ନୂଆଦିଲ୍ଲୀ,୩୦/୧୧:  କୋଲକାତାରେ ବାଂଲାଦେଶୀଙ୍କୁ ଚିକିତ୍ସା ମନା । ବାଂଲାଦେଶ ନାଗରରିକଙ୍କ ଚିକିତ୍ସା ନ କରିବା ପାଇଁ ନିଷ୍ପତ୍ତି ନେଇଛି ମାଣିକତଲା ସ୍ଥିତ ଜେଏନ ରାଏ ହସ୍ପିଟାଲ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର  ଏବଂ  ଭାରତର ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଯୋଗୁଁ  ହସ୍ପିଟାଲ ଏଭଳି ନିଷ୍ପତି ନେଇଥିବା ସୂଚନା ମିଳିଛି।  ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ  ବାଂଲାଦେଶୀ ରୋଗୀଙ୍କ ଚିକିତ୍ସା କରାନଯିବା ନେଇ ଏକ ପ୍ରେସ ରିଲିଜ ଜାରି କରିଛି ହସ୍ପିଟାଲ । 

ପ୍ରେସ ରିଲିଜରେ କୁହାଯାଇଛି ଯେ,  ତ୍ରିରଙ୍ଗାର ଅପମାନକୁ ଦେଖି ବାଂଲାଦେଶ ଏଭଳି ନିଷ୍ପତ୍ତି ନେଇଛି  । ହସ୍ପିଟାଲ କହିଛି ଭାରତ ବାଂଲାଦେଶର ସ୍ବାଧୀନତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଛି  । କିନ୍ତୁ ଏହା ସତ୍ତ୍ବେ ବି ଆଜି ଆମେ ଭାରତ ବିରୋଧୀ ଭାବନା ଦେକିବାକୁ ପାଉଛୁ । ତେଣୁ ଅନ୍ୟ ହସ୍ପିଟାଲ ବି ଆମର ସମର୍ଥନ କରିବେ ଓ ଏଭଳି ପଦକ୍ଷେପ ନେବେ ବୋଲି ଆମେ କରୁଛୁ । ତେବେ  ହସ୍ପିଟାଲର ଏଭଳି ନିଷ୍ପତ୍ତିକୁ ଗୁରୁତର ସହ ନିଆଯାଇଥିବା ବେଳେ ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ଆଶଙ୍କା  ପ୍ରକାଶ ପାଇଛି  । ତେବେ କଲିକତାର ଅନ୍ୟ ହସ୍ପିଟାଲ ଏହି ନିଷ୍ପତ୍ତିକୁ ଅନୁସରଣ କରିବେ କି ନାଇ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।