ନୂଆଦିଲ୍ଲୀ,୨୫/୦୩; ଆଇପିଏଲ୍‌ର ଲୋକପ୍ରିୟ ଫ୍ରାଞ୍ଚାଇଜ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିକ୍ରି ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପଙ୍କ ନେତୃତ୍ୱାଧିନ ୪ଜଣିଆ କନ୍ସୋର୍ଟିୟମ୍ ୧୬,୭୦୬ କୋଟି ଟଙ୍କା ମୂଲ୍ୟରେ ଆରସିବି ଫ୍ରାଞ୍ଚାଇଜ କିଣିଛନ୍ତି ।  ଆରସିବିକୁ କିଣିଥିବା କନସୋର୍ଟିୟମ୍‌ ଆଦିତ୍ୟ ବିର୍ଲା ଗ୍ରୁପ୍ (ଏବିଜି) ଓ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ ବ୍ୟତୀତ ଅନ୍ୟ ୨ଟି କମ୍ପାନୀ ଭାବେ ବୋଲ୍ଟ ଭେଞ୍ଚର୍ସ, ବ୍ଲାକ୍ଷ୍ଟୋନ ପର୍ପେଚୁଆଲ ରହିଛନ୍ତି ।

୪ଟି କମ୍ପାନୀ RCBକୁ କିଣିଲେ​​​​​​​- ବର୍ତ୍ତମାନ ଆରସିବି ଆଇପିଏଲ୍‌ର ସବୁଠୁ ଦାମୀ ଫ୍ରାଞ୍ଚାଇଜ ହୋଇ ଯାଇଛି । ୨୦୦୮ ମସିହାରେ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (ୟୁଏସଏଲ୍) ୪୫୦ କୋଟି ଟଙ୍କାରେ ଆରସିବି ଫ୍ରାଞ୍ଚାଇଜ କିଣିଥିଲା । ପ୍ରସିଦ୍ଧ ଆମେରିକୀୟ ନିବେଶ ଫାର୍ମ ବ୍ଲାକଷ୍ଟୋନର ରଣନୈତିକ ଇକ୍ୱିଟି ୱିଙ୍ଗ, BXPE ଏବଂ ଆମେରିକୀୟ ଶିଳ୍ପପତି ଡେଭିଡ୍ ବ୍ଲିଜର୍ସଙ୍କ କମ୍ପାନୀ ବୋଲ୍ଟ ଭେଞ୍ଚର୍ସକୁ ନେଇ ଗଠିତ ଏକ କନସୋର୍ଟିୟମ୍ RCBରେ ୧୦୦% ଅଂଶଧନ ଅଧିଗ୍ରହଣ କରିଛି । ଏବିଜି ଗ୍ରୁପ୍‌ର କନସୋର୍ଟିୟମ ଏହି ଅର୍ଥରେ ଉଭୟ ମହିଳା ଓ ପୁରୁଷ ଦଳର ମାଲିକାନା ହାସଲ କରିଛି । ନୂଆ ମାଲିକାନା ସଂରଚନାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ ରହିଥିବା ଆର୍ୟମନ ବିର୍ଲା ଆରସିବି ଦଳର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରହିବେ । ସେହିପରି ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ୍ର ମୁଖ୍ୟ ସତ୍ୟନ ଗଜୱାନୀ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।  ଏହି କନସୋର୍ଟିୟମକୁ ଆରସିବି ଏହାର ବର୍ତ୍ତମାନର ମାଲିକ, ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ ଠାରୁ ଅଧିଗ୍ରହଣ କରିଛି, ଯାହା ଏକ ଡିଆଜିଓ ଗ୍ରୁପ୍ କମ୍ପାନୀ ଯାହା ଆରମ୍ଭରୁ ଫ୍ରାଞ୍ଚାଇଜ୍ ମାଲିକାନା ରଖିଛି । ୨୦୦୮ ମସିହାରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ, ଯେତେବେଳେ ବିସିସିଆଇ ୮ଟି ଫ୍ରାଞ୍ଚାଇଜ୍ ବିକ୍ରି କରିଥିଲା ।   ବିଜୟ ମାଲ୍ୟା ବେଙ୍ଗାଲୁରୁକୁ ପ୍ରାୟ ୪୫୫ କୋଟିରେ କିଣିଥିଲେ ।

ଏହା ବି ପଢନ୍ତୁ...IPL ଇତିହାସର ସବୁଠୁ ବଡ଼ ଡିଲ୍: ୧୫ ହଜାର କୋଟିରୁ ଅଧିକରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ,କିଣିଲେ ଆମେରିକୀୟ ଉଦ୍ୟୋଗପତି  

କହି ରଖୁଛି କି, ୨୦୦୮ ଓପନିଂ ସିଜିନର ଚାମ୍ପିଆନ୍ ଟିମ୍ ରାଜସ୍ଥାନ ରୟାଲ୍ସଙ୍କୁ କିଣିଲେ ଆମେରିକୀୟ ବିଜନେସମ୍ୟାନ୍ କାଲ୍ ସୋମାନି । ଏହି ଡିଲ୍ ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୧୫୦୦୦ କୋଟି ଟଙ୍କାରୁ ଅଧିକରେ ହୋଇଛି, ଯାହାକି କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିଛି । ଆରଆରକୁ ୧୫,୩୦୦ କୋଟିରେ କିଣିଛନ୍ତି ସୋମାନ ।