ନୂଆଦିଲ୍ଲୀ,୨୫/୦୪; ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପ ଏକ ନୂା ବିବୃତ୍ତି ଜାରି କରିଛନ୍ତି । ସେ ଦାବି କରିଛନ୍ତି ଯେ ଇରାନରୁ ଏକ ପ୍ରସ୍ତାବ ଆସିଛି ଯାହା ଆମେରିକା ବିଚାର କରୁଛି । ରଏଟର୍ସ ସହିତ ଏକ ଫୋନ୍ ସାକ୍ଷାତକାରରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଇରାନରୁ ଆଲୋଚନା ଟେବୁଲକୁ କିଛି ବଡ଼ କଥା ଆସିବାକୁ ଯାଉଛି । ସେ କହିଛନ୍ତି, "ସେମାନେ ଏକ ପ୍ରସ୍ତାବ ଦେଉଛନ୍ତି ଏବଂ ଆମକୁ ଦେଖିବାକୁ ପଡିବ ଯେ ଏହା କ'ଣ । "
ଟ୍ରମ୍ପ ଇରାନର ନେତୃତ୍ୱ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, ଯାହାକୁ ଆମେରିକୀୟ ଅଧିକାରୀମାନେ ବିଭକ୍ତ ବୋଲି ବିଶ୍ୱାସ କରନ୍ତି ଏବଂ ଶକ୍ତି କେନ୍ଦ୍ରଗୁଡ଼ିକ ବିଷୟରେ ଦ୍ୱନ୍ଦ୍ୱ ରହିଛି । ଟ୍ରମ୍ପ କେବଳ କହିଥିଲେ, "ମୁଁ ନାମ ନେବାକୁ ଚାହୁଁନାହିଁ, କିନ୍ତୁ ଆମେ ବର୍ତ୍ତମାନ କ୍ଷମତାରେ ଥିବା ଲୋକଙ୍କ ସହିତ କାର୍ଯ୍ୟ କରୁଛୁ । ଯଦିଓ ଆଲୋଚନାର ପଥ ଖୋଲା ଦେଖାଯାଉଛି, ଟ୍ରମ୍ପ ତାଙ୍କର କଠୋର ମନୋଭାବ ବଜାୟ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏକ ଠୋସ୍ ଚୁକ୍ତିନାମା ନହେବା ପର୍ଯ୍ୟନ୍ତ ଆମେରିକୀୟ ସେନା ଇରାନର ବନ୍ଦରଗୁଡ଼ିକର ଅବରୋଧ ଜାରି ରଖିବ । ଆମେରିକାର ଏହି ଚାପ ଇରାନକୁ ଆର୍ଥିକ ଭାବରେ ଘେରି ରଖିବାର ଏକ ରଣନୀତିର ଅଂଶ । ଅବରୋଧ ଉଠାଇବା ପାଇଁ ଇରାନକୁ କ'ଣ କରିବାକୁ ପଡିବ ପଚରାଯିବାରୁ ଟ୍ରମ୍ପ କହିଥିଲେ, "ମୁଁ ପରେ ସେହି ପ୍ରଶ୍ନର ଉତ୍ତର ଦେଇପାରିବି । ପ୍ରଥମେ, ମୋତେ ଦେଖିବାକୁ ପଡିବ ଯେ ସେମାନେ (ଇରାନ) ଆମକୁ କେଉଁ ପ୍ରସ୍ତାବ ଦେଉଛନ୍ତି । "
ଯୁଦ୍ଧ ଶେଷ କରିବା ପାଇଁ କୌଣସି ଶୀଘ୍ରତା ନାହିଁ: ପୂର୍ବରୁ, ଟ୍ରମ୍ପ କହିଥିଲେ ଯେ, ଆମେରିକା ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ଶୀଘ୍ର ନୁହେଁ, କିନ୍ତୁ ଇସଲାମିକ୍ ଗଣରାଜ୍ୟ ପାଇଁ ସମୟ ସରି ସରି ଆସୁଛି । କାରଣ ତୃତୀୟ ବିମାନ ବାହକ ଜାହାଜ ମଧ୍ୟପ୍ରାଚ୍ୟରେ ପହଞ୍ଚିଛି ।
ଏହା ବି ପଢନ୍ତୁ...US weapon Crisis; ଆମେରିକା ଅସ୍ତ୍ର ଗୋଦାମ ଖାଲି, ଚୀନ ପାଇଁ ଥିବା ମିସାଇଲ ଇରାନରେ ଖର୍ଚ୍ଚ, ଜାଣନ୍ତୁ ଦିନକୁ କେତେ ଖର୍ଚ୍ଚ ?
ହୋର୍ମୁଜ ଖୋଲିବାକୁ ଇରାନର ସର୍ତ୍ତ- ବିଶ୍ୱର ପ୍ରମୁଖ ଜଳମାର୍ଗ ହୋର୍ମୁଜ ପ୍ରଣାଳୀ ଖୋଲିବାକୁ ଇରାନ କେତେକ ସର୍ତ୍ତ ଖୋଲିବାକୁ ଇରାନ ସର୍ତ୍ତ ରଖିଛି । ସେଥିରେ ପ୍ରମୁଖ ସର୍ତ୍ତ ମଧ୍ୟରେ ବିଦେଶରେ ଜବତ କରାଯାଇଥିବା ତାର ସମସ୍ତ ପାଣ୍ଠି ମୁକ୍ତ କରିବାକୁ କୁହାଯାଇଛି । ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚି କହିଛନ୍ତି ବିଭିନ୍ନ ଦେଶରେ ଇରାନଲ ପ୍ରାୟ ୧୧ ଟ୍ରିଲିୟନ ଡଲାର ପାଣ୍ଠିକୁ ଅଟକାଇ ରଖାଯାଇଛି । ଏହି ପାଣ୍ଠିକୁ ମୁକ୍ତ କରା ନଯିବା ଯାଏ ହୋର୍ମୁଜ ଜଳମାର୍ଗ ଖୋଲାଯିବ ନାହିଁ ।