ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦେଶରେ ଦୁର୍ବଳ ହେଉଛି ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତି, ବାଧା ସାଜୁଛି ତିନୋଟି ପ୍ରମୁଖ କାରକ

Published By : Prameya | December 1, 2024 10:52 AM

ନୂଆଦିଲ୍ଲୀ,୦୧/୧୨: ଏକଦା ସମୃଦ୍ଧ ରହି ଆସିଥିବା ଭାରତର ମଧ୍ୟବିତ୍ତ ବର୍ଗ ଦୁର୍ବଳ ହୋଇଚାଲିଛି । ସେମାନଙ୍କ ଆର୍ଥିକ ସ୍ଥିତି ବର୍ତ୍ତମାନ ବିଗିଡ଼ିବାରେ ଲାଗିଛି ।  ଅନେକ ଅର୍ଥନୈତିକ ସମସ୍ୟା ମଧ୍ୟରେ ଛନ୍ଦି  ହୋଇଯାଇଛି ମଧ୍ୟବିତ୍ତ । ଏହା ସେମାନଙ୍କ  ଖର୍ଚ୍ଚ ପାଟର୍ଣ୍ଣକୁ ପ୍ରଭାବିତ କରିଥିବା ଏକ  ନୂଆ ରିପୋର୍ଟରୁ ଜଣାପଡ଼ିଛି । 

ମାର୍‌ସେଲସ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ  ମ୍ୟାନେଜର୍ସ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ  ଅନୁସାରେ, ତିନୋଟି ପ୍ରମୁଖ କାରକ ଯୋଗୁ ଦେଶର ମଧ୍ୟବିତ୍ତବର୍ଗଙ୍କ ସ୍ଥିତି ବିଗୁଡୁଛି । ତାହା ହେଲା ପ୍ରଯୁକ୍ତିଗତ ବାଧା, ଚକ୍ରବର୍ତ୍ତୀ  ଅର୍ଥନୈତିକ ଅବନ୍ନତି ଏବଂ ନିମ୍ନମୁଖୀ  ପାରିବାରିକ ବାଲାନ୍ସ ସିଟ୍‌ । 

ରୁଟିନ୍‌ ନିଯୁକ୍ତି, ଯାହାକି ଏକଦା  ମଧ୍ୟବିତ୍ତଙ୍କ ନିଯୁକ୍ତି କ୍ଷେତ୍ରରେ ମେରୁଦଣ୍ଡ  ପାଲଟିଥିଲା, ତାହାର ସ୍ଥାନ ନେଇଛି  ଅଟୋମେଶନ୍‌ ଏବଂ ଟେକ୍ନୋଲୋଜି । ରିପୋର୍ଟ ଅନୁସାରେ, ଅଟୋମେଶନ  ଏବଂ ଟେକ୍ନୋଲୋଜି ଯୋଗୁ ଅଫିସ୍‌  ଏବଂ କାରଖାନାଗୁଡ଼ିକରେ କ୍ଲରିକାଲ ଓ ସୁପର୍‌ଭାଇଜରୀ ଜବ୍‌ ସଂଖ୍ୟାରେ ବୃହତ୍‌  ହ୍ରାସ ଦେଖିବାକୁ ମିଳିଛି ।  

ଜାତୀୟ ପରିସଂଖ୍ୟାନ ଆୟୋଗର  ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ପି.  ସି. ମୋହନ କୁହନ୍ତି, ଆଉଟ୍‌ସୋର୍ସିଂ  ଏବଂ ଅଟୋମେଶନ ଭଳି କେତେକ  ଖର୍ଚ୍ଚକାଟ ଅଭିଯାନ ଯୋଗୁ କର୍ମସ୍ଥଳରେ  ଅନେକ ପରିଚାଳନାଗତ ପଦବୀ  ଉଭାନ ହୋଇଗଲାଣି । ଏହାକୁ  ସମର୍ଥନ କରି ୱିପ୍ରୋ ଅଧ୍ୟକ୍ଷ ରିଷଦ୍‌  ପ୍ରେମ୍‌ଜୀ କହିଛନ୍ତି ଯେ, ଆର୍ଟିଫିସିଆଲ୍‌  ଇଣ୍ଟେଲିଜେନ୍ସ(ଏଆଇ) ଯୋଗୁ ଆଗକୁ  କିଛି ନିଯୁକ୍ତି ଉଭାନ ହୋଇଯିବ । ହ୍ୱାଇଟ୍‌-କୋଲାର ଜବ୍‌ ପ୍ରତି ବିପଦ ସୃଷ୍ଟି ହେବ । 

ରିପୋର୍ଟ ଅନୁସାରେ, ଭାରତର  କୋଭିଡ୍‌-ପରବର୍ତ୍ତୀ ଅଭିବୃଦ୍ଧି  ମନ୍ଥର ହୋଇଛି । ଏହା ଅର୍ଥନୀତିକୁ  ଚକ୍ରବର୍ତ୍ତୀ ଅର୍ଥନୈତିକ ଅବନତି ଆଡ଼କୁ ଠେଲିଦେଇଛି । ୨୦୨୪-୨୫  ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସରେ  କମ୍ପାନିଗୁଡ଼ିକର ଆୟ ଦୁଇ ଦଶନ୍ଧିରେ  ସବୁଠାରୁ ଅଧିକ ଖସିଛି । ମୁକ୍ତ ବଜାର  ଅର୍ଥନୀତିରେ ଏଭଳି ଅବନତି ସାଧାରଣ  ହୋଇଥିବାବେଳେ ମଧ୍ୟବିତ୍ତ ବର୍ଗଙ୍କ ଉପରେ  ଏହାର ପ୍ରଭାବ ଭୟଙ୍କର ରହିଥାଏ ।  ସେମାନଙ୍କ ବ୍ୟୟକୁ ସଂକୁଚିତ କରିଥାଏ ।  

ବର୍ଦ୍ଧିତ ପାରିବାରିକ ଋଣ ସ୍ଥିତିକୁ  ଆହୁରି ବିକୃତ କରିଛି । ଭାରତୀୟ  ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡାଟା  ଅନୁସାରେ, ଜିଡିପିରେ ନେଟ୍‌ ପାରିବାରିକ  ସଞ୍ଚୟ ୫୦ ବର୍ଷର ସର୍ବନିମ୍ନ ସ୍ତରରେ  ଅଛି । ଅସୁରକ୍ଷିତ ଋଣ ନେଟ୍‌ ସଞ୍ଚୟକୁ  ଖସାଇଛି । ଫଳରେ ପରିବାରଗୁଡ଼ିକର  ସଞ୍ଚୟ ହ୍ରାସ ପାଇଛି ।  

ସହରାଞ୍ଚଳ ଚାହିଦାକୁ ଏଫ୍‌ଏମ୍‌ସିଜି  କମ୍ପାନିଗୁଡ଼ିକର ପ୍ରଦର୍ଶନ ଦର୍ଶାଇଥାଏ ।  ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକର ଆୟରେ  ହ୍ରାସ ଦେଖାଦେଇଛି। ନେସ୍‌ଲେ ଇଣ୍ଡିଆ  ଏମ୍‌ଡି ସୁରେଶ ନାରାୟଣନ କହିଛନ୍ତି,  କମ୍ପାନିଗୁଡ଼ିକର ବିକ୍ରି ଖସିବାର ପ୍ରମୁଖ  କାରଣ ହେଉଛି ମଧ୍ୟବିତ୍ତଙ୍କ ଅବନ୍ନତି । ସର୍ବଦା ଦୁଇ ଅଙ୍କ ଅଭିବୃଦ୍ଧି ହାସଲ କରି  ଆସିଥିବା ଖାଦ୍ୟ ଏବଂ ପାନୀୟ ଶିଳ୍ପର  ଅଭିବୃଦ୍ଧି ୨%କୁ ଖସିଆସିଛି ।  

ସେହିଭଳି ହିନ୍ଦୁସ୍ତାନ ୟୁନିଲିଭରର  ବିକ୍ରିରେ ବି ହ୍ରାସ ଘଟିଛି ।  ସହରାଞ୍ଚଳରେ ଚାହିଦା ଖସିବା ଯୋଗୁ  ଏହା ଦେଖିବାକୁ ମିଳିଥିବା କମ୍ପାନି ସିଇଓ ରୋହିତ ଜାୱା ପ୍ରକାଶ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.