ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଟ୍ରମ୍ପଙ୍କୁ ଭାରତର ଜବାବ, ଏମଇଏ କହିଲା- କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ମଞ୍ଜୁର ନୁହେଁ

Published By : Tapas Panda | May 13, 2025 6:13 PM

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧବିରତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସମୟରେ ଯୁଦ୍ଧବିରତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ କାଶ୍ମୀର ଉପରେ ମଧ୍ୟସ୍ଥତା ଗ୍ରହଣ କରୁନାହୁଁ । ପାକିସ୍ତାନକୁ ପିଓକେ ଖାଲି କରିବାକୁ ପଡିବ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଜମ୍ମୁକାଶ୍ମୀର ସହ ଜଡିତ ଯେକୌଣସି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ଦ୍ୱାରା ଦ୍ୱିପାକ୍ଷିକ ଭାବରେ ସମାଧାନ କରାଯିବା ଉଚିତ । ଏହି ନୀତି ପରିବର୍ତ୍ତନ ହୋଇନାହିଁ । 




ସେ କହିଛନ୍ତି ଯେ, ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ଦ୍ୱାରା ଦିଆଯାଇଥିବା ପୂର୍ବ ସୂଚନା ଅନୁଯାୟୀ, ମେ ୧୦ ଅପରାହ୍ଣ ୩.୩୫ ରେ ଉଭୟ ଦେଶର ଡିଜିଏମଓ ସ୍ତରରେ ଯୁଦ୍ଧବିରତି ଉପରେ ଆଲୋଚନା ହୋଇଥିଲା । ପାକିସ୍ତାନ ହାଇକମିଶନ ମାଧ୍ୟମରେ ବୈଦେଶିକ ମନ୍ତ୍ରଣାଳୟକୁ ଏହି ଆଲୋଚନା ବିଷୟରେ ଅପରାହ୍ନ ୧୨.୩୭ରେ ସୂଚନା ଦିଆଯାଇଥିଲା । ପାକିସ୍ତାନରେ ଆଭ୍ୟନ୍ତରୀଣ ବୈଷୟିକ ସମସ୍ୟା ଯୋଗୁଁ ହଟଲାଇନ୍ ସଂଯୋଗ କରିବାରେ ବିଳମ୍ବ ହୋଇଥିଲା । 

ରଣଧୀର ଜୟସୱାଲ କହିଛନ୍ତି ଯେ, ମେ’ ୧୦ ତାରିଖ ସକାଳେ ଭାରତୀୟ ସେନା ପାକିସ୍ତାନ ଏୟାରବେସକୁ ଧ୍ୱଂସ କରିଦେଇଥିଲା । ଏହା ପରେ ପାକିସ୍ତାନର ସ୍ୱର ବଦଳିଥିଲା । ପାକିସ୍ତାନ ଗୁଳିବର୍ଷା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନକୁ ଗୁଳିମାଡ଼ ବନ୍ଦ କରିବାକୁ ବାଧ୍ୟ କରିଥିଲା। ଅନ୍ୟ ଦେଶଗୁଡ଼ିକ ପରି, ଭାରତ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି । ଦେଶବାସୀଙ୍କୁ ଜଣାଇ ଦେଇଛି ଯେ, ଭାରତ  ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣର ଜବାବ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ଦେଇଛି । ଏହା ପରେ ଯେତେବେଳେ ପାକିସ୍ତାନୀ ସଶସ୍ତ୍ର ସେନା ଗୁଳିବର୍ଷା କଲା, ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ, ମେ’ ୭ରେ ଅପରେସନ ସିନ୍ଦୂର ଆରମ୍ଭ ହେବାଠାରୁ ମେ’୧୦ରେ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଚୁକ୍ତି ପର୍ଯ୍ୟନ୍ତ, ଭାରତ ଏବଂ ଆମେରିକୀୟ ନେତାମାନଙ୍କ ମଧ୍ୟରେ ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ବାଣିଜ୍ୟ ପ୍ରସଙ୍ଗ ଉଠି ନଥିଲା । ଏହା ସହ ସେ ଆହୁରି କହିଛନ୍ତି ଯେ, CCS (ସୁରକ୍ଷା ଉପରେ କ୍ୟାବିନେଟ୍ କମିଟି) ନିଷ୍ପତ୍ତି ପରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି। ନିଷ୍ପତ୍ତି ଅନୁଯାୟୀ ଯେପର୍ଯ୍ୟନ୍ତ ପାକିସ୍ତାନ ବିଶ୍ୱସନୀୟ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ କରିବ ସେପର୍ଯ୍ୟନ୍ତ ଭାରତ ଚୁକ୍ତିକୁ ସ୍ଥଗିତ ରଖିବ । 

ଆମେ ପାକିସ୍ତାନୀ ପକ୍ଷ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଦେଖିଛୁ । ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ  ଯଦି ସେହି ଦେଶ ଭାବୁଥାଏ ଏହାର ପରିଣାମରୁ ରକ୍ଷା ପାଇପାରିବ, ତେବେ ସେ ନିଜକୁ ମୂର୍ଖ ବନାଉଛି । ଭାରତ ସମେତ ବିଶ୍ବର ଅନେକ ନିରୀହ ଲୋକଙ୍କ ହତ୍ୟାର ପ୍ରତିଶୋଧ ସ୍ବରୂପ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ବଂସ କରାଯାଇଛି ।  ଏବେ ଏକ ନୂତନ ସ୍ୱାଭାବିକତା ଆସିଛି। ପାକିସ୍ତାନ ଯେତେ ଶୀଘ୍ର ଏହା ବୁଝିବ, ସେତେ ଭଲ ବୋଲି କହିଛନ୍ତି ରଣଧୀର ଜୟସୱାଲ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.