ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଇପିଏଲ୍‌ ଉଦଘାଟନୀ ସମାରୋହ, ସୁମଧୁର କଣ୍ଠରେ ଦର୍ଶକଙ୍କୁ ମତୁଆଲା କରିବେ ଶ୍ରେୟା ଘୋଷାଲ ଏବଂ ଅରିଜିତ୍‌ ସିଂହ

Published By : Tapas Panda | March 21, 2025 5:30 PM

Image Courtesy: dnaindia

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ପାଇଁ ଅପେକ୍ଷା ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ ଶନିବାରଠାରୁ IPLର ୧୮ତମ ସିଜିନ୍ ଆରମ୍ଭ ହେବାକୁ ଯାଉଛି । କୋଲକାତାର ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଇପିଏଲ ଟିମ୍‌ କୋଲକାତାରେ ପହଞ୍ଚିଛନ୍ତି । ଉଦଘାଟନ ସମାରୋହରେ ଚଳଚ୍ଚିତ୍ର ତାରକାମାନଙ୍କ ଦ୍ୱାରା ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ତାରକାମାନଙ୍କ ମଧ୍ୟରେ କରଣ ଆଉଜିଲାଙ୍କ ସହିତ ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂହଙ୍କ ଭଳି ଗାୟକ ରହିଛନ୍ତି । 




ଏଠାରେ ଶ୍ରେୟା ଘୋଷାଲ ତାଙ୍କର ସୁମଧୁର କଣ୍ଠସ୍ୱରରେ ଖେଳପ୍ରେମୀଙ୍କୁ ମୁତଆଲା କରିବେ। ଏହା ସହିତ, ଅରିଜିତ ସିଂହ ତାଙ୍କର ସଙ୍ଗୀତ ପରିବେଷଣରେ ଦର୍ଶକଙ୍କୁ ବିମୋହିତ କରିବେ। ବଲିଉଡ ଅଭିନେତ୍ରୀ ଦିଶା ପଟାନି ଉଦଘାଟନୀ ଉତ୍ସବରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରି ଲୋକମାନଙ୍କୁ ମନୋରଞ୍ଜନ କରିବେ । ଏହି ବର୍ଷ IPLକୁ  ୧୮ ବର୍ଷ ପୂରଣ ହେବାକୁ ଯାଉଛି । ଏହି ୧୮ତମ ସିଜିନର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଶନିବାର କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାକୁ ଯାଉଛି। 




ଏହି ମ୍ୟାଚ୍ ପୂର୍ବରୁ, ଫିଲ୍ମ ଷ୍ଟାରମାନଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇଛି। ଏହି ଚଳଚ୍ଚିତ୍ର କଳାକାରମାନେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଶ୍ରେୟା ଘୋଷାଲ ତାଙ୍କର ଯାଦୁଗରୀ ସ୍ୱରରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ଏହା ସହିତ ଅରିଜିତ ସିଂହ ଗୀତ ଗାଇ ଆଇପିଏଲ ୨୦୨୫କୁ ସ୍ବାଗତ କରିବେ ।




ଦିଶା ପଟାନୀଙ୍କ ସହିତ ବରୁଣ ଧାୱନ ମଧ୍ୟ ଆଇପିଏଲ ଉଦଘାଟନୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ଶନିବାର ହେବାକୁ ପ୍ରଥମ ମ୍ୟାଚ୍ରେ ଶାହରୁଖ ଖାନଙ୍କ ଦଳ KKR ଅଂଶଗ୍ରହଣ କରିବ । ଏହି ବିଶେଷ ଅବସରରେ ଶାହରୁଖ ଖାନ ମଧ୍ୟ ଇଡେନ ଗାର୍ଡେନ ଆସିପାରନ୍ତି । କିନ୍ତୁ ଏବେ ସୁଦ୍ଧା ଏନେଇ କୌଣସି ସୂଚନା ମିଳିନାହିଁ । ଅନେକ ବଲିଉଡ୍ ଷ୍ଟାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଶନିବାର ଇଠେନ ଗାର୍ଡେନରେ ଉଦଘାଟନୀ ମ୍ୟାଚ୍‌ ସହ ଆଇପିଏଲ ୨୦୨୫ ଆରମ୍ଭ ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.