​​​​​​​ନୂଆଦିଲ୍ଲୀ: ବୁଧବାର ଚଳିତ ଆଇପିଏଲର ଏଲିମିନେଟର ମୁକାବିଲା ଖେଳାଯିବ । ରାଜସ୍ଥାନ ଏବଂ ହାଇଦ୍ରାବାଦ ମଧ୍ୟରେ ଏହି ମୁକାବିଲା ହେବାକୁ ଯାଉଛି । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ହାଇଦ୍ରାବାଦ ଏବଂ ଚତୁର୍ଥ ସ୍ଥାନରେ ରହିଥିବା ରାଜସ୍ଥାନ ମଧ୍ୟରେ ଏହି ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁ ଦଳ ବିଜୟୀ ହେବ ଦ୍ବିତୀୟ କ୍ବାଲିଫାୟର ଖେଳିବ । ମଙ୍ଗଳବାର ଖେଳଯାଉଥିବା ଆରସିବି ଏବଂ ଗୁଜୁରାଟ ମଧ୍ୟରୁ ଯେଉଁ ଦଳ ପରାଜିତ ହେବ ତା ସହ ଖେଳିବ । ତେବେ ଯଦି ଏହି ମ୍ୟାଚ ବାତିଲ୍ ହୁଏ ତାହେଲେ କଣ ହେବ ? ଏମିତି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବାବେଳେ ଆସନ୍ତୁ ଆମର ଏହି ଆଲ୍ଲେଖ୍ୟରେ ଜାଣିବା ।

କ୍ରିକେଟ ପ୍ରେମୀମାନେ ଏହି ବଡ଼ ମୁକାବିଲା ପାଇଁ ଚାହିଁ ରହିଛନ୍ତି । ତେବେ ଏଲିମିନେଟର ମୁକାବିଲା ପାଇଁ କୌଣସି ରିଜର୍ଭ ଡେ’ ରଖାଯାଇନାହିଁ । ତେଣୁ ସେହିଦିନ ହିଁ ମ୍ୟାଚ ନିର୍ଣ୍ଣୟ ହେବ । ସମୟ ମଧ୍ୟରେ ଅତି କମରେ ୫ ଓଭର ଖେଳାଯିବାର ବ୍ୟବସ୍ଥା ରହିଛି । ଯଦି ଏହା ସମ୍ଭବ ନ ହୁଏ ତାହେଲେ ନେଟ୍ ରନରେଟ୍ ହିସାବରେ ନିର୍ଣ୍ଣ ହେବ । ଯେଉଁଥିରେ ଆଗରେ ରହିଛି ହାଇଦ୍ରାବାଦ । ଏବଂ ପଛରେ ରହିଛି ରାଜସ୍ଥାନ ।

ରାଜସ୍ଥାନ ଏବଂ ହାଇଦ୍ରାବାଦର ହେଡ ଟୁ ହେଡ୍ ମୁକାବିଲା ସମ୍ପର୍କରେ ଯଦି କହିବା ତାହେଲେ ଉଭୟ ୨୩ଥର ସାମ୍ନାସାମ୍ନି ହୋଇଛନ୍ତି । ଯେଉଁଥିରେ ହାଇଦ୍ରାବାଦର ପଲ୍ଲା ଭାରି ରହିଛି । ହାଇଦ୍ରାବାଦ ୧୪ଟି ବିଜୟୀ ହୋଇଥିବାବେଳେ ରାଜସ୍ଥାନ ୯ଟି ଜିତିଛି । ତେବେ ଚଳିତ ସିଜିନି​‌ରେ ଉଭୟ ତୃତୀୟଥର ପାଇଁ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ପୂର୍ବ ଦୁଇଟିଯାକ ମ୍ୟାଚରେ ହାଇଦ୍ରାବାଦ ଜିତିଥିବାବେଳେ ବଦଲା ନେବା ଲକ୍ଷ୍ୟରେ ରହିଛି ରାଜସ୍ଥାନ ।  

​​​​​​​ଏହାସହ ପଢ଼ନ୍ତୁ : ୬ ଜଣଙ୍କ ହତ୍ୟା ଅଭିଯୁକ୍ତର ପୁଲିସ ଉପସ୍ଥିତିରେ ହେଲା ବାହାଘର