ନୂଆଦିଲ୍ଲୀ,୧୦/୩ : ଆଇପିଏଲ୍ ୨୦୨୬ର ସିଡ୍ୟୁଲକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରଥମେ କୁହାଯାଉଥିଲା କି ଟି-୨୦ ବିଶ୍ବକପ ଫାଇନାଲ ଦିନ ତଥା ଗତ ରବିବାର(୮) ଉଦଯାପନୀ ଉତ୍ସବ ପୂର୍ବରୁ ଲିଗର ଆଗାମୀ ସିଜନର ସିଡ୍ୟୁଲ ଜାରି କରାଯିବ । କିନ୍ତୁ ଏଭଳି ହେଲା ନାହିଁ । ଏବେ (BCCI) ଭାରତୀୟ କ୍ରିକେଟ କଣ୍ଟେ୍ର୍ାଲ ବୋର୍ଡ଼ର ସଚିବ ଦେବଜୀତ ସ୍ୟାକିୟା ସିଡ୍ୟୁଲକୁ ନେଇ ବଡ଼ ଅପଡେଟ୍ ସେୟାର କରିଛନ୍ତି । ସେ କହିଛନ୍ତି କି, ସିଡ୍ୟୁଲ କେଉଁ ତାରିଖରେ ଜାରି କରାଯିବ । ଏହା ବ୍ୟତୀତ ଏକ ବଡ଼ ଟ୍ବିଷ୍ଟ ବି କହିଛନ୍ତି ।

ସୂଚନା ଅନୁସାରେ, ବିସିସିଆଇ ସଚିବ କହିଛନ୍ତି କି, ‘ଆମେ ୧୨ମାର୍ଚ୍ଚ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୬ର ସିଡ୍ୟୁଲ ଜାରି କରିବାର ଯୋଜନା କରୁଛୁ । ପ୍ରଥମ ୨୦ଦିନର ସିଡ୍ୟୁଲ ଜାରି କରିବୁ । ‘ ପ୍ରଥମେ ସାମ୍ନାକୁ ଆସିଥିବା କେତେକ ରିପୋର୍ଟରେ କୁହାଯାଇଥିଲା କି ସିଡ୍ୟୁଲ ଦୁଇ ପର୍ଯ୍ୟାୟରେ ଜାରି କରାଯିବ । କୁହାଯାଇଥିଲା କି ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ପ୍ରଥମ ପର୍ଯ୍ୟାୟର ସିଡ୍ୟୁଲ କ୍ଲିୟର କରିଦେଇଛନ୍ତି । ଏବେ କିନ୍ତୁ ୨୦ଦିନର ସିଡ୍ୟୁଲ ଜାରି କରାଯିବ ।

ପ୍ରକାଶ ଯେ, ଆଇପିଏଲ୍ ସିଡ୍ୟୁଲ୍ ଜାରି କରିବାରେ ବିଳମ୍ବ ନିର୍ବାଚନ କାରଣରୁ ହେଉଛି । ସିଡ୍ୟୁଲକୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ନିର୍ବାଚନ କାରଣରୁ ଜାରି କରାଯିବ । କୁହାଯାଉଛି କି ୨୦୨୬ରେ ପଶ୍ଚିମବଙ୍ଗ, ଆସାମ ଏବଂ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାରେ ଅଛି । ଯାହାକୁ ଧ୍ୟାନରେ ରଖି ଆଇପିଏଲ ସିଡ୍ୟୁଲ ପ୍ରସ୍ତୁତ କରାଯାଇଛି । ତିନି ରାଜ୍ୟରେ ଆଇପିଏଲର ମ୍ୟାଚ୍ ଖେଳାଯିବ ।

କିଛି ସମୟ ପୂର୍ବରୁ ସାମ୍ନାକୁ ଆସିଥିବା ଏକ ରିପୋର୍ଟରେ କୁହାଯାଇଛି କି ଆଇପିଏଲର ଆଗାମୀ ସିଜନର ଆରମ୍ଭ ୨୮ମାର୍ଚ୍ଚରୁ ହୋଇପାରେ । ସେହିଭଳି ଟାଇଟେଲ୍ ମ୍ୟାଚ୍ ୩୧ମଇରେ ଖେଳାଯାଇପାରେ । ପ୍ରକାଶ ଯେ, ପ୍ରଥମ ତାରିଖ ୨୬ମାର୍ଚ୍ଚରୁ ୩୦ମଇ ଭିତରେ କୁହାଯାଉଥିଲା। ପ୍ରକୃତ ଅଫିସିଆଲ୍ ତାରିଖ ଜାରି ହେବା ପରେ ସାମ୍ନାକୁ ଆସିବ । ଏବେ ଦେଖିବାକୁ ଅପେକ୍ଷା ଟୁର୍ଣ୍ଣାମେଣ୍ଟ ଆରମ୍ଭ କେବେ ହେବ ।