ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଆନ୍ତଃ ରାଜ୍ୟ କୁଖ୍ୟାତ ବାଇକ ଚୋର ଗିରଫ ; ୪ବାଇକ୍ ଜବତ, ବିଭିନ୍ନ ଥାନାରେ ଏକାଧିକ ମାମଲା

Published By : Gurupada Nath | June 26, 2025 8:38 PM

ଫିରିଙ୍ଗିଆ, ୨୬/୬ : କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବାଇକ୍ ସହ ବିଭିନ୍ନ ଦାମୀ ଗାଡ଼ି ରୀତିମତ ଭାବେ ଚୋରି ହେଉଛି l ଚୋରି ଭୟରେ ଲୋକେ ବାହାରେ ଗାଡ଼ି ରଖିବା ମଧ୍ୟ ଅସୁରକ୍ଷିତ ମଣୁଛନ୍ତି l ଫିରିଙ୍ଗିଆ ପୋଲିସ ଜଣେ କୁଖ୍ୟାତ ବାଇକ ଚୋରକୁ ଧରିବାରେ ସଫଳ ହୋଇଥିବାବେଳେ ୪ଟି ବିଭିନ୍ନ କମ୍ପାନୀର ବାଇକ ମଧ୍ୟ ଜବତ କରି ବାଇକ ଚୋରକୁ କୋର୍ଟ ଚାଲାଣ କରିଛି l

ସୂଚନା ଅନୁସାରେ, ଫିରିଙ୍ଗିଆ ଥାନାରେ ବାଇକ୍ ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ କରି ଚୋରି କରିଥିବା ବ୍ୟକ୍ତି ଓ ଚୋରି ବାଇକକୁ ଜବତ କରିଥିବାବେଳେ ସମ୍ପୃକ୍ତ ବାଇକ ଚୋର ନାମରେ ଜିଲ୍ଲା ଓ ଜିଲ୍ଲା ବାହାରେ ଏକାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି l ତେବେ ବାଇକ ଚୋର ଜଣକ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ନାଗପୁର ଗାଁର କ୍ରିଷ୍ଣା ଦାଶ ବୋଲି ଜଣା ପଡ଼ିଛି l ପୋଲିସ ତଦନ୍ତ ପରେ ବିଭିନ୍ନ ଜାଗାରେ ରଖିଥିବା ୪ଟି ବାଇକ ଜବତ କରିଥିବାବେଳେ ଫିରିଙ୍ଗିଆ ଥାନାରେ ମାମଲା ରୁଜୁ କରି ବାଇକ ଚୋର କ୍ରିଷ୍ଣା ଦାଶକୁ କୋର୍ଟ ଚାଲାଣ କରିଥିବା ତଦନ୍ତ କାରି ଅଧିକାରୀ ପ୍ରମୋଦ ପ୍ରଧାନ ଓ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.