ନୂଆଦିଲ୍ଲୀ,୦୬/୧୦: ସମୁଦ୍ରରେ ଶତ୍ରୁକୁ ଦେବ ଚକ୍‌ମା । ଶତ୍ରୁର ବୁଡାଜାହଜକୁ ପିଛା କରି ଧ୍ୱଂସ କରିବ ଭାରତର ଯୁଦ୍ଧଜାହଜ 'ଆଇଏନ୍‌ଏସ ଆଣ୍ଡ୍ରୋଥ' । ଭାରତୀୟ ନୌସେନାରେ ସାମିଲ ହୋଇଛି ଏକ ନୂଆ ଶକ୍ତି । 'ଆଣ୍ଡ୍ରୋଥ' ନାମକ ଦ୍ବିତୀୟ ସବ୍‌ମରିନ  ଯୁଦ୍ଧଜାହଜକୁ କାର୍ଯ୍ୟକ୍ଷମ କରାଯାଇଛି । ଏହି ସମାରୋହ ବିଶାଖାପାଟଣାର ନୌସେନା ଡକୟାର୍ଡରେ ଅନୁଷ୍ଠିତ ହୋଇଛି । ଏହି ସମୋରୋହରେ ପୂର୍ବ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ରାଜେଶ ପେନ୍ଧାରକର ଅଧ୍ୟକ୍ଷତା କରିଛନ୍ତି । ଏହି ଜାହଜ ନୌସେନାର କ୍ଷମତା ବୃଦ୍ଧି ସହ ସ୍ୱଦେଶୀକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ । ଯୁଦ୍ଧଜାହଜର ୮୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ଣାଣ ହୋଇଛି ।

ନୌସେନା ଅଧିକାରୀ, ସେନା ଉପସ୍ଥିତିରେ 'ଆଣ୍ଡ୍ରୋଥ' ଆନୁଷ୍ଠନିକ ଭାବେ କମିଶନିଂ କରାଯାଇଛି । ଏହାକୁ ସବମେରିନ୍‌-ବିରୋଧୀ ଯୁଦ୍ଧ ପାଇଁ ଜିଜାଇନ କରାଯାଇଛି । ବିଶେଷ କରି ଅଗଭୀର ଜଳରେ ଶତ୍ରୁପକ୍ଷ ସହ ଲଢିବ । ଶତ୍ରୁ ସବମରିନକୁ ସହଜରେ ଚିହ୍ନଟ କରି ଧ୍ୱଂସ କରିବ । କୋଲକାତାର ଗାର୍ଡେନ ରିଚ ସିପ୍ ବଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମିତ । ଏହାର ୮୦ ପ୍ରତିଶତରୁ ଅଧିକ ଉପାଦାନ ସ୍ୱଦେଶୀ । ଯୁଦ୍ଧଜାହଜର ନାମ ଦେଶର ପ୍ରତିରକ୍ଷା କ୍ଷେତ୍ରର ଏକ ପ୍ରମୁଖ ଦ୍ବୀପ, ଲାକ୍ଷାଦ୍ବୀପର ଆଣ୍ଡ୍ରୋଥ ଦ୍ବୀପରୁ ନିଆଯାଇଛି । ଗତ କିଛି ମାସରେ ନୌସେନାରେ ନିସ୍ତାର, ଉଦୟଗିରି, ନୀଳଗିରି ପରେ ଏବେ ଆଣ୍ଡ୍ରୋଥ ଜାହଜ ସାମିଲ ହୋଇଛି ।

କମିଶନିଂ ସମାରୋହ ବିଶାଖାପାଟଣାର ନୌସେନା ଡକୟାର୍ଡରେ ଅନୁଷ୍ଠିତ ହେବ । ଏହି ସମୋରୋହରେ ପୂର୍ବ ନୌସେନା କମାଣ୍ଡର ମୁଖ୍ୟ ଭାଇସ ଆଡମିରାଲ ରାଜେଶ ପେନ୍ଧାରକର ଅଧ୍ୟକ୍ଷତା କରିଛନ୍ତି । ଏହି ଜାହଜ ନୌସେନାର କ୍ଷମତା ବୃଦ୍ଧି ସହ ସ୍ୱଦେଶୀକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ।