ନୂଆଦିଲ୍ଲୀ: ‘କର ବା ମର’ ମ୍ୟାଚରେ ମିଚେଲ ମାର୍ଶଙ୍କ ଦମଦାର ଶତକୀୟ ପାଳି । RCB ଆଗରେ ୨୧୦ ରନର ବିଜୟ ଲକ୍ଷ୍ୟ ରଖିଲା LSG । ୩ ଓ୍ବିକେଟ୍ ବିନିମୟରେ ୨୦୯ ରନ୍ ସଂଗ୍ରହ କରିପାରିଛି ଲକ୍ଷ୍ନୌ । ମାର୍ଶଙ୍କ ୧୧୧ ରନ ଏବଂ ପୁରନ ୩୮ ରନ୍ ବଳରେ ଦଳ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ତେବେ ଆରସିବି ୧୯ ଓଭରରେ ଏହି ସ୍କୋର କରିବାକୁ ପଡ଼ିବ ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା RCB । ଦଳର ବୋଲରଙ୍କ ଉପରେ ପ୍ରଥମରୁ ମହଙ୍ଗା ପଡ଼ିଥିଲେ ମାର୍ଶ । ଅର୍ଶିନ କୁଲକର୍ଣ୍ଣି ମାତ୍ର ୧୭ ରନ କରିଥିଲେ । କିନ୍ତୁ ଅଟକି ନଥିଲା ମାର୍ଶଙ୍କ ବ୍ୟାଟ୍ । ଖେଳ ମଝିରେ ବର୍ଷା ପାଇଁ ଅଟକିବା ପରେ ମଧ୍ୟ ମାର୍ଶ ଦମଦାର ପାଳି ଖେଳିଥିଲେ । ସେ ୪୯ ବଲରୁ ଶତକ ହାସଲ କରି ଲକ୍ଷ୍ନୌ ପକ୍ଷରୁ ଦ୍ରୁତତମ ଶତକ ହାସଲ କରିଥିଲେ ।

ସେପଟେ ଲକ୍ଷ୍ନୌ ପକ୍ଷରୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପୂରନ ୩୮, ପନ୍ତ  ରନ କରିବାରେ ସକ୍ଷମ ହୋଇଥିଲେ । ବେଙ୍ଗାଲୁରୁ ପକ୍ଷରୁ ହାଜେଲ ହୁଡ, କୃନାଲ ପାଣ୍ଡ୍ୟା ଏବଂ ରାସିଖ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ: ଲକ୍ଷ୍ନୌ ପାଇଁ ଦ୍ରୁତତମ ଶତକ ହାସଲ କଲେ ମିଚେଲ ମାର୍ଶ