ନୂଆଦିଲ୍ଲୀ, ୧୫।୧: ବିମାନ ଯାତ୍ରୀମାନଙ୍କ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୁବର୍ଣ୍ଣ ସୁଯୋଗ । ଏ ସୁଯୋଗକୁ ଜମାରୁ ବି ହାତଛଡ଼ା କରନ୍ତୁନି । ତୁରନ୍ତ ଟିକେଟ ବୁକ୍ କରିନିଅନ୍ତୁ । କାରଣ ମାତ୍ର ୧ ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ୍ । ଇଣ୍ଡିଗୋ ଏୟାର ଲାଇନ୍ସ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂଆ ବର୍ଷର ସେଲ୍ 'ସେଲ୍ ଇନ୍‌ ଟୁ ୨୦୨୬' ଘୋଷଣା କରିଛି । ଏହି ସେଲ୍‌ ରେ ବୟସ୍କମାନଙ୍କ ସହ ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ଅଫର୍ ରହିଛି । ଯଦି ଆପଣ ଇଣ୍ଡିଗୋର ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଘରୋଇ ବିମାନ ବୁକ୍ କରନ୍ତି, ତେବେ ୦-୨୪ ମାସ ବୟସର ଶିଶୁମାନେ ମାତ୍ର ୧ ଟଙ୍କାରେ ଯାତ୍ରା କରିପାରିବେ । ତଥାପି, ଏଥିପାଇଁ ଚେକ୍-ଇନ୍ ସମୟରେ ଜନ୍ମ ପ୍ରମାଣପତ୍ର, ହସ୍ପିଟାଲ ଡିସଚାର୍ଜ ପେପର୍, ଟୀକାକରଣ ପ୍ରମାଣପତ୍ର କିମ୍ବା ପାସପୋର୍ଟ ଭଳି ବୟସ ପ୍ରମାଣକାରୀ ଡକ୍ୟୁମେଣ୍ଟ ଦେଖାଇବା ବାଧ୍ୟତାମୂଳକ । ଏହି ପ୍ରମାଣ ବିନା, ଶିଶୁର ଟିକେଟ୍ ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡ଼ିବ ।

ଶସ୍ତା ଟିକେଟ୍ ବଡ଼ ଅଫର୍:

ଇଣ୍ଡିଗୋର ନୂଆ ବର୍ଷ ସେଲ୍ ଜାନୁଆରୀ ୧୩ରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ବୁକିଂ ପାଇଁ ଖୋଲା ରହିବ । ଏହି ଯୋଜନା ଅନୁଯାୟୀ, ଯାତ୍ରୀମାନେ ଘରୋଇ ବିମାନ ପାଇଁ ଅଲ-ଇନକ୍ଲୁସିଭ୍ ୱାନ-ୱେ ଭଡ଼ା ମାତ୍ର ୧,୪୯୯ ଟଙ୍କା ଏବଂ ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ୪,୪୯୯ ଟଙ୍କାରୁ ଆରମ୍ଭ ହେଉଛି । ପ୍ରିମିୟମ୍ ଇଣ୍ଡିଗୋ ଷ୍ଟେ ଫ୍ଲାଇଟ୍ କେବଳ ୯,୯୯୯ ରୁ ଆରମ୍ଭ କରି କିଛି ଘରୋଇ ରୁଟ୍‌ ରେ ଉପଲବ୍ଧ । ଏହି ଭଡ଼ା ଯାତ୍ରୀମାନଙ୍କୁ ଏକ ନିରାପଦ, ଆରାମଦାୟକ ଏବଂ ସୁଲଭ ଯାତ୍ରାର ଅନୁଭବ ଦେବ ।

ଡ୍-ଅନ୍ ସେବା ଉପରେ ମଧ୍ୟ ଭାରୀ ରିହାତି:

ଇଣ୍ଡିଗୋ କେବଳ ବିମାନ ଭଡ଼ାରେ ନୁହେଁ ବରଂ ଏହାର ଲୋକପ୍ରିୟ 6E ଆଡ-ଅନ୍ ଉପରେ ମଧ୍ୟ ରିହାତି ଦେଉଛି । ଫାଷ୍ଟ ଫରୱାର୍ଡ ସେବାରେ ୭୦% ପର୍ଯ୍ୟନ୍ତ ରିହାତି, ପ୍ରି-ପେଡ୍ ଅତିରିକ୍ତ ବ୍ୟାଗେଜରେ ୫୦% ପର୍ଯ୍ୟନ୍ତ ରିହାତି ଏବଂ ମାନକ ସିଟ୍ ଚୟନରେ ୧୫% ପର୍ଯ୍ୟନ୍ତ ରିହାତି ରହିଛି । ଏଥିସହ କିଛି ଘରୋଇ ରୁଟ୍‌ ରେ ଜରୁରୀକାଳୀନ ସିଟ୍ ମାତ୍ର ୫୦୦ରେ ଉପଲବ୍ଧ ହେବ ।

​​​​​​​

କେଉଁଠି ଏବଂ କେମିତି ବୁକ୍ କରିବେ ?

ଇଣ୍ଡିଗୋର ଅଫିସିଆଲ୍ ୱେବସାଇଟ୍, ମୋବାଇଲ୍ ଆପ୍, AI-ପାୱାର୍ଡ ଆସିଷ୍ଟାଣ୍ଟ 6ESkai, ହ୍ୱାଟ୍ସଆପ୍ ନମ୍ବର +91 70651 45858 କିମ୍ବା କିଛି ଟ୍ରାଭେଲ୍ ପାର୍ଟନର ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ । ଏହି ସେଲ୍‌ ର ସୁଯୋଗ ନେଇ ଆପଣ ଏବଂ ଆପଣଙ୍କ ପରିବାର କେବଳ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ ନାହିଁ, ବରଂ ଛୋଟ ପିଲାମାନଙ୍କ ସହିତ ଯାତ୍ରା କରିବା ମଧ୍ୟ ସହଜ ହେବ ।