ନୂଆଦିଲ୍ଲୀ : ଖାଲି ଛକା ଆଉ ଚୌକା । ଧମାକାଦାର ବ୍ୟାଟିଂ କଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ବ୍ୟାଟ୍ସମ୍ୟାନ କେ.ଏଲ. ରାହୁଲ । ୬୭ ବଲରେ ୧୫୨ ରନ କରି ଅପରାଜିତ ରହିଛନ୍ତି । ସମ୍ପୂର୍ଣ୍ଣ ୨୦ ଓଭର ବ୍ୟାଟିଂ କରିଥିଲେ । ଯେଉଁଥିରେ ୧୬ ଚୌକା ଏବଂ ୯ ଛକା ରହିଛି । ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୬୪ ରନ କରିଛି । ପଞ୍ଜାବ ବୋଲରଙ୍କୁ ଧୂଲେଇ କରିଥିବା ରାହୁଲ ନୂଆ ରେକର୍ଡ ନିଜ ନାମରେ ସ୍ଥାପନ କରିଛନ୍ତି ।

ପ୍ରଥମ ଭାରତୀୟ ଖେଳାଳିଭାବେ ଆଇପିଏଲରେ ୧୫୦ରୁ ଅଧିକ ସ୍କୋର କରିଛନ୍ତି । ପୂର୍ବରୁ ବ୍ରେଣ୍ଡମ ମ୍ୟାକୁଲମ ୧୫୮ ରନରେ ଅପରାଜିତ ରହିଥିବାବେଳେ କ୍ରିସ୍ ଗେଲ୍ ୧୭୫ ରନ କରି ଅପରାଜିତ ରହିଥିବାର ରେକର୍ଡ ରହିଛି । ରାହୁଲ ତୃତୀୟ ଖେଳାଳିଭାବେ ଆଇପିଏଲରେ ୧୫୦ରୁ ଅଧିକ ସ୍କୋର କରିପାରିଛନ୍ତି । କିନ୍ତୁ ପ୍ରଥମ ଭାରତୀୟ ଭାବେ ୧୫୨ ରନ୍ ଆଇପିଏଲ ଇତିହାସରେ କରିବାରେ ସକ୍ଷମ ହୋଇଛନ୍ତି ।

ରାହୁଲ ଏହି ପାଳିରେ ୨୬ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିପାରିଥିଲେ । ଏହାସହ ୪୭ ବଲ ଭିତରେ ସେ ନିଜର ଶତକ ହାସଲ କରିଥିଲେ । ଏହି ପାଳିରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୨୬.୮୬ ରହିଛି । ସେପଟେ ନୀତିଶ ରାଣାଙ୍କ ସହ ମିଶି ଏକ ବିଶାଳ ସ୍କୋରର ପାର୍ଟନରସିପ୍ କରିଥିଲେ । ଉଭୟ ୨୨୦ ରନର ବିଶାଳ ପାର୍ଟନରସିପ କରି ରେକର୍ଡ କରିଛନ୍ତି ।

ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଭାବେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି । ସେ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଭାବେ ତୃତୀୟ ଶତକ ହାସଲ କରିଛନ୍ତି । ସଞ୍ଜୁ ଏବଂ ଡି’କକ ମଧ୍ୟ ତିନୋଟି ଲେଖାଏଁ ଶତକ ହାସଲ କରିଛନ୍ତି । ସେପଟେ ଆଇପିଏଲରେ ସର୍ବାଧିକ ଶତକ ହାସଲ କରିବାର ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେ ୬ ଶତକ ହାସଲ କରିଥିବାବେଳେ ବିରାଟ (୮), ବଟଲର (୭) ଶତକ ହାସଲ କରିଛନ୍ତି ।

ଏହାସହ ପଢ଼ନ୍ତୁ : ରାହୁଲଙ୍କ ୧୫୨ ରନର ପାଳି, ପଞ୍ଜାବ ଆଗରେ ୨୬୫ ରନର ବିଶାଳ ଲକ୍ଷ୍ୟ ରଖିଲା ଦିଲ୍ଲୀ