ନୂଆଦିଲ୍ଲୀ,୧୫।୧: ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) MT ଭାଲିଆଣ୍ଟ ରୋରର ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ କଷ୍ଟଡିରେ ନେଇଛନ୍ତି। ଇରାନ ହେପାଜତରେ ଥିବା ଇଞ୍ଜିନିୟର କେତନ ମେହେଟ୍ଟାଙ୍କ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ପୁଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ୮ ଡିସେମ୍ବର ୨୦୨୫ରେ ରେ ୟୁଏଇର ଦିବା ବନ୍ଦର ନିକଟରେ ଅନ୍ତର୍ଜାତୀୟ ଜଳସୀମାରେ IRGC ଦ୍ୱାରା MT ଭାଲିଆଣ୍ଟ ରୋରକୁ ଅଟକ ରଖାଯାଇଥିଲା। ଇରାନୀ କର୍ତ୍ତୃପକ୍ଷ ଜାହାଜ ଉପରେ ୬୦୦୦ ମେଟ୍ରିକ୍ ଟନ୍ ଇନ୍ଧନ ଚୋରା ଚାଲାଣ କରୁଥିବା ଅଭିଯୋଗ କରିଥିଲେ।

କେତନଙ୍କ ବାପା ମୁକେଶ ମେହେତା କହିଛନ୍ତି, ପରିବାର ଶେଷଥର କେତନଙ୍କ ସହ ୩୧ ଡିସେମ୍ବରରେ କଥା ହୋଇଥିଲେ। ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ କେତନ ତାଙ୍କ ବାପା-ମା’ଙ୍କୁ ଆଶ୍ବସ୍ତ କରିଛନ୍ତି ସେ ସୁରକ୍ଷିତ ଅଛନ୍ତି। ସେ ଆହୁରି କହିଛନ୍ତି, ଫୋନ୍ ହରାଇବା ପରେ କେତନ ତାଙ୍କ ସହକର୍ମୀ ପୋଥି ଦିବାକରଙ୍କ ଫୋନ୍‌ରୁ କଲ କରିଥିଲେ। ନିକଟରେ ଦିବାକରଙ୍କ ସହ କଥା ହେବାପରେ ଜଣାପଡିଛି ଯେ,ଆଇଆରଜିସି କେତନଙ୍କ ସହିତ ୧୦ ଚାଳକ ଦଳ ସଦସ୍ୟଙ୍କୁ ଅଧିକାରୀଙ୍କ ରୂପରେ ଗିରଫ କରିନେଇଛି। ପରିବାର ବୈଦେଶିକ ମନ୍ତ୍ରଣାଳୟ ଓ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିଛନ୍ତି।

ଏମ୍ଇଏ ପାସପୋର୍ଟର ସୂଚନା ମାଗିଛି। ଯାହାକି ତୁରନ୍ତ ଉପଲବ୍ଧ କରି ଦିଆଯାଇଛି, କିନ୍ତୁ ଏହାପରେ କୌଣସି ଅପଡେଟ୍ କିମ୍ବା ଆଶ୍ବାସନା ମିଳିପାରିନି। କେତନଙ୍କ ମା’ ଖୁବ୍ ଚିନ୍ତାରେ ଅଛନ୍ତି। ସେ ନିଜ ପୁଅ ସହ ଦୁଇ ସପ୍ତାହ ହେବ କଥା ହୋଇ ପାରି ନାହାଁନ୍ତି। ଇରାନର ଏକ କଷ୍ଟଡି କେନ୍ଦ୍ରରେ ତାଙ୍କ ସୁରକ୍ଷାକୁ ନେଇ ଭୟ ଲାଗି ରହିଛି। ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ସଳଖ ଭାବରେ ଅପିଲ କରିଛି। ତାଙ୍କୁ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାର ନିବେଦନ କରିଛ