ପ୍ରମୂଖ ଖବର
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ୍ ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର

Published By : Rasmita Pradhan | April 26, 2025 1:09 PM

ଭୁବନେଶ୍ଵର, ୨୬/୦୪ : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍। ବିଏସଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍ ରବି କାନ୍ତ। ସେହିପରି ବିଏସଏଫ୍ ଡିଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍ ମିତ୍ରଭାନୁ ମହାପାତ୍ର। ପୂର୍ବରୁ ଯାଇଥିଲେ ଆଇପିଏସ୍ କୁଟ୍ଟେ ଓ ଆଶିଷ ସିଂ।

ପୂର୍ବ ସରକାରର ଭିକେ ପାଣ୍ଡିଆନଙ୍କ ବେଶ୍ ଖାସ୍ ଥିଲେ ରବି କାନ୍ତ ଏବଂ ମିତ୍ରଭାନୁ ମହାପାତ୍ର । ଦୁଇ ଜଣଙ୍କୁ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା । ସେମାନେ ଆଇପିଏସ୍ ମେସରେ ରହୁଥିଲେ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ମାମଲାରେ ପଦାକୁ ଆସିଥିଲା ।

ଏହି ଖବରଟିକୁ ପଢନ୍ତୁ-କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଆଇପିଏସ୍‌ ମିତ୍ରଭାନୁ ମହାପାତ୍ର, ଖୁବ୍‌ ଶୀଘ୍ର ଆଉ ୫ ଜଣ ଅଧିକାରୀ ଯିବେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.