ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମ୍ୟାଚ ବେଶ୍ ରୋମାଞ୍ଚକ ହୋଇଥିଲା । ମାତ୍ର ୧୪୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଲକ୍ଷ୍ନୌ । କିନ୍ତୁ ପ୍ରଥମ ବଲରୁ ସାମି କେ.ଏଲ ରାହୁଲଙ୍କୁ ଆଉଟ୍ କରିବା ପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଦିଲ୍ଲୀ । ୨୬ ରନରେ ୪ ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା ଦିଲ୍ଲୀ । କିନ୍ତୁ ଦଳର ମୁଖ୍ୟ ପ୍ରଶିକ୍ଷକ ହେମାଙ୍ଗ ବଦୋନୀଙ୍କ ଗୋଟିଏ ନିଷ୍ପତ୍ତି ଦଳର ଭାଗ୍ୟ ବଦଳାଇ ଦେଇଥିଲା । ଦଳ ସଙ୍କଟରୁ ଉଦ୍ଧାର ହେବା ସହ ବିଜୟ ହାସଲ କରିଥିଲା ।
ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟୁଥିବାବେଳେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଡେଭିଡ୍ ମିଲର ବ୍ୟାଟିଂ ପାଇଁ ପ୍ରସ୍ତୁତ ହୋଇଥିଲେ । ମାତ୍ର ସେ ଯିବା ପୂର୍ବରୁ ଉପରୁ ଦୌଡ଼ି ଦୌଡ଼ି ଆସି ଡଗଆଉଟରେ ପହଞ୍ଚିଥିଲେ ମୁଖ୍ୟ ପ୍ରଶିକ୍ଷକ । ଆଉ ଡେଭିଡ୍ ମିଲରଙ୍କ ବଦଳରେ ଷ୍ଟବ୍ସଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲେ । ଆଉ ଷ୍ଟବ୍ସ ମଧ୍ୟ ଧର୍ଯ୍ୟର ସହ ୩୦ ବଲରୁ ୩୯ ରନ୍ କରିଥିଲେ । ସମୀର ରିଜଭିଙ୍କ ସାଥ ଦେଇଥିଲେ ସମୀର ୭୦ ରନର ପାଳି ଖେଳିଥିବାବେଳେ ଏହି ଯୋଡ଼ି ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟୀ କରାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ଗୋଟିଏ ନିଷ୍ପତ୍ତି ମ୍ୟାଚକୁ ପରାଜୟରୁ ବିଜୟ ଦେଇଛି ବୋଲି ମଧ୍ୟ କମେଣ୍ଟ କରୁଛନ୍ତି କ୍ରୀଡ଼ାପ୍ରେମୀ ।
ଏହାସହ ପଢ଼ନ୍ତୁ : ଦିଲ୍ଲୀ ବିଜୟର ମୁଖ୍ୟ ନାୟକ: ଦିନେ ବିକ୍ରି ହୋଇଥିଲେ କୋଟିରେ, ଏବେ କିନ୍ତୁ ଲକ୍ଷରେ