ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ପାଇଁ ଅପେକ୍ଷା ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ ଶନିବାରଠାରୁ IPLର ୧୮ତମ ସିଜିନ୍ ଆରମ୍ଭ ହେବାକୁ ଯାଉଛି । କୋଲକାତାର ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଇପିଏଲ ଟିମ୍‌ କୋଲକାତାରେ ପହଞ୍ଚିଛନ୍ତି । ଉଦଘାଟନ ସମାରୋହରେ ଚଳଚ୍ଚିତ୍ର ତାରକାମାନଙ୍କ ଦ୍ୱାରା ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ତାରକାମାନଙ୍କ ମଧ୍ୟରେ କରଣ ଆଉଜିଲାଙ୍କ ସହିତ ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂହଙ୍କ ଭଳି ଗାୟକ ରହିଛନ୍ତି । 




ଏଠାରେ ଶ୍ରେୟା ଘୋଷାଲ ତାଙ୍କର ସୁମଧୁର କଣ୍ଠସ୍ୱରରେ ଖେଳପ୍ରେମୀଙ୍କୁ ମୁତଆଲା କରିବେ। ଏହା ସହିତ, ଅରିଜିତ ସିଂହ ତାଙ୍କର ସଙ୍ଗୀତ ପରିବେଷଣରେ ଦର୍ଶକଙ୍କୁ ବିମୋହିତ କରିବେ। ବଲିଉଡ ଅଭିନେତ୍ରୀ ଦିଶା ପଟାନି ଉଦଘାଟନୀ ଉତ୍ସବରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରି ଲୋକମାନଙ୍କୁ ମନୋରଞ୍ଜନ କରିବେ । ଏହି ବର୍ଷ IPLକୁ  ୧୮ ବର୍ଷ ପୂରଣ ହେବାକୁ ଯାଉଛି । ଏହି ୧୮ତମ ସିଜିନର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଶନିବାର କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାକୁ ଯାଉଛି। 




ଏହି ମ୍ୟାଚ୍ ପୂର୍ବରୁ, ଫିଲ୍ମ ଷ୍ଟାରମାନଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇଛି। ଏହି ଚଳଚ୍ଚିତ୍ର କଳାକାରମାନେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଶ୍ରେୟା ଘୋଷାଲ ତାଙ୍କର ଯାଦୁଗରୀ ସ୍ୱରରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ଏହା ସହିତ ଅରିଜିତ ସିଂହ ଗୀତ ଗାଇ ଆଇପିଏଲ ୨୦୨୫କୁ ସ୍ବାଗତ କରିବେ ।




ଦିଶା ପଟାନୀଙ୍କ ସହିତ ବରୁଣ ଧାୱନ ମଧ୍ୟ ଆଇପିଏଲ ଉଦଘାଟନୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  ଶନିବାର ହେବାକୁ ପ୍ରଥମ ମ୍ୟାଚ୍ରେ ଶାହରୁଖ ଖାନଙ୍କ ଦଳ KKR ଅଂଶଗ୍ରହଣ କରିବ । ଏହି ବିଶେଷ ଅବସରରେ ଶାହରୁଖ ଖାନ ମଧ୍ୟ ଇଡେନ ଗାର୍ଡେନ ଆସିପାରନ୍ତି । କିନ୍ତୁ ଏବେ ସୁଦ୍ଧା ଏନେଇ କୌଣସି ସୂଚନା ମିଳିନାହିଁ । ଅନେକ ବଲିଉଡ୍ ଷ୍ଟାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଶନିବାର ଇଠେନ ଗାର୍ଡେନରେ ଉଦଘାଟନୀ ମ୍ୟାଚ୍‌ ସହ ଆଇପିଏଲ ୨୦୨୫ ଆରମ୍ଭ ହୋଇଯିବ ।