ନୂଆଦିଲ୍ଲୀ,୨୮/୦୪: ସଂସଦର ଆଗାମୀ ମୌସୁମୀ ଅଧିବେସନରେ ବୀମା ସଂଶୋଧନ ବିଧେୟକ ଉପସ୍ଥାପିତ ହେବାର ଢ଼େର ସମ୍ଭାବନା ରହିଛି । ଏହି ବିଧେୟକରେ ବୀମା କ୍ଷେତ୍ର ଏଫ୍‌ଡିଆଇ ସୀମାକୁ ୧୦୦%କୁ ବଢ଼ାଇବାକୁ ସରକାର ଯୋଜନା ରଖିଛନ୍ତି । 

ମିଡିଆ  ରିପୋର୍ଟ ମୁତାବକ, ଏହି ବିଧେୟକ ଏବେ ଚୂଡ଼ାନ୍ତ ହୋଇ ସାରିଥିବା  ବେଳେ ଶୀଘ୍ର ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିପାରେ । କ୍ୟାବିନେଟ  ମଞ୍ଜୁରୀ ପରେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ବିଧେୟକକୁ  ସଂସଦରେ ଉପସ୍ଥାପନ କରିବାର ପ୍ରକ୍ରିୟା ଆରମ୍ଭ କରିବ । ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ଚଳିତ ବର୍ଷ ବଜେଟ ଭାଷଣ ବେଳେ ବିତ୍ତୀୟ କ୍ଷେତ୍ର ସୁଧାର ଅଧିନରେ ବୀମା କ୍ଷେତ୍ରରେ ବିଦେଶୀ ନିବେଶ  ସୀମାକୁ ୭୪%ରୁ ୧୦୦%କୁ ବଢ଼ାଇବା ନେଇ ପ୍ରସ୍ତାବ ରଖିଥିଲେ ।