ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅନ୍ତର୍ଜାତୀୟ ମହିଳା ବିରୋଧୀ ହିଂସା ମୂଳୋତ୍ପାଟନ ଦିବସ

Published By : Prameya | November 25, 2024 10:17 AM

ନୂଆଦିଲ୍ଲୀ ୨୫/୧୧: ସାରା ଦୁନିଆରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ରୋକିବା ଏବଂ ମହିଳାଙ୍କୁ  ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ  ନଭେମ୍ବର ୨୫ରେ ଅନ୍ତର୍ଜାତୀୟ ମହିଳା  ବିରୋଧୀ ହିଂସା ମୂଳୋତ୍ପାଟନ ଦିବସ  ପାଳନ କରାଯାଏ । ୧୯୬୦ ନଭେମ୍ବର  ୨୫ରେ ଡୋମିନିକା ଶାସକ ରାଫେଲ  ଟ୍ରୁଜିଲୋଙ୍କ ନିର୍ଦ୍ଦେଶରେ ୩ ଭଉଣୀଙ୍କୁ  ହତ୍ୟା କରାଯାଇଥିଲା । ସେମାନେ ଏହି ଏକଛତ୍ରବାଦୀ ଶାସକଙ୍କ ବିରୋଧରେ  ସ୍ୱର ଉତ୍ତୋଳନ କରିଥିଲେ । ସେବେଠାରୁ  ୧୯୮୧ରେ ଲାଟିନ୍‌ ଆମେରିକା ଏବଂ  କାରାବିଆନ୍‌ ଫେମିନିଷ୍ଟ ଏନ୍‌କୁଏନ୍‌ଟ୍ରୋସ୍‌  କାର୍ଯ୍ୟକର୍ତ୍ତାମାନେ ମହିଳା ବିରୋଧୀ ହିଂସା  ବିରୋଧରେ ସଚେତନତା ବଢ଼ାଇବା ପାଇଁ  ନଭେମ୍ବର ୨୫କୁ ବାଛିଥିଲେ । 

୧୯୯୯  ଡିସେମ୍ବର ୧୭ରେ ଜାତିସଂଘ ନଭେମ୍ବର  ୨୫କୁ ଅନ୍ତର୍ଜାତୀୟ ମହିଳା ବିରୋଧୀ  ହିଂସା ମୂଳୋତ୍ପାଟନ ଦିବସ ଭାବେ ପାଳନ କରିବା ପାଇଁ ଔପଚାରିକ ଭାବେ ପ୍ରସ୍ତାବ  ଆପଣାଇଥିଲା । ଜାତୀୟ ଅପରାଧ ରେକର୍ଡ  ବ୍ୟୁରୋ ଅନୁସାରେ, ଭାରତରେ ବଳାତ୍କାର, ଯୌତୁକ ହିଂସା, ଘରୋଇ ହିଂସା ଆଦିରେ  ମହିଳାମାନେ ଅଧିକାଂଶ ଭାବେ ପୀଡ଼ିତ ।  ଏଥିଯୋଗୁ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ  ପ୍ରଭାବିତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.