ମୁମ୍ବାଇ,୧୨/୫ : ଇଣ୍ଡିଆନ ପ୍ରିମିୟର ଲିଗରେ ନୂଆ ଚିତ୍ର ଦେଖିବାକୁ ମିଳୁଛି । ବ୍ୟାଟର ପ୍ରଥମ ବଲରେ ବାଉଣ୍ଡ୍ରି ମାରିବାକୁ ପ୍ରୟାସ ଲଗାଉଛନ୍ତି । ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା ଏବଂ ପ୍ରିୟାଂଶ ଆର୍ୟ୍ୟଙ୍କ ଭଳି ବିସ୍ଫୋରକ ବ୍ୟାଟର ଏହି ସମୟରେ ପ୍ରଥମ ଓଭରରେ ଏଭଳି ବ୍ୟାଟିଂ କରୁଛନ୍ତି କି ୨୦ ନୁହେଁ ବରଂ ଲାଗୁଛି ଏହା ଯେମିତି ଗୋଟିଏ ଓଭର ଖେଳ । ଏହି କାରଣରୁ ବହୁତ ଟିମ୍ ପାଳିର ଆରମ୍ଭ ଓଭରରେ ହିଁ ଚୌକା- ଛକ୍କାର ବର୍ଷା କରୁଛନ୍ତି । ଆସନ୍ତୁ ଜାଣିବା କେଉଁ ଟିମ୍ ପ୍ରଥମ ଓଭରରେ ସବୁଠାରୁ ଅଧିକ ରନ୍ କରିଛନ୍ତି ।
IPLଇତିହାସରେ ପ୍ରଥମ ଓଭରରେ ସବୁଠାରୁ ଅଧିକ ରନ୍ କରିଥିବା ଟିମ୍ ରାଜସ୍ଥାନ ରୟାଲ୍ସ ଅଟେ । ଯିଏ ୨୦୨୩ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ପ୍ରଥମ ୬ବଲରେ ୨୬ରନ୍ କରିଥିଲେ । ସେହି ଓଭରରେ ଏକାକୀ ୟଶସ୍ବୀ ଜୟସଓ୍ବାଲ ୨ଛକ୍କା ଏବଂ ୩ଚୌକା ଲଗାଇଥିଲେ। ଏହି ଲିଷ୍ଟରେ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଛି । ଯିଏ ୨୦୨୧ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ୨୪ରନ୍ କରିଥିଲେ । ଏହି ସିଜନରେ କୋଲକାତା ନାଇଟ୍ ରାଇଡର୍ସର ଫିନ ଏଲନ ଏଭଳି ଭାବେ ବ୍ୟାଟିଂ କଲେ ଯେ କୋଲକାତା ଟିମ୍ ପ୍ରଥମ ଓଭରରେ ୨୪ରନ୍ କରିଥିଲେ । ପଞ୍ଜାବ କିଙ୍ଗ୍ସ ବି ଏହି ଲିଷ୍ଟରେ ସାମିଲ ଅଛି । ଯେଉଁଥିରେ ଆଇପିଏଲ୍ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପାଳିର ପ୍ରଥମ ଓଭରରେ ୨୨ରନ୍ କରିଥିଲେ, ରାଜସ୍ଥାନ ରୟାଲ୍ସ ବି ଗୋଟିଏ ଓଭରରେ ୨୨ରନ୍ କରିଥିଲେ ।
ଏହା ଇଣ୍ଡିଆନ ପ୍ରିମିୟର ଲିଗର ଦ୍ବିତୀୟ ସିଜନର କଥା ଅଟେ । ଯେତେବେଳେ ରାଜସ୍ଥାନ ରୟାଲ୍ସର ନମନ ଓଝା ବୋଲରଙ୍କ ଉପରେ ପ୍ରହାର କରୁଥିଲେ । ରାଜସ୍ଥାନ କେକେଆର୍ ବିପକ୍ଷ ମ୍ୟାଚରେ ପ୍ରଥମ ଓଭରରେ ୨୧ରନ୍ କରିଥିଲା।
୨୬ ରନ୍- ରାଜସ୍ଥାନ ରୟାଲ୍ସ
୨୪ ରନ୍- ଦିଲ୍ଲୀ କ୍ୟାପିଟାଲ୍ସ
୨୪ ରନ୍- କୋଲକାତା ନାଇଟ ରାଇଡର୍ସ
୨୨ ରନ୍- ରାଜସ୍ଥାନ ରୟାଲ୍ସ
୨୨ ରନ୍- ପଞ୍ଜାବ କିଙ୍ଗ୍ସ