ଭୁବନେଶ୍ଵର, ୦୫/୦୨ : ଭାରତ-ଆମେରିକା ଚୁକ୍ତିରୁ ଓଡ଼ିଶାକୁ ବଡ଼ ଫାଇଦା। 'ବ୍ଲୁ-ଇକୋନୋମି'ର ପ୍ରମୁଖ କେନ୍ଦ୍ର ପାଲଟିବ ରାଜ୍ୟ। ଅର୍ଥନୀତିକୁ ନୂଆ ପରିଚୟ ଦେବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ। ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଏହାଦ୍ୱାରା ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବ ବୋଲି ଏକ୍ସରେ ପୋଷ୍ଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେହିପରି ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏବେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ। ଓଡ଼ିଶାର ହସ୍ତତନ୍ତ ହେଉ କିମ୍ବା ଆଧୁନିକ ରେଡିମେଡ଼ ପୋଷାକ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫଳରେ ଓଡ଼ିଶାର କାରିଗରୀ ଏବେ ସବୁଠି ପହଞ୍ଚିବ। ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ, ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ।
ଓଡ଼ିଶାକୁ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିବ। ଓଡ଼ିଶାରେ ଥିବା ରେୟାର୍ ଅର୍ଥ ମିନେରାଲର ବୈଶ୍ଵିକ ଚାହିଦା ବୃଦ୍ଧି ପାଇଲେ, ଓଡ଼ିଶା ଆଧୁନିକ ବୈଷୟିକ ଜ୍ଞାନକୌଶଳର ପେଣ୍ଠସ୍ଥଳୀ ହେବ। ଏହି ଚୁକ୍ତି ଓଡ଼ିଶାର ଖଣିଜ ସମ୍ପଦକୁ 'ଗ୍ଲୋବାଲ୍ ଟେକ୍' ସହ ଯୋଡ଼ିବ।
ଏହି ଖବରଟିକୁ ପଢନ୍ତୁ- ଆସନ୍ତା ୨୦ରେ ରାଜ୍ୟ ବଜେଟ୍: ମୁଖ୍ୟମନ୍ତ୍ରୀ ଲୋଡ଼ିବେ ସାଧାରଣ ଜନତାଙ୍କ ମତ