ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଶାଶୁଘର ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିଲେ ଆଇପିଏସ୍; ସର୍ବ ସାଧାରଣରେ ଭୁଲ୍‌ ମାଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Harapriya Sethi | July 23, 2025 7:40 AM

ନୂଆଦିଲ୍ଲୀ,୨୩/୭ : ପୂର୍ବତନ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ମିଥ୍ୟା ଅପରାଧିକ ମାମଲା ଆଣିଥିଲେ  ଜଣେ ମହିଳା ଆଇପିଏସ୍‌ ଅଧିକାରୀ । ଏନେଇ ସୁପ୍ରିମକୋର୍ଟ ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାରକୁ ସର୍ବସାଧାରଣରେ କ୍ଷମା ମାଗିବା ଲାଗି ମହିଳାଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଛନ୍ତି । 

 ମହିଳା ଜଣକ ବୈବାହିକ ବିବାଦ ପରେ ତାଙ୍କ ପୂର୍ବତନ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ସହ ଅନ୍ୟ ଅପରାଧିକ ମାମଲା କରିଥିଲେ । ଏଥିଯୋଗୁ ତାଙ୍କ ସ୍ୱାମୀଙ୍କୁ ୧୦୯ ଦିନ ଏବଂ ଶ୍ୱଶୁରଙ୍କୁ ୧୦୩ ଦିନ ଜେଲରେ ରହିବାକୁ ପଡ଼ିଥିଲା ।  ସିଜେଆଇ ବି.ଆର୍‌ ଗଭଇ ଏବଂ ଜଷ୍ଟିସ୍‌ ଏ.ଜି ମସିହଙ୍କ ଖଣ୍ଡପୀଠ କହିଛନ୍ତି, ମିଥ୍ୟା ମାମଲା ଯୋଗୁ ସେମାନେ ସହିଥିବା ମାନସିକ ନିର୍ଯାତନା ବାବଦକୁ କୌଣସି କ୍ଷତିପୂରଣ ଦିଆଯାଇପାରିବ ନାହିଁ । ତେଣୁ ସମ୍ପୃକ୍ତା ମହିଳା ଏବଂ ତାଙ୍କ ପରିବାର ଏଥିଲାଗି ସାର୍ବଜନିନ ଭାବେ ନିଃସର୍ତ୍ତ କ୍ଷମା ମାଗିବା ଜରୁରି । ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେ କ୍ଷମା ପ୍ରାର୍ଥନା କରିବେ । ଏଥିପାଇଁ ସୁପ୍ରିମକୋର୍ଟ ନିଜ ଆଡ଼ୁ ନିର୍ଦ୍ଦିଷ୍ଟ ଭାବେ ଲେଖାଥିବା ପ୍ରାର୍ଥନା ପତ୍ର ମଧ୍ୟ ଦେଇଛନ୍ତି । ମହିଳା ଜଣକ ଏହି ଫର୍ମରେ କୌଣସି ପରିବର୍ତ୍ତନ ନ କରି କେବଳ ନିଜ ପରିଚୟ ଦେଇ କ୍ଷମା ମାଗିବେ । ଏଥିସହ ଆଇପିଏସ୍‌ ଥିବା ଯୋଗୁ ସେ ତାଙ୍କ କ୍ଷମତାର ଦୁରୁପଯୋଗ ନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ଚେତାଇଛନ୍ତି । ତାଙ୍କ ପୂର୍ବତନ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କୁ ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି । ମହିଳାଙ୍କ କ୍ଷମାପ୍ରାର୍ଥନାକୁ ଭବିଷ୍ୟତରେ କୌଣସି ସ୍ଥିତିରେ ଅସ୍ତ୍ର ଭାବେ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଉଭୟଙ୍କ ଶିଶୁ କନ୍ୟାଙ୍କୁ ପରିବାର ଲୋକେ ଭେଟିପାରିବେ ଏବଂ ଝିଅ ବାବଦରେ ସୂଚନା ଜାଣିପାରିବେ ବୋଲି ମଧ୍ୟ ଏହି କ୍ଷମା ପ୍ରାର୍ଥନା ଫର୍ମାଟରେ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ।  

ମହିଳା ଜଣକ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ୬ଟି ଅପରାଧିକ ମାମଲା ରୁଜୁ କରାଇଥିଲେ । ସେଥିମଧ୍ୟରେ ଘରୋଇ ହିଂସା, ବିଶ୍ୱାସଘାତ, ବଳାତ୍କାର, ହତ୍ୟା ଉଦ୍ୟମ ଭଳି ସଙ୍ଗିନ ମାମଲା ରହିଛି । ଏଥିସହ ମହିଳା ଜଣକ ଛାଡ଼ପତ୍ର ଏବଂ ଏ ବାବଦ ଭରଣପୋଷଣ ଲାଗି ମଧ୍ୟ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ସ୍ୱାମୀ ମଧ୍ୟ ଛାଡ଼ପତ୍ର ଓ ଅନ୍ୟ ଅଭିଯୋଗ ନେଇ ପିଟିସନ କରିଥିଲେ । ଉଭୟେ ପରସ୍ପର ବିରୋଧରେ କରିଥିବା ମାମଲାକୁ ନିଜ ନିଜ ଅଧିକାର କ୍ଷେତ୍ରକୁ ଟ୍ରାନ୍ସଫର କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.