ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଟର୍ଚ୍ଚ ଆଲୁଅରେ ରୋଗୀଙ୍କୁ ଦିଆଯାଉଛି ଇଞ୍ଜେକସନ୍, ସାଲାଇନ୍; ଇଏ ଡାକ୍ତରଖାନା ନା…

Published By : Swapna Ray | July 26, 2025 10:58 AM

ସୋର, ୨୬।୭: କି ଅବସ୍ଥା ! ଇଏ ଡାକ୍ତରଖାନା ନା କଉ ଅପହଞ୍ଚ ଗାଁ ଇଲାକା । ଏଠି ଅବସ୍ଥା ଏତେ ଶୋଚନୀୟ ଯେ, ଟର୍ଚ୍ଚ ଲାଇଟ୍‌ ଜାଳି ରୋଗୀଙ୍କ ଚିକିତ୍ସା କରାଯାଇଛି । ଖାଲି ସେତିକି ନୁହେଁ, ରୋଗୀଙ୍କ ଡ୍ରେସିଂ, ଇଞ୍ଜେକ୍‌ସନ ଓ ସାଲାଇନ୍‌ ବି ଟର୍ଚ୍ଚ ଆଲୁଅରେ ଦିଆଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖାଯାଇଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଖାନାର ପିଛା ଛାଡ଼ୁନି ବିବାଦ । ପୂର୍ବରୁ ଏଠାରେ ଜଣେ ସୁରକ୍ଷାକର୍ମୀ ରୋଗୀ ସେବା କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ଟର୍ଚ୍ଚ ଆଲୁଅରେ ରୋଗୀସେବା କରାଯିବା ଭଳି ସାଂଘାତିକ ଚିତ୍ର ସାମନାକୁ ଆସିଛି । 

ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୋର, ବାହାନଗା ବ୍ଲକ୍‌ ସହ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅନେକ ଲୋକ ନିର୍ଭର କରନ୍ତି । ପ୍ରତିଦିନ ଶତାଧିକ‌ ରୋଗୀ ଡାକ୍ତରଖାନାକୁ ଆସନ୍ତି । ଶୁକ୍ରବାର ରାତି ସାଢ଼େ ୮ଟାରେ ବିଦ୍ୟୁତ୍‌ କାଟ୍‌ ହୋଇଥିଲା । ଡିଜି ଥିଲେ ବି ଡାକ୍ତରଖାନା ୩ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ଟପ୍ ହୋଇଥିଲା । ଫଳରେ ଡାକ୍ତରମାନେ ଟର୍ଚ୍ଚ ଲାଇଟ୍‌ ଜାଳି ରୋଗୀଙ୍କ ଚିକିତ୍ସା କରିଥିଲେ । 

ଘଟଣା ଜଣାପଡ଼ିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଏଭଳି ଖାମଖିଆଲ କାମକୁ ବୁଦ୍ଧିଜୀବୀ ମହଲ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ସମ୍ପର୍କରେ ଡାକ୍ତରଖାନା ପରିଚାଳକ ଡା.ଶାଶ୍ୱତ କୁମାର ସାହୁ କହିଛନ୍ତି, ଘଟଣା ବାବଦରେ ମୁଁ କିଛି ଜାଣିନି । ଡାକ୍ତରଖାନାରେ ଡିଜି ଅଛି । ହେଲେ କେଉଁ କାରଣ ପାଇଁ ସୁରକ୍ଷାକର୍ମୀ ଡିଜି ଚଲାଇ ନାହାନ୍ତି, ତାହାର ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ । କହିରଖୁ କି, କିଛି ମାସ ତଳେ ଏଠାରେ ଜଣେ ସୁରକ୍ଷା କର୍ମୀ ରୋଗୀଙ୍କ ଚିକିତ୍ସା କରୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ଯାହାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିନ୍ଦା ମୁଣ୍ଡାଇବାକୁ ପଡ଼ିଥିଲା ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.