ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସିଟି ହସ୍ପିଟାଲ୍‌ରେ ସୂଚନା ପ୍ରଣାଳୀ ମେସିନ୍ ଅଚଳ

Published By : Gurupada Nath | March 30, 2025 11:59 PM

ବ୍ରହ୍ମପୁର,୩୦/୩ : ବ୍ରହ୍ମପୁର ସିଟି ହସ୍ପିଟାଲରେ ରୋଗୀଙ୍କୁ ଦରକାରୀ ତଥ୍ୟ ପ୍ରଦାନ କରୁଥିବା ସୂଚନା ପ୍ରଣାଳୀ ବ୍ୟବସ୍ଥା (ହସ୍ପିଟାଲ ଇନଫର୍ମେସନ୍‌ ସିଷ୍ଟମ୍‌) ଏବେ ଅଚଳ । ଗତ ସପ୍ତାହେ ହେଲା ଏହା କାମ କରୁନାହିଁ । ଏହା ରୋଗୀ ଓ ସମ୍ପର୍କୀୟଙ୍କୁ ହସ୍‌ପିଟାଲର ସମସ୍ତ ତଥ୍ୟ ପ୍ରଦାନ କରୁଥିଲା । ଏପରିକି ବିଭିନ୍ନ କୋଠା ଓ ବିଭାଗ କେଉଁଠି ରହିଛି ତାହା ମ୍ୟାପ୍‌ ଜରିଆରେ ଦେଖାଉଥିଲା । ଏହା ଅଚଳ ହେବା ଫଳରେ ହେଲ୍‌ପ ଡେସ୍କ ଉପରେ ସଭିଏଁ ନିର୍ଭରଶୀଳ । ହେଲ୍‌ପ ଡେସ୍କ କର୍ମଚାରୀ ନଥିଲେ ରୋଗୀ ସିକ୍ୟୁରିଟି କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ବୁଲି ପଚାରୁଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ସିଟି ହସ୍‌ପିଟାଲ ରୋଗୀ ପଞ୍ଜୀକରଣ କେନ୍ଦ୍ରରେ ରହିଛି ଆଧୁନିକ ଜ୍ଞାନକୌଶଳ ଦ୍ୱାରା ନିମି ର୍ତ ଡାକ୍ତରଖାନା ସୂଚନା ପ୍ରଣାଳୀ ବ୍ୟବସ୍ଥା ସୂଚାଉଥିବା ମେସିନ୍‌ । ସରକାରଙ୍କ ଆମ ହସ୍ପିଟାଲ ଯୋଜନା ଅଧୀନରେ ଏହି ମେସିନ୍‌କୁ ୨୦୨୪ ମାର୍ଚ୍ଚ ୧୭ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । 

ସେବେଠୁ ଏହି ମେସିନ୍‌ ଲୋକଙ୍କୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ତଥ୍ୟ ଦେଉଥିଲା । ବିଭିନ୍ନ ବିଭାଗର ଡାକ୍ତରଙ୍କ ସୂଚନା, ହସ୍‌ପିଟାଲର ଅବସ୍ଥ ସ୍ଥିତି ସହିତ କେଉଁ ଦିନ ବିଭାଗରେ କେଉଁ ବରିଷ୍ଠ ଡାକ୍ତର ରହିବେ ତାହାର ତଥ୍ୟ, ଜିପିଏସ୍‌ ମ୍ୟାପ ସହ ଆଡଭାନ୍‌ସ ଆର୍ଥ ପିକ୍‌ଚର ଜରିଆରେ ହସ୍ପିଟାଲରେ ବିଭାଗର ସ୍ଥାନ ଚିହ୍ନଟ କରାଯାଇଛି । ଯଦ୍ୱାରା ରୋଗୀ ତାହାକୁ ବ୍ୟବହାର କରି ଚିକିତ୍ସା ପାଇଁ ଠିକ୍‌ ଠିକଣାରେ ପହଞ୍ଚୁଥିଲେ । ମେସିନ୍‌ରେ ହସ୍‌ପିଟାଲରେ ମିଳୁଥିବା ଅତ୍ୟାବଶ୍ୟକ ଔଷଧ ତାଲିକା, ଜରୁରୀ ନିରାକରଣ ତାଲିକା, ବିଭାଗ ତାଲିକା, ଉପଲବ୍ଧ ଡାକ୍ତର ତାଲିକା, ହସ୍‌ପିଟାଲ ସମୟ, ହସ୍‌ପିଟାଲ ଲେଆଉଟ୍‌, ଜିଲ୍ଲାର ମ୍ୟାପ୍‌ ସମେତ ଅନେକ ତଥ୍ୟ ମିଳୁଥିଲା । ବର୍ତ୍ତମାନ ତାହା ଅଚଳ । ଫଳରେ କୌଣସି ତଥ୍ୟ ପାଇଁ ରୋଗୀ ଓ ସମ୍ପର୍କୀୟ ହେଲ୍‌ପ ଡେସ୍କ ଉପରେ ନିର୍ଭରଶୀଳ ରହୁଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି, ପୂର୍ବରୁ କିଛି ଲୋକ ଏହାକୁ ବ୍ୟବହାର କରୁଥିଲେ । ବର୍ତ୍ତମାନ ସପ୍ତାହେରୁ ଅଧିକ ଦିନ ହେଲାଣି ବନ୍ଦ ରହିଛି । ସଫେଇ କର୍ମଚାରୀ ଆସି ସଫା କରି ଫେରୁଛନ୍ତି । କିନ୍ତୁ ଅନ୍‌ ହେଉନି କି କିଛି ବି ଦେଖା ଯାଉନି । ଏ ନେଇ ହସ୍‌ପିଟାଲ ମ୍ୟାନେଜରଙ୍କୁ ଯୋଗାଯୋଗ କରିଥିବା ବେଳେ ପ୍ରତିକ୍ରିୟା ମିଳି ନାହିଁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.