ଭୁବନେଶ୍ବର,୨୪।୧୦ : ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ ସିଏମଡି ଭାବେ ଆଇପିଏସ ଏସ.କେ ପ୍ରିୟଦର୍ଶନୀଙ୍କୁ ଦାୟିତ୍ବ ଦିଆଯାଇଛି।  ସେ ବର୍ତ୍ତମାନ ପୋଲିସ ଆଧୁନିକୀକରଣର ଅତିରିକ୍ତ ଡିଜି ଭାବେ ଦାୟିତ୍ବରେ ରହିଛନ୍ତି। ଏଥିସହ ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ  ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ  ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।