ଶିଲଂ,୦୩/୦୬:ହନିମୁନ୍‌ ପାଇଁ ମେଘାଳୟର ଶିଲଂକୁ ଯାଇଥିଲେ  ମଧ୍ୟପ୍ରଦେଶ ଇନ୍ଦୋରର ଦମ୍ପତି ରାଜା ରଘୁବଂଶୀ ଏବଂ ତାଙ୍କ ସ୍ତ୍ରୀ ସୋନମ  ରଘୁବଂଶୀ । ହେଲେ ୧୧ ଦିନ ଧରି ନିଖୋଜ ରହିବା ପରେ ସୋମବାର ରାଜା  ରଘୁବଂଶୀଙ୍କ ମୃତଦେହକୁ ପୁଲିସ ଏକ ଖାଇରୁ ଉଦ୍ଧାର କରିଛି । ଏ ଯାଏ  ସୋନମଙ୍କର ପତ୍ନୀଙ୍କ ପତ୍ତା ମିଳି ନ ଥିବାବେଳେ ତଲାସି ଜାରି ରହିଛି । ଏହି  ଦମ୍ପତି ମେ’ ୨୩ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ । ସେବେଠାରୁ ଅଲଗା  ଅଲଗା ୬ଟି ଟିମ୍‌ ସନ୍ଧାନରେ ଲାଗିଛନ୍ତି । ରାଜାଙ୍କ ହାତରେ ଥିବା ତାଙ୍କ ନାମର  ଟାଟୁ ଦେଖି ତାଙ୍କ ଭାଇ ମୃତଦେହ ଚିହ୍ନଟ କରିଥିଲେ । ପୁଲିସ ଅନୁସାରେ,  ଯେଉଁଠୁ ଦମ୍ପତିଙ୍କ ସ୍କୁଟି ମିଳିଥିଲା ସେଠାରୁ ପ୍ରାୟ ୨୫ କିମି ଦୂରରେ ଶବ ଉଦ୍ଧାର  ହୋଇଛି । ସୋନମଙ୍କ ତଲାସି ଚାଲିଛି । ଫରେନ୍ସିକ ଟିମ୍‌ ପହଞ୍ଚି ମୃତଦେହର  ଯାଞ୍ଚ ଆରମ୍ଭ କରିଛି । ପୂରା ମାମଲାକୁ ଗମ୍ଭୀରତା ସହ ନିଆଯାଇ ତଦନ୍ତ ଜାରି  ରହିଛି । ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।  

ସୂଚନା ଅନୁସାରେ, ମେ’ ୨୦ରେ ରାଜା ଏବଂ ସୋନମଙ୍କ ବିବାହ ଇନ୍ଦୋରରେ  ହୋଇଥିଲା । ବାହାଘର ପରେ ନବଦମ୍ପତି ବେଙ୍ଗାଲୁରୁ ଦେଇ ମେଘାଳୟ ଯାଇଥିଲେ ।  ମେ’ ୨୩ରେ ସେମାନେ ପରିବାର ସହ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ  ମୋବାଇଲ୍‌ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା । ଶେଷଥର ପାଇଁ ଶିଲଂର ଓଶରାରେ  ଉଭୟେ ଏକ ରିଲ୍‌ ବନାଇଥିଲେ । ପୁଲିସ ସେହି ସ୍ଥାନକୁ ଯାଇ ତଦନ୍ତ କରୁଛି ।