ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଆଇପିଏଲ୍‌ ପୁରସ୍କାର ରାଶି ଘୋଷଣା: ଚାମ୍ପିଅନ୍‌ଙ୍କୁ ୨୦କୋଟି, ରନ୍‌ର୍ସ ଅପ୍‌ଙ୍କୁ ମିଳିବ ୧୨.୫କୋଟି ଟଙ୍କା

Published By : Prameya | March 23, 2025 10:20 AM

କୋଲକାତା, ୨୩/୦୩: କୋଲକାତା ନାଇଟ୍‌  ରାଇଡର୍ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ ସହ ବହୁ ପ୍ରତୀକ୍ଷିତ ଆଇପିଏଲ୍‌ର ୧୮ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି । ଗତ ସିଜନ ଭଳି ଏଥର ମଧ୍ୟ ପୁରସ୍କାର ରାଶି  ବର୍ଷା ହେବ । ମେଗା ନିଲାମରେ ଅନେକ ଖେଳାଳି ରାତାରାତି  କୋଟି ପତି ହୋଇସାରିଛନ୍ତି । ଏବେ ବ୍ୟକ୍ତିଗତ ପ୍ରଦର୍ଶନ  ବଳରେ ସେମାନେ ଆଖିଦୃଶିଆ ପୁରସ୍କାର ରାଶି ପାଇବେ । 

ମିଳିଥିବା ସୂଚନା ମୁତାବକ, ଗତ ବର୍ଷ ଭଳି ଏଥର ମଧ୍ୟ  ଚାମ୍ପିଅନ୍‌ ଦଳକୁ ୨୦ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ  କରାଯିବ । ସେହିପରି ରନର୍ସ ଅପ୍‌ ଦଳକୁ ୧୨.୫କୋଟି  ମିଳିବ । ଏହା ବ୍ୟତୀତ ତୃତୀୟ ସ୍ଥାନ ପାଇ ୭କୋଟି,  ଚତୁର୍ଥ ସ୍ଥାନ ପାଇଁ ୬.୫କୋଟି ଟଙ୍କାର ପ୍ରଦାନ କରାଯିବ । ଦଳଗତ ପ୍ରଦର୍ଶନ ବ୍ୟତୀତ ବ୍ୟକ୍ତିଗତ ପୁରସ୍କାର  ମଧ୍ୟ ମିଳିବ । ସିଜନରେ ସର୍ବାଧିକ ୱିକେଟ୍‌ ହାସଲକାରୀ  (ପର୍ପଲ କ୍ୟାପ୍‌), ସର୍ବାଧିକ ରନ୍‌ ହାସଲକାରୀ (ଅରେଞ୍ଜ  କ୍ୟାପ୍‌), ଏମର୍ଜିଂ ପ୍ଲେୟାର ଅଫ୍‌ ଦ ସିଜନ, ସବୁଠୁ  ମୂଲ୍ୟବାନ ଖେଳାଳି, ସର୍ବାଧିକ ଛକା, ସର୍ବାଧିକ ଚୌକା,  ଶ୍ରେଷ୍ଠ କ୍ୟାଚ୍‌ ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି  ପ୍ରଦାନ କରାଯିବ । 

ସେହିପରି ପିଚ୍‌ ଏବଂ ଗ୍ରାଉଣ୍ଡ୍‌ ପୁରସ୍କାର  ବାବଦକୁ ୫୦ଲକ୍ଷ ମିଳିବ । ପ୍ରତି ମ୍ୟାଚ୍‌ରେ ମ୍ୟାଚ୍‌ ଅଫ୍‌ ଦ  ମ୍ୟାଚ୍‌ ପୁରସ୍କାର ଏବଂ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ  ପାଇଁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.