ଭୁବନେଶ୍ୱର,୦୭/୦୬: ୧୫ ବର୍ଷରୁ କମ୍‌ ଅନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିଅନସିପ୍‌ ସିଏମ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ଆସନ୍ତା ୮  ତାରିଖରେ ଖେଳାଯିବ । ଭୁବନେଶ୍ୱର ଓ ବରଗଡ଼  ମଧ୍ୟରେ ଟ୍ରଫି ଲଢ଼େଇ ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡ଼ିୟମରେ ଖେଳାଯିବ । ମ୍ୟାଚର ସିଧାପ୍ରସାରଣ ଫାଓର ୟୁଟ୍ୟୁବ ଚ୍ୟାନେଲ କରାଯିବ । 

ଦୁଇଟି ପର୍ଯ୍ୟାୟରେ ସିଏମ ଟ୍ରଫି  ଆୟୋଜିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାରେ  ଅନ୍ତଃ କ୍ଲବ୍‌ ମ୍ୟାଚ୍‌ ଆୟୋଜିତ ହୋଇଥିଲା । ଜାନୁଆରୀ ୧୬ରୁ  ଆରମ୍ଭ ହୋଇ ଏହା ଏପ୍ରିଲ ୧୯ ତାରିଖରେ ଶେଷ ହୋଇଥିଲା ।  ଏଥିରେ ମୋଟ୍‌ ୪୪୮ଟି ମ୍ୟାଚ୍‌ ଖେଳାଯାଇଥିଲା । ସେମିତି ଦ୍ୱିତୀୟ  ପର୍ଯ୍ୟାୟ ଅନ୍ତଃ ଜିଲ୍ଲା ଟୁର୍ଣ୍ଣାମେଣ୍ଟ ମେ’ ୨୮ ତାରିଖରୁ ଆରମ୍ଭ ହୋଇ  ଆସନ୍ତ ୮ ତାରିଖରେ ଶେଷ ହେବ । ଏଥିରେ ୫୨ଟି ମ୍ୟାଚ୍‌  ରହିଥିଲା । ଏମିତି ଅନ୍ତଃ କ୍ଲବରୁ  ଅନ୍ତଃ ଜିଲ୍ଲା ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ  ୫୦୦ଟି ମ୍ୟାଚ୍‌ ଖେଳାଯାଇଛି ।