ପ୍ରମୂଖ ଖବର
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ହନିମୁନ୍‌ ପାଇଁ ମେଘାଳୟ ଯାଇଥିଲେ ଦମ୍ପତି: ୧୧ ଦିନ ପରେ ମିଳିଲା ସ୍ୱାମୀଙ୍କ ମୃତଦେହ, ଏବେ ବି ସ୍ତ୍ରୀ ନିଖୋଜ

Published By : Prameya | June 3, 2025 2:11 PM

ଶିଲଂ,୦୩/୦୬:ହନିମୁନ୍‌ ପାଇଁ ମେଘାଳୟର ଶିଲଂକୁ ଯାଇଥିଲେ  ମଧ୍ୟପ୍ରଦେଶ ଇନ୍ଦୋରର ଦମ୍ପତି ରାଜା ରଘୁବଂଶୀ ଏବଂ ତାଙ୍କ ସ୍ତ୍ରୀ ସୋନମ  ରଘୁବଂଶୀ । ହେଲେ ୧୧ ଦିନ ଧରି ନିଖୋଜ ରହିବା ପରେ ସୋମବାର ରାଜା  ରଘୁବଂଶୀଙ୍କ ମୃତଦେହକୁ ପୁଲିସ ଏକ ଖାଇରୁ ଉଦ୍ଧାର କରିଛି । ଏ ଯାଏ  ସୋନମଙ୍କର ପତ୍ନୀଙ୍କ ପତ୍ତା ମିଳି ନ ଥିବାବେଳେ ତଲାସି ଜାରି ରହିଛି । ଏହି  ଦମ୍ପତି ମେ’ ୨୩ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ । ସେବେଠାରୁ ଅଲଗା  ଅଲଗା ୬ଟି ଟିମ୍‌ ସନ୍ଧାନରେ ଲାଗିଛନ୍ତି । ରାଜାଙ୍କ ହାତରେ ଥିବା ତାଙ୍କ ନାମର  ଟାଟୁ ଦେଖି ତାଙ୍କ ଭାଇ ମୃତଦେହ ଚିହ୍ନଟ କରିଥିଲେ । ପୁଲିସ ଅନୁସାରେ,  ଯେଉଁଠୁ ଦମ୍ପତିଙ୍କ ସ୍କୁଟି ମିଳିଥିଲା ସେଠାରୁ ପ୍ରାୟ ୨୫ କିମି ଦୂରରେ ଶବ ଉଦ୍ଧାର  ହୋଇଛି । ସୋନମଙ୍କ ତଲାସି ଚାଲିଛି । ଫରେନ୍ସିକ ଟିମ୍‌ ପହଞ୍ଚି ମୃତଦେହର  ଯାଞ୍ଚ ଆରମ୍ଭ କରିଛି । ପୂରା ମାମଲାକୁ ଗମ୍ଭୀରତା ସହ ନିଆଯାଇ ତଦନ୍ତ ଜାରି  ରହିଛି । ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।  

ସୂଚନା ଅନୁସାରେ, ମେ’ ୨୦ରେ ରାଜା ଏବଂ ସୋନମଙ୍କ ବିବାହ ଇନ୍ଦୋରରେ  ହୋଇଥିଲା । ବାହାଘର ପରେ ନବଦମ୍ପତି ବେଙ୍ଗାଲୁରୁ ଦେଇ ମେଘାଳୟ ଯାଇଥିଲେ ।  ମେ’ ୨୩ରେ ସେମାନେ ପରିବାର ସହ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ  ମୋବାଇଲ୍‌ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା । ଶେଷଥର ପାଇଁ ଶିଲଂର ଓଶରାରେ  ଉଭୟେ ଏକ ରିଲ୍‌ ବନାଇଥିଲେ । ପୁଲିସ ସେହି ସ୍ଥାନକୁ ଯାଇ ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.