ମୁମ୍ବାଇ, ୧୬/୦୩: ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ ଆଇପିଏଲ୍‌ର ୧୯ତମ ସଂସ୍କରଣ । ପ୍ରତିଯୋଗିତାର ସବୁଠୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ନୂଆ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳର ପ୍ରମୁଖ ସଦସ୍ୟମାନେ ନୂଆଦିଲ୍ଲୀରେ ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବରେ ଯୋଗ ଦେଇଛନ୍ତି । ଏପଟେ ଦଳର  ଅନ୍ୟ ଘରୋଇ ଖେଳାଳିମାନେ ୱାଙ୍ଖଡ଼େ  ଷ୍ଟାଡ଼ିୟମ୍‌ରେ ଏକତ୍ରିତ ହୋଇଛନ୍ତି । ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ  ଦଳର ପ୍ରସ୍ତୁତି ଶିବିର ପରିଚାଳନା କରୁଛନ୍ତି ।

ସୂଚନା ଅନୁଯାୟୀ, ରବିବାର ମୟଙ୍କ ମାର୍କଣ୍ଡେ, ରଘୁ  ଶର୍ମା, ନମନ ଧିର, ଡାନିଶ ମାଲେୱର ପ୍ରମୁଖ ଦଳରେ ଯୋଗ ଦେଇଥିଲେ ।  ମାର୍କଣ୍ଡେ ଗତ ସିଜନରେ ସନରାଇଜର୍ସ  ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ । ରଘୁ  ଶର୍ମା ନବାଗତ ଭାବେ ଏଥର ଦଳରେ  ସ୍ଥାନ ପାଇଛନ୍ତି । ତାଙ୍କୁ ବିଘ୍ନେଶ ପୂଥୁରଙ୍କ  ସ୍ଥାନରେ ସୁଯୋଗ ମିଳିଛି । ନମନ ଧିର ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ସଦସ୍ୟ ।  ଗତ ସିଜନରେ ସେ ୧୮୨.୬୦ ଷ୍ଟ୍ରାଇକ  ରେଟ୍‌ରେ ୨୫୨ ରନ ସଂଗ୍ରହ କରିଥିଲେ । ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍  ଜିତି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା ।  ମାତ୍ର ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ  କିଙ୍ଗ୍‌ସ ଠାରୁ ପରାଜିତ ହୋଇ ବିଦାୟ  ନେଇଥିଲା ।

ଆସନ୍ତା ୨୯ ତାରିଖରେ  ମୁମ୍ବାଇ ଇଣ୍ଡିଆନ୍ସ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଦଳ କୋଲକାତା ନାଇଟ୍‌  ରାଇଡର୍ସକୁ ଭେଟିବ ।  ଜୟପୁରରେ ଅଭ୍ୟାସ,  ଗୌହାଟୀରେ ମ୍ୟାଚ୍‌ ନୂଆ ରୂପରେ ଏଥର ଗ୍ରାଉଣ୍ଡ୍‌କୁ  ଓହ୍ଲାଇବାକୁ ଯାଉଥିବା ରାଜସ୍ଥାନ ରୟାଲ୍ସ  ଦଳ ମଙ୍ଗଳବାର ଠାରୁ ପ୍ରସ୍ତୁତି ଆରମ୍ଭ  କରିବ । ସୱାଇ ମାନସିଂ ଷ୍ଟାଡ଼ିୟମ୍‌ରେ ହିଁ ଦଳର ପ୍ରସ୍ତୁତି ଶିବିର ଚାଲିବ । ଏଥର  ରିୟାନ ପରାଗ ଦଳର ନେତୃତ୍ୱ ନେଉଛନ୍ତି । ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀଙ୍କ  ଭଳି ଅନେକ ଯୁବ ଖେଳାଳି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବେ । ଆଇପିଏଲ୍‌ର  ପ୍ରଥମ ପର୍ଯ୍ୟାୟ କ୍ରୀଡ଼ାସୂଚୀ ଅନୁଯାୟୀ  ରାଜସ୍ଥାନ ରୟାଲ୍ସ ପ୍ରଥମ ୨ଟି ଘରୋଇ  ମ୍ୟାଚ ଗୌହାଟୀର ବର୍ଷାପଡ଼ା ଗ୍ରାଉଣ୍ଡ୍‌ରେ  ଖେଳିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ସୱାଇ  ମାନସିଂ ଷ୍ଟାଡ଼ିୟମ୍‌ ଦଳର ପ୍ରମୁଖ ଘରୋଇ  ଗ୍ରାଉଣ୍ଡ । ତେଣୁ ସେଠାରେ ଦଳ ଅଭ୍ୟାସ  ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି  ନେଇଛି । କିଛି ଦିନ ତଳେ ନାଗପୁରରେ  ରାଜସ୍ଥାନ ରୟାଲ୍ସର ଏକ ଫିଟ୍‌ନେସ  ଶିବିର ଆୟୋଜନ କରାଯାଇଥିଲା ।  ଏଥିରେ ବୈଭବ, ରବି ବିଷ୍ଣୋଇ, ସନ୍ଦିପ  ଶର୍ମାଙ୍କ ସମେତ ରବିନ୍ଦ୍ର ଜାଡ଼େଜା ଯୋଗ  ଦେଇଥିଲେ । ମୁଖ୍ୟ କୋଚ କୁମାର  ସାଙ୍ଗାକାରା ମଧ୍ୟ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ-କେବେ ରିଲିଜ ହେବ ଆଇପିଏଲ୍ ୨୦୨୬ସିଡ୍ୟୁଲର ଦ୍ବିତୀୟ ଫେଜ୍ ? ବିସିସିଆଇ ଉପାଧ୍ୟକ୍ଷ କହିଲେ…