ସୋରଡ଼ା,୧୫/୧ : ଇନ୍ସୁରାନ୍ସ ଥାଇ ଚାଲାଣ କଟୁଛି ଡିଏଲ ଥାଇ ଚାଲାଣ କଟୁଛି, ଗାଡ଼ି ଗୋଟିଏ ସ୍ଥାନରେ ଥାଇ ମଧ୍ୟ ଅନ୍ୟ ସ୍ଥାନରେ ଚାଲାଣ କଟୁଛି l ସୋରଡ଼ାର ନିଲୁ ମହାରଣାଙ୍କ କାର୍ ଘର ନିକଟରେ ଥାଇ ଅନ୍ୟ ସ୍ଥାନରେ ଚାଲାଣ କଟିଥିବା କହିଛନ୍ତି l ସେହିପରି ରାକେଶ ପଟ୍ଟନାୟକଙ୍କ ଗାଡ଼ିର ଇନ୍ସୁରାନ୍ସ ଥାଇ ମଧ୍ୟ ଇନ୍ସୁରାନ୍ସ ନ ଥିବା ଦର୍ଶାଇ ଆନ୍ଧ୍ର ଶ୍ରୀକାକୁଲମ ଟୋଲ ପ୍ଲାଜାରେ ଚାଲାଣ କଟିଛି I

ସେହିପରି ସୁଶାନ୍ତ ପତିଙ୍କ କାରର ଇନ୍ସୁରାନ୍ସ ଥାଇ ମଧ୍ୟ ଆନ୍ଧ୍ର ଅଂଚଳକୁ ଯାଇଥିବାବେଳେ ୫ଟି ଚାଲାଣ କଟିଛି I ଡିଏଲ ଥାଇ ରିଙ୍କୁ ପଟ୍ଟନାୟକଙ୍କ ଡିଏଲ ନ ଥିବା ଦର୍ଶାଇ ଚାଲାଣ କଟିଛି I ଗାଡ଼ି ମାଲିକ ଏବେ ବାହାର ଜିଲ୍ଲା ଓ ବାହାର ରାଜ୍ୟକୁ ଗାଡ଼ି ଧରି ଯିବା ପାଇଁ ଭୟ କରୁଛନ୍ତି I ଏହା ବୈଷୟିକ ତ୍ରୁଟି ଯୋଗୁଁ ହେଉଛି କି ଇଣ୍ଟରନେଟରେ ଧୀରଗତି ଯୋଗୁଁ ହେଉଛି ତାହା ଆଲୋଚ୍ୟ ବିଷୟ I ଅନ୍ୟପଟେ ସବୁ ଥାଇ ଚାଲାଣ କାଟୁଥିବା ଯୋଗୁଁ ଗାଡ଼ି ମାଲିକ ମାନସିକ ଚିନ୍ତା ଭୋଗୁଛନ୍ତି I