ସୁନ୍ଦରଗଡ,୧୫।୧ : ସୁନ୍ଦରଗଡରେ ଗୋଷ୍ଠୀ ସଂଘର୍ଷ  ଘଟଣା ପରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ କଲା ଜିଲ୍ଲା ପ୍ରଶାସନ।   ସନ୍ଧ୍ୟା ୬ଟା ଯାଏଁ  ବନ୍ଦ ରହିବ ଇଣ୍ଟରନେଟ।  ଇଣ୍ଟରନେଟ ବନ୍ଦ ପାଇଁ ଜିଲ୍ଲାପାଳ ଦେଲେ ନିର୍ଦେଶ।

ସୂଚନାଯୋଗ୍ୟ ଯେ  ଗୋମାଂସ କୁ କେନ୍ଦ୍ର କରି  ସୁନ୍ଦରଗଡ ରିଜେଣ୍ଟ ମାର୍କେଟରେ  ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସୁନ୍ଦରଗଡ଼ ଟାଉନ ଥାନା ରିଜେଣ୍ଟ ମାର୍କେଟ ରଣକ୍ଷେତ୍ର ପାଲଟିଲା । ଉଭୟ ପକ୍ଷରୁ ଟେକାମାଡ ହୋଇଥିଲା।  ଏଥିରେ ଏକାଧିକ ଯୁବକ ଆହତ ହୋଇଥିଲେ। ଏପରିକି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ଆହତ ହୋଇଥିଲା। ଖବର ପାଇଘଟଣା ସ୍ଥଳରେ ୨ ପ୍ଲାଟୁନ ପୋଲିସ ସହ ସୁନ୍ଦରଗଡ଼ ଏସପି ପହଞ୍ଚିଥିଲେ।  ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ  ୧୬୩ ଧାରା ଜାରି କରାଯାଇଛି ।  ଏପରିକି  ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ  ପହଞ୍ଚିଛନ୍ତି ।  ସୁନ୍ଦରଗଡ଼ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପଳଙ୍କ ଉପସ୍ଥିତି ରେ ଉଭୟ ପକ୍ଷ ସହ ଆଲୋଚନା ଜାରି ରହିଛି।