ନୂଆଦିଲ୍ଲୀ,୩୦/୦୩; ଆଇପିଏଲ ୨୦୨୬ ସିଜିନ୍ ୧୯ର ଆଜି ତୃତୀୟ ମ୍ୟାଚରେ ଗୌହାଟୀରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ଟିକେ ଖାସ୍ ହେବାକୁ ଯାଉଛି । ସଞ୍ଜୁ ସାମସନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଅତ୍ୟନ୍ତ ଭାବପ୍ରବଣ ହେବ । ନୂଆ ଜର୍ସିରେ ନଜର ଆସିବେ ସଞ୍ଜୁ- ସାର୍ ଜାଡେଜା । ସଞ୍ଜୁ ଚେନ୍ନାଇ ପାଇଁ ତାଙ୍କ ପୁରୁଣା ଦଳ ବିପକ୍ଷରେ ଖେଳିବେ । ସେହିପରି ରବୀନ୍ଦ୍ର ଜାଡେଜାଙ୍କର ଘରବାହୁଡ଼ା ହୋଇଥିଲେ ବି ଚେନ୍ନାଇ ସହ ବିଶେଷ କରି ମହେନ୍ଦ୍ର ସିଂହ ଧୋନୀଙ୍କ ସହ ତାଙ୍କର ସମ୍ପର୍କ ଖୁବ ନୀବିଡ଼ ।
ଦଶ ବର୍ଷରୁ ଅଧିକ ସମୟ ଧରି, ସାମସନ୍ ରାଜସ୍ଥାନ ରୟାଲ୍ସର ଚେହେରା ରହି ଆସିଛନ୍ତି । ସେ ଦଳର ପ୍ରମୁଖ ବ୍ୟାଟର, ଅଧିନାୟକ ଏବଂ ସର୍ବାଧିକ ରନ୍ ସ୍କୋରର୍ ଭାବରେ ପ୍ରଦର୍ଶନ କରିଥିଲେ, ଦଳକୁ ୨୦୨୨ ଫାଇନାଲ୍ ପର୍ଯ୍ୟନ୍ତ ନେତୃତ୍ୱ ଦେଇଥିଲେ । ଯେପରି ଏମଏସ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ପରିଚୟ ଠିକ୍ ସେହିପରି ସାମସନ୍ ରାଜସ୍ଥାନ ରୟାଲ୍ସର ଏକ ପରିଚିତ ଚେହେରା ବ୍ୟାଟର । ତଥାପି, ଜାଡେଜା ରାଜସ୍ଥାନକୁ ଫେରିବା ପରେ ଏହି କେରଳି ବ୍ୟାଟର ଏବେ ହଳଦିଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ । ସାମସନ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି । ଭାରତର ଟି୨୦ ବିଶ୍ୱକପ୍ ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ କର ବା ମର ମ୍ୟାଚ୍ରେ ଲଗାତାର ତିନୋଟି ଅର୍ଦ୍ଧଶତକ ମାରି ସେ ଦେଶର ନୂତନ ଷ୍ଟାର ଭାବରେ ଉଭା ହୋଇଛନ୍ତି ।
ଏହା ବି ପଢନ୍ତୁ...୩୦୦ ରନ୍ କରିବେ ବିସ୍ଫୋରକ ବୈଭବ ? ଚେନ୍ନାଇ ବିପକ୍ଷ ରେକର୍ଡ ଦେଉଛି ପ୍ରମାଣ
ଆଇପିଏଲ ହେଡ୍ ଟୁ ହେଡ୍
ଚେନ୍ନାଇ-୧୬
ରାଜସ୍ଥାନ-୧୫
ଶେଷ ୧୦ ମ୍ୟାଚ୍;
ସିଏସକେ-୨
ରାଜସ୍ଥାନ-୮