ନୂଆଦିଲ୍ଲୀ,୩୧/୦୩; ଆଇପିଏଲ ୨୦୨୬ର ପ୍ରଥମ ମ୍ୟାଚରେ ସାର୍ ରବିନ୍ଦ୍ର ଜାଡେଜା ପାଇଁ ପରିସ୍ଥିତି ସମାନ ନଥିଲା । ଗତବର୍ଷ ତୁଳନାରେ ପରିସ୍ଥିତି ଭିନ୍ନ ଥିଲା । ସେ ଏହି ସିଜନରେ ତାଙ୍କ ଅଭିଯାନ ସେହି ଦଳ ବିପକ୍ଷରେ ଆରମ୍ଭ କରିଥିଲେ ଯାହା ପାଇଁ ସେ ପୂର୍ବ ସିଜନରେ ବିଜୟ ପାଇଁ ଚେଷ୍ଟା କରୁଥିଲେ । ଏଥର, ରବିନ୍ଦ୍ର ଜାଡେଜା ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ । ସିଏସକେ ବିପକ୍ଷରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ ଏବଂ ଦୁଇଟି ମୂଲ୍ୟବାନ ୱିକେଟ୍ ନେଇଥିଲେ । ଯାହା ତାଙ୍କ ପୂର୍ବ ଦଳର ମେରୁଦଣ୍ଡ ଭାଙ୍ଗି ଥିଲା । ଏସବୁ ସତ୍ତ୍ୱେ, ଆରଆର ବନାମ ସିଏସକେ ମ୍ୟାଚରେ ରବିନ୍ଦ୍ର ଜାଡେଜା କାହିଁକି କାନ୍ଦିଲେ ? ତାର ଉତ୍ତର ହେଉଛି ପୁରୁଣା ପ୍ରେମ ।

ଲାଇଭ୍ ମ୍ୟାଚ୍‌ରେ ଭାବୁକ ହେଲେ ଜାଡେଜା- ରବିନ୍ଦ୍ର ଜାଡେଜାଙ୍କ ପୁରୁଣା ପ୍ରେମ ତାଙ୍କ ପୂର୍ବତନ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସକୁ ବୁଝାଉଛି । ଯାହା ପାଇଁ ତାଙ୍କ ଭାବନା ଲୁହ ଆକାରରେ ଆଖିରେ ଜକେଇ ଆସିଥିଲା । ଲାଇଭ୍ ମ୍ୟାଚ୍ ସମୟରେ  ସିଏସକେ ପ୍ରଶଂସକମାନେ ପଡ଼ିଆରେ ତାଙ୍କ ନାମ ଜପ କରିବା ଆରମ୍ଭ କରିଥିଲେ । ଏହି ଘଟଣା ଚେନ୍ନାଇ ସୁପର କିଙ୍ଗସର ଇନିଂସର ୯ମ ଓଭର ସମୟରେ ଘଟିଥିଲା । ଜାଡେଜା ସେତେବେଳେ ବାଉଣ୍ଡ୍ରୀ ଲାଇନରେ  ଫିଲ୍ଡିଂ କରୁଥିଲେ । ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଚେନ୍ନାଇ ଛାଡି ରାଜସ୍ଥାନ ପାଇଁ ଖେଳିବାକୁ ନେଇ ଜାଡେଜା କହିଛନ୍ତି, ଏହା ସହଜ ନଥିଲା । ପ୍ରଥମେ ଟିକେ କଷ୍ଟକର ଥିଲା କାରଣ ମୁଁ ସିଏସକେ ସହିତ ୧୩-୧୪ ସିଜିନ୍ ଖେଳିଛି, କିନ୍ତୁ ପରେ ମୁଁ ଭାବିଲି ଏହା ଯାତ୍ରାର ଏକ ଅଂଶ ଏବଂ ମୁଁ ସେହି ଦଳକୁ ଫେରିଯାଉଛି ଯେଉଁ ଦଳ ସହିତ ମୁଁ ମୋର ପ୍ରଥମ ଆଇପିଏଲ ଜିତିଥିଲି। ଏମିତିରେ ବି  ପିଙ୍କ୍ କଲର ମୋତେ ସୁଟ୍ କରୁଛି । ହଳଦିଆ ପୁରୁଣା ହୋଇଗଲାଣି । "​​​​​​​

'ପୁରୁଣା ପ୍ରେମ' ଦେଲେ ଚୁମ୍ବନ ଦେଲେ- ରବିନ୍ଦ୍ର ଜାଡେଜା ତାଙ୍କ ପୂର୍ବତନ ଫ୍ରାଞ୍ଚାଇଜ୍  ସିଏସରେ ବିପକ୍ଷରେ ୩ ​​ଓଭରରେ ୧୮ ରନ ଦେଇ ୨ଟି ୱିକେଟ ନେଇଥିଲେ। ତାଙ୍କର ଅବଦାନ ରାଜସ୍ଥାନକୁ ୮ ୱିକେଟରେ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଥିଲା । ବିଜୟ ପରେ, ରବିନ୍ଦ୍ର ଜାଡେଜାଙ୍କ 'ପୁରୁଣା ପ୍ରେମ' ପ୍ରତି ଭାବନା ପୁଣି ଥରେ ସ୍ପଷ୍ଟ ହୋଇଥିଲା ଯେତେବେଳେ ସେ ସିଏସକେ ଖେଳାଳି ଖଲିଲ ଅହମ୍ମଦଙ୍କ ସହ କଥା ହେବାକୁ ଯାଇଥିଲେ । ଜାଡେଜା ଖଲିଲ ଅହମ୍ମଦଙ୍କ ଜର୍ସିରେ ସିଏସକେ ଲୋଗୋ ଦେଖି ତାହାକୁ ଚୁମ୍ବନ ଦେଇଥିଲେ । ଏହା ଦର୍ଶାଉଛି ଯେ, ଚଳିତ ଆଇପିଏଲ ସିଜିନରେ ଜାଡେଜାଙ୍କ ସ୍ଥାନ ପରିବର୍ତ୍ତନ ହୋଇଥାଇପାରେ, ତଥାପି ତାଙ୍କ ହୃଦୟରେ ସିଏସକେର ସ୍ୱତନ୍ତ୍ର ସ୍ଥାନ ରହିଛି ।

ଏହା ବି ପଢନ୍ତୁ...ଧୋନୀଙ୍କ ବିନା ରାଜସ୍ଥାନଠୁ କାହିଁକି ହାରିଲା ଚେନ୍ନାଇ ? ଜାଣନ୍ତୁ କାହାକୁ ଦାୟୀ କଲେ କ୍ୟାପ୍ଟେନ୍