କୋଲକାତା, ୧୪/୩ : ଆଇପିଏଲ ୨୦୨୬ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୧୦ ଦଳ ବିଜୟ ପାଇଁ ନିଜର ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ସମସ୍ତ ଦଳର ଖେଳାଳିମାନେ ଏବେ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ KKR ଏକ ଭିଡିଓ ଜାରି କରିଛି । ଯେଉଁଥିରେ ସେ ଆରସିବିର ମଜାକ୍ ଉଡ଼ାଇଥିବା ମଧ୍ୟ କୁହାଯାଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଫ୍ୟାନ୍ସମାନେ ନିଜ ଦଳ ପାଇଁ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

KKR ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଦଳର ନୂଆ ଜର୍ସି ଉନ୍ମୋଚନ ସମ୍ପର୍କରେ ଦେଖାଯାଇଛି । ଏଥିରେ ଦିଆଯାଇଥିବା ନମ୍ବର ଗୁଡ଼ିକ କୋଲକାତାର ସଫଳତା ପ୍ରଦର୍ଶନ କରିଛି । କିନ୍ତୁ ଗୋଟିଏ ନମ୍ବର ଯାହା ଆରସିବି ଉପରେ ଆକ୍ରମଣ କରାଯାଇଥିବା ଦାବି କରାଯାଉଛି । ଏହି ଭିଡିଓରେ ଟ୍ରାଫିକ୍ ସିଗନାଲ ଦର୍ଶଯାଇଛି । ଯେଉଁଥିରେ ଲାଲ ରଙ୍ଗରେ ୪୯ ସେକେଣ୍ଡ ଲେଖାଯାଇଛି । ଏହା ସଂଖ୍ୟା ଆରସିବି ଫ୍ୟାନ୍ସଙ୍କୁ ଅଧିକ ବାଧିଛି । କାରଣ ୨୦୧୭ ମସିହାରେ କେକେଆର ଆରସିବିକୁ ୪୯ ରନରେ ଅଲଆଉଟ୍ କରିଥିଲା । ଯାହାକି ଦଳର ଲଜ୍ଜାଜନକ ସ୍କୋର । ତେବେ ଏହି ଭିଡିଓରେ ସଂଖ୍ୟାଗୁଡ଼ିକୁ ମନେ ରଖିବାକୁ କୁହାଯାଉଛି ।

ଏହାସହ ଏହି ଭିଡିଓରେ ୧୫୮ ସଂଖ୍ୟା ଦର୍ଶଯାଇଛି । ଯାହାକି ଆଇପିଏଲର ଉଦଘାଟନୀ ମ୍ୟାଚରେ ମ୍ୟାକୁଲମ ମାରିଥିଲେ । ତାହା ପୁଣି ଆରସିବି ବିପକ୍ଷରେ । କେବଳ ଏତିକି ନୁହେଁ କୋଲକାତା ନିଜର ପାଓ୍ବାର ପ୍ଲେରେ କରାଯାଇଥିବା ସର୍ବାଧିକ ସ୍କୋର ୧୦୫-୬ ଏବଂ ଗୋଟିଏ ପାଳିରେ କରିଥିବା ସର୍ବାଧିକ ସ୍କୋରକୁ ମଧ୍ୟ ଦର୍ଶଯାଇଛି ।

ଏହାସହ ପଢ଼ନ୍ତୁ : ଏହି କାରଣରୁ ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର ବୋଲର ହର୍ଷିତ ରାଣା