ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆମେରିକାର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି ତେହେରାନର ପରମାଣୁ ଘାଟି, ସ୍ବୀକାର କଲା ଇରାନ୍‌

Published By : Tapas Panda | June 25, 2025 6:48 PM

Image Courtesy: indiatv

ନୂଆଦିଲ୍ଲୀ: ଇରାନର ତିନୋଟି ପରମାଣୁ ଠିକଣା ଉପରେ ଆମେରିକା ଆକ୍ରମଣ କରିଛି । ଏଥି ପାଇଁ ତେହେରାନର ପରମାଣୁ ସ୍ଥାପନକୁ ପ୍ରବଳ କ୍ଷତି ପହଞ୍ଚିଛି ବୋଲି ସ୍ବୀକାର କରିଛି ଇରାନ । ରିପୋର୍ଟ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ବୁଧବାର ସ୍ପଷ୍ଟ କରିଛନ୍ତି ଯେ, ଗତ ସପ୍ତାହରେ ଆମେରିକାର ଆକ୍ରମଣରେ ଦେଶର ପରମାଣୁ ଭିତ୍ତିଭୂମିକୁ ଗୁରୁତର କ୍ଷତି ପହଞ୍ଚିଛି। 

ଅଲ ଜଜିରାକୁ ପ୍ରତିକ୍ରିୟା ଦେଇଥିବା ବାଘାଇ ଆକ୍ରମଣର ଅଧିକ ବିବରଣୀ ଦେବାକୁ ମନା କରିଦେଇଛନ୍ତି । କିନ୍ତୁ ସ୍ୱୀକାର କରିଛନ୍ତି ଯେ, ରବିବାର ଆମେରିକାର B-2 ବୋମାବର୍ଷକ ବିମାନ ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା ବଙ୍କର-ବଷ୍ଟର ବୋମା "ଅତ୍ୟନ୍ତ ପ୍ରଭାବଶାଳୀ" ଥିଲା। ଆମର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଗମ୍ଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ । 

ଆମେରିକା ରବିବାର ଇରାନର ତିନୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏଥିରେ ନାଟାଞ୍ଜ, ଫୋର୍ଡୋ ଏବଂ ଇସଫାହାନ ଅନ୍ତର୍ଭୁକ୍ତ। ଏହି ଆକ୍ରମଣର ଲକ୍ଷ୍ୟ ଥିଲା ଇରାନର ପରମାଣୁ ସମୃଦ୍ଧି କ୍ଷମତାକୁ ନଷ୍ଟ କରିବା। ଏହି ଆକ୍ରମଣର ଗମ୍ଭୀରତା ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA) ର ରିପୋର୍ଟ ଏବଂ ସାଟେଲାଇଟ୍ ତଥ୍ୟରୁ ଅନୁମାନ କରାଯାଇଥିଲା। କିନ୍ତୁ ଇରାନ ଏପର୍ଯ୍ୟନ୍ତ ଆମେରିକା ଆକ୍ରମଣ ଯୋଗୁଁ ଏହାର ପରମାଣୁ ଘାଟିର ହୋଇଥିବା କ୍ଷତିକୁ ଅସ୍ୱୀକାର କରୁଥିଲା। କିନ୍ତୁ ଏବେ ଇରାନ ନିଜେ ସ୍ୱୀକାର କରିଛି ଯେ, ଆମେରିକା ଆକ୍ରମଣରେ ଏହାର ପରମାଣୁ ଘାଟି କ୍ଷତିଗ୍ରସ୍ତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.