ନୂଆଦିଲ୍ଲୀ,୧୬।୧୨: ଆଇପିଏଲ ୨୦୨୬ ପାଇଁ ଚାଲିଛି  ମିନି ନିଲାମୀ। ମଙ୍ଗଳବାର ଅର୍ଥାତ ୧୬ ଡିସେମ୍ବରରେ ଆବୁଧାବିର ଏତିହାଦ ଏରିନାରେ ଏହା ଚାଲିଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କାର ବର୍ଷା। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୫.୨ କୋଟି ଟଙ୍କାରେ କିଣିଛି। ସେଭଳି ଶ୍ରୀଲଙ୍କା କ୍ରିକେଟର ମଥିଶା ପଥିରାନାଙ୍କୁ କେକେଆର ୧୮ କୋଟି ଟଙ୍କାରେ କିଣିଛି। ଅନ୍ୟପକ୍ଷେ ଭାରତୀୟ ଖେଳାଳି ଭେଙ୍କଟେଶ ଆୟରଙ୍କୁ ୭ କୋଟିରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ରବି ବିଷ୍ନୋଇଙ୍କୁ ୭.୨୦ କୋଟିରେ କିଣିଛି ରାଜସ୍ଥାନ ଟିମ୍।  ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳି ରହିଛନ୍ତି ରିଷଭ ପନ୍ତ। ତାଙ୍କୁ ଲକ୍ଷ୍ନୌ ଟିମ୍ ୨୭ କୋଟିରେ କିଣିଥିଲା। ଏବେ ଦେଖିବାର ଅଛି ଆଜିର ନିଲାମୀରେ ସେ ପୂର୍ବ ରେକର୍ଡ ଭାଙ୍ଗି ପାରିବେ କି ନାହିଁ।

​​​​​​​

ଏହା ସହ ଗ୍ରୀନ୍ ତାଙ୍କ ଦେଶର ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କୁ ୨୦୨୪ ମସିହାରେ କେକେଆର ୨୪.୭୫ କୋଟିରେ କିଣିଥିଲା। ଏଠାରେ ଉଲ୍ଲେଖନୀୟ ଯେ ଯଦିଓ କୋଲକାତା ନାଇଟ୍ ରାଇଡର୍ସ କ୍ୟାମେରନଙ୍କୁ ୨୫.୨ କୋଟିରେ କିଣିଛି କିନ୍ତୁ , ଗ୍ରୀନ୍‌ଙ୍କୁ କେବଳ ୧୮ କୋଟି ମିଳିବ। ୭.୨ କୋଟି ବିସିସିଆଇର କଲ୍ୟାଣ ପାଣ୍ଠିରେ ଜମା କରାଯିବ। ଗତ ବର୍ଷ, ବିସିସିଆଇ ମିନି-ନିଲାମରେ ବିଦେଶୀ ଖେଳାଳିଙ୍କ ପାଇଁ ୧୮ କୋଟିର ଅପର ଲିମିଟ ସୀମା ସ୍ଥିର କରିଥିଲା, ଯାହା ଫଳରେ ବିଦେଶୀ ଖେଳାଳିମାନେ ଅଧିକ ଚାହିଦାର ଅଯଥା ଲାଭ ଉଠାଇ ପାରିବେ ନାହିଁ।

ଆହୁରି ପଢନ୍ତୁ:  ଆଜି ଆଇପିଏଲ୍‌ -୧୯ର ମିନି ଅକ୍ସନ୍‌: ୭୭ ସ୍ଥାନ ପାଇଁ ୩୫୯ ଖେଳାଳି ତାଲିକା, ଗ୍ରୀନ୍‌ ହୋଇ ପାରନ୍ତି ଦାମୀ ଖେଳାଳି

ଏହି ସମୟରେ କିଛି ବଡ଼ ଓ ନାମୀ ଖେଳାଳି ଅକ୍ସନରେ ବିକ୍ରି ହୋଇପାରି ନାହାନ୍ତି। ତାଙ୍କ ଭିତରେ ଅଛନ୍ତି କ୍ୱିଣ୍ଟନ୍ ଡି କକ୍, ସରଫରାଜ ଖାନ ଏବଂ ପୃଥ୍ୱୀ ଶ। ଚଳିତ ବର୍ଷ ନିଲାମରେ ୩୬୯ ଖେଳାଳିଙ୍କ ପାଇଁ ନିଲାମୀ ଡକାଯିବ, କାରଣ ଦଳଗୁଡ଼ିକ ଆଗାମୀ ସିଜନ ପୂର୍ବରୁ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। ଆଇପିଏଲ ୨୦୨୬ ନିଲାମରେ ୩୬୯ ଖେଳାଳିଙ୍କ ମଧ୍ୟରୁ ୪୦ ଜଣଙ୍କର ବେସ୍ ପ୍ରାଇସ୍ ୨ କୋଟି। ଏଥର୧୦ ଟି ଦଳରେ ସର୍ବାଧିକ ୭୭ ଜଣ ଖେଳାଳି ବିକ୍ରି ହେବେ, ଯାହାଙ୍କ ମଧ୍ୟରୁ ୩୧ ଜଣରୁ ଅଧିକ ବିଦେଶୀ ଖେଳାଳି ହେବେ ନାହିଁ। ଏଥର ଅକ୍ସନରେ ୨୪୦ ଭାରତୀୟ କ୍ରିକେଟର ଓ ୧୧୦ ବିଦେଶୀ ଖେଳାଳି ରହିଛନ୍ତି।