ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IPL 2025ର କାର୍ଯ୍ୟସୂଚୀ ଘୋଷଣା: ମାର୍ଚ୍ଚ ୨୨ରେ KKR ବନାମ RCB ମ୍ୟାଚ୍, ମେ’ ୨୫ରେ ଫାଇନାଲ୍

Published By : Tapas Panda | February 16, 2025 6:28 PM

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌)ର ୧୮ତମ ସଂସ୍କରଣ ଅର୍ଥାତ୍ IPL 2025 ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚରେ କେକେଆରର ହୋମ ଗ୍ରାଉଣ୍ଡ ଇଡେନ ଗାର୍ଡେନସରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଆଇପିଏଲ ୨୦୨୫ର ଫାଇନାଲ୍ ୨୫ ମେ’ରେ ଖେଳାଯିବ। ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ ୨୨ ମାର୍ଚ୍ଚରେ ଇଡେନ ଗାର୍ଡେନସରେ ଖେଳାଯିବାକୁ ଥିବା ବେଳେ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ସେଠାରେ ଖେଳାଯିବ ବୋଲି ଜଣାପଡ଼ିଛି ।  ଆଇପିଏଲ ୨୦୨୫ରେ, ୧୩ଟି ସହରରେ ୧୦ଟି ଦଳ ମଧ୍ୟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ । ଏଥିରେ ନକଆଉଟ୍ ଅର୍ଥାତ୍ ପ୍ଲେଅଫ୍ ମ୍ୟାଚ୍ ମଧ୍ୟ ଅନ୍ତର୍ଭୁକ୍ତ । ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡ଼ିକ ମାର୍ଚ୍ଚ ୨୨ ରୁ ମେ’ ୧୮ ମଧ୍ୟରେ ଖେଳାଯିବ ।

IPL 2025ର ସବୁଠାରୁ ବଡ଼ ମ୍ୟାଚ୍ ୨୩ ମାର୍ଚ୍ଚରେ ଅନୁଷ୍ଠିତ ହେବ। ଏହି ଦିନ ଆଇପିଏଲର ଦୁଇଟି ବଡ଼ ଦଳ ମୁହାଁମୁହିଁ ହେବେ। ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଏହି ସିଜିନରେ, ଉଭୟ ଦଳ ଦୁଇଥର ମୁହାଁମୁହିଁ ହେବେ । ଆଇପିଏଲ ୨୦୨୫ର ଦ୍ୱିତୀୟ ମ୍ୟାଚ୍ ୨୩ ମାର୍ଚ୍ଚରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ୨୩ ମାର୍ଚ୍ଚରେ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଏକ ମୁକାବିଲା ହେବ । ଅର୍ଥାତ୍ ୨୩ ମାର୍ଚ୍ଚରେ ଦୁଇଟି ମ୍ୟାଚ୍ ଖେଳାଯିବ ।




ଆଇପିଏଲର ୧୮ତମ ସଂସ୍କରଣରେ ମୋଟ ୧୩ଟି ସହରରେ ମ୍ୟାଚ୍‌ ଖେଳାଯିବ। ଆଇପିଏଲ ୨୦୨୫ ମ୍ୟାଚ୍ ଲକ୍ଷ୍ନୌ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, ଅହମ୍ମଦାବାଦ, ବିଶାଖାପାଟଣା, ଗୌହାଟି, ବେଙ୍ଗାଲୁରୁ, ନ୍ୟୁ ଚଣ୍ଡିଗଡ଼, ଜୟପୁର, ଦିଲ୍ଲୀ, କୋଲକାତା ଏବଂ ଧର୍ମଶାଳାରେ ଖେଳାଯିବ । IPL 2025ରେ ମୋଟ ୧୨ଟି ଡବଲ୍ ହେଡର ମ୍ୟାଚ୍ ଅଛି । ଏହାର ଅର୍ଥ ହେଉଛି ଦିନକୁ ଦୁଇଟି ମ୍ୟାଚ୍ ୧୨ ଥର ଖେଳାଯିବ । ପ୍ରତିବର୍ଷ IPLର ପ୍ରଥମ ମ୍ୟାଚ୍ ପୂର୍ବ ସିଜିନର ଫାଇନାଲ ଖେଳିଥିବା ଦୁଇ ଦଳ ମଧ୍ୟରେ ଖେଳାଯାଏ, କିନ୍ତୁ ଏଥର ଏହାର ବ୍ୟତିକ୍ରମ ଦେଖାଯାଉଛି । IPL 2024 ଫାଇନାଲରେ, କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ ।  କିନ୍ତୁ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ୍ KKR ଏବଂ RCB ମଧ୍ୟରେ ଖେଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.