ନୂଆଦିଲ୍ଲୀ ୨୫/୧୧: ସାରା ଦୁନିଆରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ରୋକିବା ଏବଂ ମହିଳାଙ୍କୁ  ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ  ନଭେମ୍ବର ୨୫ରେ ଅନ୍ତର୍ଜାତୀୟ ମହିଳା  ବିରୋଧୀ ହିଂସା ମୂଳୋତ୍ପାଟନ ଦିବସ  ପାଳନ କରାଯାଏ । ୧୯୬୦ ନଭେମ୍ବର  ୨୫ରେ ଡୋମିନିକା ଶାସକ ରାଫେଲ  ଟ୍ରୁଜିଲୋଙ୍କ ନିର୍ଦ୍ଦେଶରେ ୩ ଭଉଣୀଙ୍କୁ  ହତ୍ୟା କରାଯାଇଥିଲା । ସେମାନେ ଏହି ଏକଛତ୍ରବାଦୀ ଶାସକଙ୍କ ବିରୋଧରେ  ସ୍ୱର ଉତ୍ତୋଳନ କରିଥିଲେ । ସେବେଠାରୁ  ୧୯୮୧ରେ ଲାଟିନ୍‌ ଆମେରିକା ଏବଂ  କାରାବିଆନ୍‌ ଫେମିନିଷ୍ଟ ଏନ୍‌କୁଏନ୍‌ଟ୍ରୋସ୍‌  କାର୍ଯ୍ୟକର୍ତ୍ତାମାନେ ମହିଳା ବିରୋଧୀ ହିଂସା  ବିରୋଧରେ ସଚେତନତା ବଢ଼ାଇବା ପାଇଁ  ନଭେମ୍ବର ୨୫କୁ ବାଛିଥିଲେ । 

୧୯୯୯  ଡିସେମ୍ବର ୧୭ରେ ଜାତିସଂଘ ନଭେମ୍ବର  ୨୫କୁ ଅନ୍ତର୍ଜାତୀୟ ମହିଳା ବିରୋଧୀ  ହିଂସା ମୂଳୋତ୍ପାଟନ ଦିବସ ଭାବେ ପାଳନ କରିବା ପାଇଁ ଔପଚାରିକ ଭାବେ ପ୍ରସ୍ତାବ  ଆପଣାଇଥିଲା । ଜାତୀୟ ଅପରାଧ ରେକର୍ଡ  ବ୍ୟୁରୋ ଅନୁସାରେ, ଭାରତରେ ବଳାତ୍କାର, ଯୌତୁକ ହିଂସା, ଘରୋଇ ହିଂସା ଆଦିରେ  ମହିଳାମାନେ ଅଧିକାଂଶ ଭାବେ ପୀଡ଼ିତ ।  ଏଥିଯୋଗୁ ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ  ପ୍ରଭାବିତ।