ନୂଆଦିଲ୍ଲୀ,୦୧/୦୪: ଆଇପିଏଲ ୨୦୨୫ ର ଦ୍ୱାଦଶ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୮ ଓ୍ବିକେଟରେ ପରାଜିତ କରିଛି। ଏହି ବିଜୟ ସହିତ ଏମ୍‌ଆଇ ଆଇପିଏଲର ଏକ ବଡ଼ ରେକର୍ଡ ନିଜ ନାଁରେ କରିଛି। ଆଇପିଏଲର କୌଣସି ଗୋଟିଏ ଗ୍ରାଉଣ୍ଡରେ ସର୍ବାଧିକ ମ୍ୟାଚ୍ ଜିତିଥିବା ଦଳ ହୋଇପାରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ପ୍ରସଙ୍ଗରେ ଏମ୍‌ଆଇ କୋଲକାତା ଏବଂ ସନରାଇଜର୍ସ ହାଇଦ୍ରାବାଦ ସମେତ ସମସ୍ତ ଦଳକୁ ପଛରେ ପକାଇ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ମୁମ୍ବାଇ ସୋମବାର ୱାଙ୍ଖେଡ଼େ ଷ୍ଟାଡିୟମରେ ଆଇପିଏଲର ୫୩ ତମ ବିଜୟ ପଞ୍ଜିକରଣ କରିଛି। ଆଇପିଏଲର କୌଣସି ଗୋଟିଏ ଗ୍ରାଉଣ୍ଡରେ ସର୍ବାଧିକ ମ୍ୟାଚ୍ ଜିତିଥିବା ଦଳ ହୋଇପାରିଛି ଏମ୍‌ଆଇ। ଏହି ପ୍ରସଙ୍ଗରେ କୋଲକାତା ଦ୍ୱିତୀୟ ସ୍ଥାନରେ ରହିଛି। ଇଡେନ୍ ଗାର୍ଡେନ୍ସରେ କେକେଆର୍ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ ଟି ମ୍ୟାଚ୍ ଜିତିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସିଏସ୍‌କେ ୫୧ ଟି ମ୍ୟାଚ୍ ଜିତିଛି। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ସିଏସ୍‌କେ ଅଧିକାଂଶ ମ୍ୟାଚ୍ ଜିତିଛି। 

ଆଇପିଏଲ୍ ୨୦୨୫ ରେ ମୁମ୍ବାଇ ପ୍ରଥମ ମ୍ୟାଚ୍‌ ଖରାପ ସାବ୍ୟସ୍ତ ହୋଇଥିଲା। ଏମ୍‌ଆଇ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ୍ ଖେଳିଥିଲା ଏହି ମ୍ୟାଚରେ ସିଏସକେ ମୁମ୍ବାଇକୁ ୪ ୱିକେଟରେ ହରାଇଥିଲା। ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ମୁମ୍ବାଇ ସିଜିନର ଦ୍ୱିତୀୟ ମ୍ୟାଚ୍ ଖେଳିଥିଲେ ମଧ୍ୟ ଗୁଜୁରାଟ ଏହି ମ୍ୟାଚକୁ ୩୬ ରନରେ ଜିତିଥିଲା। ଲଗାତାର ଦୁଇଟି ମ୍ୟାଚ୍ ହାରି ମୁମ୍ବାଇ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଏକପାଖିଆ ମ୍ୟାଚରେ କେକେଆରକୁ ପରାସ୍ତ କରିଛି। କୋଲକାତା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅଶ୍ୱନୀ କୁମାର ମୁମ୍ବାଇ ପକ୍ଷରୁ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ରିଆନ୍ ରିକଲେଟନ୍ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

ଆଇପିଏଲରେ ଗୋଟିଏ ଗ୍ରାଉଣ୍ଡରେ ସର୍ବାଧିକ ମ୍ୟାଚ୍‌ ଜିତିଥିବା ଦଳ:

ମୁମ୍ବାଇ ଇଣ୍ଡିଆନ୍ସ--ଓ୍ବାଙ୍ଖେଡେ ଷ୍ଟାଡିୟମ- ୫୩ ‌ଥର ବିଜୟୀ

କୋଲକାତା ନାଇଟ ରାଇଡର୍ସ-- ଇଡେନ ଗାର୍ଡେନ ଷ୍ଟାଡିୟମ- ୫୨ ଥର ବିଜୟୀ

ଚେନ୍ନାଇ ସୁପରକିଙ୍ଗ୍ସ--ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡିୟମ- ୫୧ ଥର ବିଜୟୀ

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁ--ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡିୟମ- ୪୪ ଥର ବିଜୟୀ

ରାଜସ୍ଥାନ ରୟାଲ୍ସ--ସଓ୍ବାଇ ମାନସିଂହ ଷ୍ଟାଡିୟମ- ୩୭ ଥର ବିଜୟୀ

ସନ୍‌ରାଇଜର୍ସ ହାଇଦ୍ରାବାଦ--ରାଜୀବ ଗାନ୍ଧୀ ଷ୍ଟାଡିୟମ-୩୭ ଥର ବିଜୟୀ

ଦିଲ୍ଲୀ କାପିଟାଲ୍ସ--ଅରୁଣ ଜେଟଲି ଷ୍ଟାଡିୟମ-୩୭ ଥର ବିଜୟୀ

ପଞ୍ଜାବ କିଙ୍ଗ୍‌ସ--ଆଇ.ଏସ୍‌.ବିନ୍ଦ୍ର ଷ୍ଟାଡିୟମ- ୩୧ ଥର ବିଜୟୀ