ଭୁବନେଶ୍ୱର୧/୧୨: ଆରମ୍ଭ ହେଲା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ସୋମବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଷ୍ଟାଡିଅମରେ ଏହି ଦିବସ ଅବସରରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆସନ୍ତା ତିନିଦିନ ଧରି ଚାଲିବ। ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଲୋକାର୍ପଣ କରିଥିଲେ। ଏକାମ୍ର ବିଧାୟକ ବାବୁ ସିଂ ଓ ବିଭାଗୀୟ ସଚିବ ଆର ସନ୍ଥ ଗୋପାଳନ ମଧ୍ୟ ଉପସ୍ଥିତ ଥିଲେ। ପ୍ରଦର୍ଶନୀ ମଧ୍ୟରେ ଭିନ୍ନକ୍ଷମଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରକରଣା ସାମଗ୍ରୀ, ଖେଳ ଉପକରଣ ଆଦି ପ୍ରଦର୍ଶିତ ହୋଇଥିଲା। ଏପଟେ ଷ୍ଟାଡିଅମରେ ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ହୋଇଥିଲା।