେ ସୁନା ମହଜୁତ ରହିଛି ତାର ୧୧ ପ୍ରତିଶତ ସୁନା ଭାରତୀୟ ମହିଳାମାନେ ଗହଣା ଆକାରରେ ପିନ୍ଧୁଛନ୍ତି । ଖାଲି ସେତିକି ନୁହେଁ ଭାରତୀୟ ମହିଳାମାନେ ଯେତିକି ସୁନା ପିନ୍ଧୁଛନ୍ତି ତାହା ବିଶ୍ବରେ ସର୍ବାଧିକ ସୁନା ମହଜୁତ ରଖିଥିବା ୫ଟି ଦେଶଠାରୁ ମଧ୍ୟ ଅଧିକ। ଏହି ତାଲିକାରେ ଭାରତ ପାଖରେ ୨୪ ହଜାର ଟନ ସୁନା ଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକା ନିକଟରେ ୮ ହଜାର ଟନ୍, ଜର୍ମାନୀ ପାଖରେ ୩୩୦୦ ଟନ, ଇଟାଲୀ ପାଖରେ ୨,୪୫୦ ଟନ୍, ଫ୍ରାନ୍ସ ପାଖରେ ୨,୪୦୦ ଟନ ସୁନା ରହିଥିବା ବେଳେ ଋଷିଆ ନିକଟରେ ୧,୯୦୦ ଟନ୍ ସ୍ବର୍ଣ୍ଣ ଅଳଙ୍କାର ରହିଛି ।

ଭାରତର ବିଭିନ୍ନ ଅଞ୍ଚଳର ଲୋକଙ୍କ ସୁନା ମହଜୁତ ଓ ବ୍ୟବହାରକୁ ଦେଖିଲେ ଦକ୍ଷିଣ ଭାରତରେ ସବୁଠୁ ଆଗରେ ରହିଛି । ଦେଶରେ ଥିବା ମୋଟ ସୁନାର ୪୦ ପ୍ରତିଶତ ଦକ୍ଷିଣ ଭାରତ ଲୋକଙ୍କ ପାଖରେ ରହିଛି ।  ସେଥିରୁ ୨୮ ପ୍ରତିଶତ ସୁନା କେବଳ ତାମିଲନାଡୁ ପାଖରେ ରହିଛି । ସେଣ୍ଟ୍ରାଲ ବୋର୍ଡ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ନିମୟ ଅନୁସାରେ, ଭାରତରେ ବିବାହିତା ମହିଳା ୫୦୦ ଗ୍ରାମ ସୁନା ରଖିପାରିବେ । ସେହିପରି ଅବିବାହିତଙ୍କ ପାଖରେ ୨୦୦ ଗ୍ରାମ୍ ସୁନା ରଖିବାର ଅନୁମତି ରହିଛି । ପୁରୁଷମାନଙ୍କୁ କେବଳ ୧୦୦ ଗ୍ରାମ୍ ସୁନା ରଖିବାର ନିୟମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.