ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

Pahalgam Attack: ଭାରତର ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ମାମଲା; 'ଜଳ ଯୁଦ୍ଧ' ବିରୁଦ୍ଧରେ ଲଢିବାକୁ ଘୋଷଣା କଲା ପାକିସ୍ତାନ

Published By : Bijay Swain | April 24, 2025 5:01 PM

Image courtesy: indiatoday

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ନେଇ ଭାରତ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତି (Indus Waters Treaty) ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଳିବିଳେଇ ଉଠିଛି ପଡୋଶୀ ପାକିସ୍ତାନ। ଭାରତର ଏପରି କଡା ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପାକିସ୍ତାନ “ଜଳ ଯୁଧ୍ୟ” ଓ ବେଆଇନ ପଦକ୍ଷେପ ବୋଲି କହିଛି। ଏହା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ ଏକ ଜରୁରିକାଳିନ ବୈଠକ ଡାକି ଏହାର ଅଦ୍ୟକ୍ଷତା କରିଛନ୍ତି।  ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

ଆପଣଙ୍କୁ ଜଣାଇରକୁ ଯେ ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ସ୍ଥାପିତ ସିନ୍ଧୁ ଜଳ ଚୁକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବଣ୍ଟନର ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଥିଲା। ଏହି ଚୁକ୍ତି ଅନୁଯାୟୀ ସିନ୍ଧୁ, ଝେଲମ୍ ଓ ଚେନାବ ନଦୀର ଜଳ ପାକିସ୍ତାନକୁ ଯାଉଥିବା ବେଳେ ରବି, ବିୟାସ୍ ଓ ସତଲେଜ ନଦୀର ଜଳ ଭାରତ ନିୟନ୍ତ୍ରଣ କରୁଥିଲା। ତେବେ, ପାହାଲଗାମ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ "ଅନିର୍ଦ୍ଦିଷ୍ଟ କାଳ ପାଇଁ" ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଘୋଷଣା କରିଛନ୍ତି ଯେ, "ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ।"

ପାକିସ୍ତାନ ଏହି ନିଷ୍ପତ୍ତିକୁ "ଜଳ ଯୁଦ୍ଧ" ବୋଲି କହି ଏହାକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବାକୁ ପ୍ରତିଶ୍ରୁତି ଦେଇଛି। ପାକିସ୍ତାନର ଜଳଶକ୍ତି ମନ୍ତ୍ରୀ ଆୱାଇସ ଲେଘାରୀ କହିଛନ୍ତି, "ଭାରତର ଏହି ନିଷ୍ପତ୍ତି ଅବୈଧ ଏବଂ ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତୀୟ ସଂସ୍ଥା ସହିତ ଜଡ଼ିତ ଏକ ଚୁକ୍ତିରୁ ଏକତରଫା ଭାବେ ବାହାରିବା ସମ୍ଭବ ନୁହେଁ। ଆମେ ଏହାକୁ ଆଇନଗତ, ରାଜନୈତିକ ଓ ବିଶ୍ୱମଞ୍ଚରେ ଲଢ଼ିବୁ।" ପାକିସ୍ତାନର ଜାତୀୟ ସୁରକ୍ଷା କମିଟି (NSC) ଏହି ପରିସ୍ଥିତିର ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଡକାଇଛି। ଯାହାର ଅଧ୍ୟକ୍ଷତା ସେହବାଜ ସରିପ୍ କରୁଛନ୍ତି। 

ଏହି ଚୁକ୍ତି ସ୍ଥଗିତ ହେବା ଫଳରେ ପାକିସ୍ତାନର କୃଷି ଓ ଜଳ ସୁରକ୍ଷା ଉପରେ ଗଭୀର ପ୍ରଭାବ ପଡ଼ିପାରେ। ପାକିସ୍ତାନର ପ୍ରାୟ ୯୦% ଜମି ସିନ୍ଧୁ ନଦୀ ସିଞ୍ଚନ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଭାରତର ଏହି ନିଷ୍ପତ୍ତି ପାକିସ୍ତାନର ପଞ୍ଜାବ ଓ ସିନ୍ଧ ପ୍ରଦେଶରେ ଜଳ ଅଭାବ ସୃଷ୍ଟି କରିପାରେ। ଯାହା ଫସଲ ଉତ୍ପାଦନ ହ୍ରାସ ଓ ଅର୍ଥନୈତିକ ଅସ୍ଥିରତାକୁ ଆହୁରି ବୃଦ୍ଧି କରିବ ବୋଲି ଆଶଙ୍କା କରାଯାଉଛି। ତେବେ, ବିଶେଷଜ୍ଞମାନେ ମତ୍ତ ଦେି କହିଛନ୍ତି ଯେ ଏହି ସ୍ଥଗିତକରଣ ତୁରନ୍ତ ଜଳ ପ୍ରବାହକୁ ବନ୍ଦ କରିବ ନାହିଁ। ଧିରେ ଧିରେ ଏହାର ପ୍ରକ୍ରିୟାକରଣ କରି ପାକିସ୍ତାନ ଉପରେ ମାନସିକ ଓ ରାଜନୈତିକ ଚାପ ସୃଷ୍ଟି କରିବାର ଏହା ଏକ କୌଶଳ।

ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ବ୍ୟତୀତ, ଭାରତ ପାକିସ୍ଥାନ ବିରୁଦ୍ଧରେନ୍ୟ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛି:

ଅଟାରୀ-ୱାଘା ସୀମା ବନ୍ଦ: ଭାରତ-ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଓ ଜନସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟାରୀ-ୱାଘା ସୀମା ଚେକପୋଷ୍ଟକୁ ତୁରନ୍ତ ବନ୍ଦ କରାଯାଇଛି। ବୈଧ କାଗଜପତ୍ର ସହ ସୀମା ଅତିକ୍ରମ କରିଥିବା ବ୍ୟକ୍ତିମାନଙ୍କୁ ୧ ମଇ, ୨୦୨୫ ପୂର୍ବରୁ ପାକିସ୍ତାନକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

SAARC ଭିସା ନିଷେଧ: ପାକିସ୍ତାନୀ ନାଗରିକମାନଙ୍କୁ SAARC ଭିସା ଛାଡ଼ପତ୍ର ଯୋଜନା ଅଧୀନରେ ଭାରତକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପୂର୍ବରୁ ଜାରି ହୋଇଥିବା ସମସ୍ତ ଭିସା ବାତିଲ କରାଯାଇଛି, ଏବଂ ଭାରତରେ ଥିବା ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜନୈତିକ ସମ୍ପର୍କରେ ହ୍ରାସ: ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ପ୍ରତିରକ୍ଷା, ନୌସେନା ଓ ବାୟୁସେନା ପରାମର୍ଶଦାତାମାନଙ୍କୁ 'ପର୍ସୋନା ନନ ଗ୍ରାଟା' (ଅଗ୍ରାହ୍ୟ ବ୍ୟକ୍ତି) ଘୋଷଣା କରାଯାଇ ସେମାନଙ୍କୁ ଏକ ସପ୍ତାହ ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଭାରତର ନିଷ୍ପତ୍ତିକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତର ଏହି ପଦକ୍ଷେପ ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବାର ଏକ ରଣନୀତି। ସିନ୍ଧୁ ନଦୀର ଜଳ ପାକିସ୍ତାନର ଅର୍ଥନୀତି ଓ ଜନଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସ୍ଥଗିତାଦେଶ ଦୀର୍ଘମିଆଦି ପ୍ରଭାବ ସୃଷ୍ଟି କରିପାରେ। ଯଦିଓ ତୁରନ୍ତ ଜଳ ପ୍ରବାହ ବନ୍ଦ ହେବାର ସମ୍ଭାବନା କମ୍ କିନ୍ତୁ ଏହା ପାକିସ୍ତାନ ଉପରେ ଚାପ ପକାଇବାକୁ ସମର୍ଥ। ଭାରତ ବିଶ୍ୱ ବ୍ୟାଙ୍କ ଓ ଅନ୍ୟ ଆନ୍ତର୍ଜାତୀୟ ମଞ୍ଚରେ ନିଜର ନିଷ୍ପତ୍ତିକୁ ନ୍ୟାୟସଙ୍ଗତ ବୋଲି ଦାବି କରିଛି। ଭାରତ ଯୁକ୍ତି ଦେଇ କହିଛି ଯେ ଶାନ୍ତି ବିନା ଶାନ୍ତିକାଳୀନ ଚୁକ୍ତିର ଲାଭ ଆଶା କରାଯାଇପାରିବ ନାହିଁ। ପାକିସ୍ତାନ ସବୁବେଳେ ଆତହ୍କବାଦର ସାଥ ଦେଉଛି। ଯାହାର ପରିଣାମ ଭାରତ ଭୋଗୁଛି। ପାକିସ୍ତାନରେ ଶାନ୍ତିର ମାର୍ଗ ନ ଆପଣେଇବା ଯାଏ ଭାରତ ଏହି ଚୁକ୍ତିକୁ ମାନିବ ନାହିଁ ବୋଲି କହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.