ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟିକ୍‌ଟକ୍‌ର ସ୍ଥାନ ନେବ ‘Edits’ ! ନୂଆ ଭିଡିଓ କ୍ରିଏସନ୍‌ ଆପ୍‌ ଲଞ୍ଚ କଲା ମେଟା

Published By : Tapas Panda | January 20, 2025 10:14 PM

Image courtesy: buzzincontent

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କେତେକ ନୂଆ ଅପଡେଟସ୍‌ ଯୋଡି ହୋଇଛି । ଏହା ଦ୍ବାରା ଟିକଟକ୍‌ ୟୁଜରଙ୍କୁ ଇନଷ୍ଟାଗ୍ରାମ୍‌ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି ମେଟା । ଟିକଟକ୍‌ ଖରାପ ସମୟ ଦେଇ ଗତି କରୁଥିବା ବେଳେ ଇନଷ୍ଟାଗ୍ରାମ ଏହାର ଫାଇଦା ନେବାକୁ ଚେଷ୍ଟା ଚଳାଇଛି। ସେପଟେ ଜାନୁଆରୀ ୨୦ (ସୋମବାର)ରେ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନି ମେଟା ଏକ ନୂଆ ଭିଡିଓ କ୍ରିଏସନ୍‌ ଆପ୍‌ ‘Edits’ ଲଞ୍ଚ କରିଛି । ଏହା ଅବିକଳ CapCut ଭଳି ଦେଖାଯାଉଛି, କ୍ୟାପ୍‌କଟ୍‌କୁ  ଟିକଟକ୍‌ର ପ୍ୟାରେଣ୍ଟ କମ୍ପାନି ବ୍ୟାଇଟ୍‌ ଡ୍ୟାନ୍ସ ତିଆରି କରିଛି । 

ଇନଷ୍ଟାଗ୍ରାମର ମୁଖ୍ୟ ଆଦାମ ମୋସେରି ଘୋଷଣା କରିଛନ୍ତି ଯେ, ଆଜି ଏକ ନୂଆ ଆପ୍‌ ଏଡିଟସ୍‌ ଲଞ୍ଚ କରିଛୁ । ଯେଉଁମାନେ ମୋବାଇଲ୍‌ ଫୋନ୍‌ରେ ଭିଡିଓ ତିଆରି କରିବାକୁ ଉତ୍ସାହୀ ସେମାନଙ୍କ ପାଇଁ ଏହା ଖୁବ ସହାୟକ ହେବ । କେବଳ ଏକ ଭିଡିଓ ଏଡିଟିଂ ଆପ୍‌ ନୁହେଁ ଏଡିଟସ୍‌, ଏଥିରେ ବହୁ ଫିଚର୍ସ ରହିଛି ।  ଏହା ମାଧ୍ୟମରେ ବହୁତ ଭଲ କ୍ବାଲିଟିର ଭିଡିଓ ସୁଟ୍‌ କରାଯାଇପାରିବ ବୋଲି ସେ କହିଛନ୍ତି । ତେବେ ଟିକଟକ୍‌ରେ ଯେଉଁ ସବୁ ସୁବିଧା ମିଳୁଥିଲା ସେସବୁ ଫିଚର୍ସ ଏଡିଟସ୍‌ରେ ମିଳିପାରିବ ବୋଲି କହୁଯାଉଛି । 

ମିଳିଥିବା ସୂଚନା ଅନୁସାରେ, ଏଡିଟସ୍‌ ଏବେ ଆପ୍‌ ଷ୍ଟୋରରେ ଉପଲବ୍ଧ ଥିବା ବେଳେ ଏହା ଖୁବଶୀଘ୍ର ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଆସିବ । ପ୍ରଥମେ କେତେକ ଭିଡିଓ କ୍ରିଏଟର୍ସଙ୍କୁ ନେଇ ଏଡିଟସ୍‌କୁ କ୍ରିୟାଶୀଳ କରାଇବ ମେଟା । ଏହା ପରେ ସମସ୍ତଙ୍କ ପାଇଁ ଏହି ଆପ୍‌ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।  ସେପଟେ ଇନଷ୍ଟାଗ୍ରାମରେ ହୋଇଥିବା ନୂଆ ଅପଡେଟସ୍‌ ସଂପର୍କରେ ମୋସେରି ଘୋଷଣା କରିଛନ୍ତି । ଏବେ ଇନଷ୍ଟାରେ ୯୦ ସେକେଣ୍ଡ ପରିବର୍ତ୍ତେ ୩ ମିନିଟ୍‌ର ରିଲ୍ ପୋଷ୍ଟ ହୋଇପାରିବ । ୟୁଟ୍ୟୁବ୍‌ ୩ ମିନିଟ୍‌ର ରିଲସ୍‌ ପୋଷ୍ଟ ପାଇଁ ସୁବିଧା ଦେଉଥିବା ଟିକଟକ୍‌ରେ ଏହି ଭଳି ୬୦ ମିନିଟ୍‌ର ଭିଡିଓ ଅପଲୋଡ୍‌ ହୋଇପାରୁଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.