ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆଇପିଏଲ୍‌ରେ ସର୍ବକନିଷ୍ଠ କୋଟିପତି ପ୍ଲେୟାର ପାକିସ୍ତାନ ସାମ୍ନାରେ ଫେଲ୍‌

Published By : Tapas Panda | November 30, 2024 4:44 PM

ନୂଆଦିଲ୍ଲୀ: ସାଉଦି ଆରବର ଜେଦାରେ ଆଇପିଏଲ ୨୦୨୫ ଲାଗି ହୋଇଥିବା ମେଗା ଅକ୍ସନରେ ଚର୍ଚ୍ଚାକୁ ଆସିଥିଲେ ୧୩ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ଅକ୍ସନ ଇତିହାସରେ ସବୁଠୁ କମ୍‌ ବୟସର ଖେଳାଳି ଭାବରେ ସେ କୋଟିପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି । ହେଲେ ଆଇପିଏଲର କୋଟିପତି ପ୍ଲେୟାର ପାକିସ୍ତାନ ସାମ୍ନାରେ ଫ୍ଲଫ୍‌ ସାବ୍ୟସ୍ତ ହୋଇଛନ୍ତି । 

ଏବେ ଦୁବାଇରେ ଖେଳାଯାଉଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟବଂଶୀ । ଆଜି (ଶନିବାର) ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ୯ ବଲ୍‌ ଖେଳି କେବଳ ୧ ରନ୍‌ କରି ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ବୈଭବ ଓପନିଂ କରିଥିଲେ । ତାଙ୍କ ସହ ଆୟୁଷ ମାତ୍ରେ ମଧ୍ୟ ପଡ଼ିଆକୁ ଓହ୍ଲାଇଥିଲେ । 

ରନ୍‌ ଚେଜ୍‌ କରୁଥିବା ଟିମ୍‌ ଇଣ୍ଡିଆ ପ୍ରଥମେ ଆୟୁଷଙ୍କ ଓ୍ବିକେଟ ହରାଇଥିଲା । ସେ ୧୪ ବଲ୍‌ ଖେଳି ୨୦ ରନ୍‌ କରିପାରିଥିଲେ । ଦ୍ବିତୀୟ ଓ୍ବିକେଟ ଭାବରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ବୈଭବଙ୍କ ଏହି ପ୍ରଦର୍ଶନ ରାଜସ୍ଥାନ ରୟାଲ୍ସ ପାଇଁ ଚିନ୍ତା ବଢ଼ାଇପାରେ । ସେପଟେ ଆଜିର ଏହି ମୁକାବିଲାରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପାକିସ୍ତାନ ଟିମ୍‌ ୭ ଓ୍ବିକେଟ ହରାଇ ୨୮୧ ରନ୍‌ କରିଥିବା ବେଳେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.