ନୂଆଦିଲ୍ଲୀ :  ୟୁଟ୍ୟୁବ ଶୋ’ ଇଣ୍ଡିୟାଜ ଗଟ୍‌ ଲାଟେଣ୍ଟରେ ଅଶ୍ଳୀଳ କମେଣ୍ଟସ କରି ଫସି ଥିବା ୟୁଟ୍ୟୁବର୍ସ ରଣବୀର ଆହ୍ଲାବାଦିଆ ଓ ଅପୂର୍ବା ମୁଖିଜା ବ୍ୟାକଫୁଟ୍‌କୁ ଆସିଛନ୍ତି। ଅନେକ ରାଜ୍ୟରେ ଏଫଆଇଆର ରୁଜୁ ହେବା ଓ ସୁପ୍ରିମକୋର୍ଟଙ୍କ ଠାରୁ ତାଗିଦ୍‌ ଶୁଣିବା ପରେ ଆହ୍ଲାବାଦିଆ , ମୁଖିଜାଙ୍କ ସମେତ ଅନ୍ୟ ମହିଳା ଆୟୋଗର ସମ୍ମୁଖରେ ହାଜର ହୋଇ ଲିଖିତ କ୍ଷମା ମାଗିଛନ୍ତି। ଆହ୍ଲାବାଦିଆ କହିଛନ୍ତି କି, ଏହି ଭୁଲ ପ୍ରଥମ ଓ ଶେଷ ଥର ହୋଇଛି। ଏମିତି ଭାଷାର ବ୍ୟବହାର କରିବା ଉଚିତ୍‌ ନୁହେଁ । ପ୍ୟାନେଲର ଅଧ୍ୟକ୍ଷ ବିଜୟା ରହାଟକର ଶୁକ୍ରବାର କହିଛନ୍ତି ଯେ, ଅନଲାଇନ୍‌ ଶୋ'ରେ ତାଙ୍କର ଟିପ୍ପଣୀ କେବେ ବି ସ୍ୱୀକାର୍ଯ୍ୟ ଯୋଗ୍ୟ ନଥିଲା। 

ରଣବୀର ଆହ୍ଲାବାଦିଆ , ମୁଖିଜା ଓ ଶୋ’ର ନିର୍ମାତା ସୌରଭ ବୋଥରା ଓ ତୁଷାର ପୂଜାରୀ ଗୁରୁବାର ରାଷ୍ଟ୍ରୀୟ ମହିଳା ଆୟୋଗ( ଏନସିଡବ୍ଲ୍ୟୁ)ର ସମ୍ମୁଖରେ ହାଜର ହୋଇଛନ୍ତି। ସୂତ୍ରାନୁସାରେ , ଉଭୟ ୟୁଟ୍ୟୁବର୍ସଙ୍କୁ ଘଣ୍ଟା ଘଣ୍ଟା ପଚରାପଚରି କରାଯାଇଛି। ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ରାହତକର କହିଛନ୍ତି ଯେ, ଏନସିଡବ୍ଲ୍ୟୁ ଅନୁଚିତ ଭାଷାର ବ୍ୟବହାରକୁ ସ୍ୱୀକାର କରିବେ ନାହିଁ । ଏନସିଡବ୍ଲ୍ୟୁ ପ୍ରମୁଖ ଏକ ପ୍ରଶ୍ନର ଜବାବରେ କହିଛନ୍ତି , ଚାରି ଜଣ ଲୋକ ଆୟୋଗ ସାମ୍ନାରେ ହାଜର ହୋଇଛନ୍ତି – ତୁଷାର ପୂଜାରୀ , ସୌରଭ ବୋଥରା , ଅପୂର୍ବା ମୁଖିଜା ଓ ରଣବୀର ଆହ୍ଲାବାଦିଆ । ଆୟୋଗ ଅନୁଚିତ ଭାଷାର ବ୍ୟବହାରକୁ ସ୍ୱୀକାର କରିବେ ନାହିଁ । ଏମିତି ଟିପ୍ପଣୀ କେବେ ବି ସ୍ୱୀକାର୍ଯ୍ୟ ନୁହେଁ। 

ରାହତକର କହିଛନ୍ତି ଯେ , ବ୍ୟକ୍ତିମାନେ ନିଜର ଟିପ୍ପଣୀ ଉପରେ ମନସ୍ତାପ କରିଛନ୍ତି। ସେ କହିଛନ୍ତି ,ସାମାଜିକ ପ୍ରଭାବକୁ ଧ୍ୟାନରେ ରଖି , ତାଙ୍କୁ ନୋଟିସ୍‌ ଜାରି କରାଯାଇ ଥିଲା। ସେ ଆୟୋଗ ସମ୍ମୁଖକୁ ଆସିଲେ ଏବଂ ଦୁଃଖ ପ୍ରକାଶ କଲେ । ସେ କହିଥିଲେ ଯେ , ତାଙ୍କୁ ଏହିପରି କଥାବାର୍ତ୍ତା କରିବା ଉଚିତ୍‌ ନଥିଲା ଏବଂ ଏବେ ସେ କ୍ଷମା ପ୍ରାର୍ଥନା ( ଲିଖିତ କ୍ଷମା) ପ୍ରସ୍ତୁତ କରିଛନ୍ତି । ରାହତକର କହିଛନ୍ତି ଯେ,  ବିଶେଷ ରୂପେ ଆହ୍ଲାବାଦିଆ ଏନସିଡବ୍ଲ୍ୟୁକୁ ଆଶ୍ୱାସନା ଦେଇଛନ୍ତି କି, ସେ ଭବିଷ୍ୟତରରେ ଆହୁରି ଅଧିକ ସାବଧାନ ରହିବେ। 

ଆହ୍ଲାବାଦିଆଙ୍କ ଅନୁସାରେ ସେ କହିଛନ୍ତି , ଏହା ପ୍ରଥମ ଓ ଶେଷ ଥର ଯାହାକି ଏମିତି ଭୁଲ୍‌ ହୋଇଛି। ଏବେ ଠାରୁ ମୁଁ ମହିଳାଙ୍କ ବିଷୟରେ ସାବଧାନତା ପୂର୍ବକ ଭାବିବି ଏବଂ ସମ୍ମାନର ସହ କହିବି। ଏନସିଡବ୍ଲ୍ୟୁ ଗତ ମାସରେ କମେଡିଆନ ସମୟ ରୈନାଙ୍କ ଶୋ’ ଆହ୍ଲାବାଦିଆ, ମୁଖିଜା ଓ ଅନ୍ୟମାନଙ୍କ ଦ୍ୱାରା କରାଯାଇ ଥିବା ଟିପ୍ପଣୀର ଧ୍ୟାନକୁ ନେଇଥିଲେ । ଅନେକ ରାଜ୍ୟର ପୁଲିସ କମେଡିଆନ ତଥା ୟୁଟ୍ୟୁବ୍‌ର୍ସଙ୍କ ବିରୋଧରେ ଏଏଫଆଇଆର ରୁଜୁ କରିଛନ୍ତି । ସମୟ ରୈନାଙ୍କ  ଶୋ‘ରେ ମାତା-ପିତା ଓ ଯୌନ ସମ୍ୱନ୍ଧ ଉପରେ ଟିପ୍ପଣୀ କରିବା ପାଇଁ ଆହ୍ଲାବାଦିଆଙ୍କ ବିରୋଧରେ ଅନେକ ଏଫଆଇଆର ରୁଜୁ କରାଯାଇଛି। ହେଲେ ସୁପ୍ରିମକୋର୍ଟ ଆହ୍ଲାବାଦିଆଙ୍କୁ ଗିରଫଦାରୀରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।କୋର୍ଟ ଏହାସହ ଟିପ୍ପଣୀ ଗୁଡ଼ିକୁ ଅଶ୍ଳୀଳ ଦର୍ଶାଇ କହିଛନ୍ତି କି ତାଙ୍କର ମସ୍ତିଷ୍କରେ ମଇଳା ରହିଛି , ଯାହା ସମାଜକୁ ଲଜ୍ଜାକର ହୋଇଛି।