ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସେରମୁଣ୍ଡା ବିଟ୍ ରଘୁପାଣି ବନ୍ଧ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା, ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରୁଛି ବନ ବିଭାଗ

Published By : Rasmita Pradhan | November 3, 2024 2:04 PM

କଟକ, ୦୩/୧୧ : ଆଠଗଡ଼ ବନଖଣ୍ଡ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ୍ ସେରମୁଣ୍ଡା ବିଟ୍ ରଘୁପାଣି ବନ୍ଧ ନିକଟ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା ହାତୀ। ହାତୀ ଦେହରେ ତୀର ବାଜିଛି। ଢେଙ୍କାନାଳ ଓ ନନ୍ଦନକାନନ ଟ୍ରାଙ୍କୁଳାଇଜ ଟିମ୍ ଓ ବନବିଭାଗ ଟିମ୍ ପହଁଚି ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ପ୍ରୟାସ ଜାରି ରଖିଛି। 

ହାତୀଟିକୁ ଠାବ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏହା ସମ୍ଭବ ହୋଇନାହିଁ। ଅତି ଘଞ୍ଚ ଜଙ୍ଗଲ ଥିବାରୁ ଗତକାଲି ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ ହୋଇଥିଲା। ଆଜି ହାତୀଟିକୁ ଧରିବା ପାଇଁ ଚେଷ୍ଟା କରାଯାଉଛି। ତେବେ ହାତୀ ଦେହରେ ଦୁଇରୁ ଅଧିକ ସ୍ଥାନରେ ତୀର ବାଜିଥିବା ସନ୍ଦେହ କରାଯାଉଛି। ଆଠଗଡ଼ ଡିଏଫଓ ଯଜ୍ଞଦତ୍ତ ପତି ଏନେଇ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.