ହରଭଙ୍ଗା,୧୯/୧୨ : ଭୈରବୀ ସ୍ନାତକ ମହାବିଦ୍ୟାଳୟଠାରେ ଚାଲିଥିବା ଆନ୍ତଃ ବିଭାଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି । କ୍ରୀଡ଼ା ଶିକ୍ଷକ ମଧୁସୂଦନ ବେହେରାଙ୍କ ତତ୍ତ୍ବାବଧାନରେ ଉଦଯାପିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେଇଥିଲେ । ଉଦଘାଟନ ମ୍ୟାଚରେ ଇତିହାସ ବିଭାଗ ଦଳ ରାଜନୀତି ବିଜ୍ଞାନ ବିଭାଗ ଦଳକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ।
ସେହିପରି ଫାଇନାଲ ମ୍ୟାଚରେ ଇତିହାସ ବିଭାଗ ଦଳ ଭୈରବୀ ଉଚ୍ଚ ମାଧ୍ୟମିକ ଦଳକୁ ୯ ଓ୍ବିକେଟରେ ପରାସ୍ତ କରିଥଲା। ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଭୈରବୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ରମେଶ ଚନ୍ଦ୍ର ତାରିଣୀଆଁ ଓ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କନିଷ୍ଠ କିରାଣୀ, ସହ ଗ୍ରନ୍ଥଗାରୀକ ଯୋଗଦେଇଥିଲେ। ରାଜେଶ ଷଡ଼ଙ୍ଗୀ, ସଂସ୍କାର ପଟ୍ଟନାୟକ, ପ୍ରିତମ ସାନ୍ତରା ସମସ୍ତ ମ୍ୟାଚ ପରିଚାଳନା କରିଥିଲେ।