ପ୍ରମୂଖ ଖବର
  • ଭଦ୍ରକ: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର
  • ||
  • ରାଜ୍ୟରେ ଡାଇରିଆ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାମିଲ ରହିବେ ବରିଷ୍ଠ ଅଧିକାରୀ
  • ||
  • କଟକ : ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ବାଲେଶ୍ୱର : ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ
  • ||
  • 'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ
  • ||
  • ବାଲେଶ୍ୱରରେ ବନ୍ୟା ସ୍ଥିତି ଆଣିଲା ସୁବର୍ଣ୍ଣରେଖା, ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଛତ୍ରପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ; ଯୋଗ ଦେଲେ ମନ୍ତ୍ରୀ,ବିଧାୟକ
  • ||
  • କଳାହାଣ୍ଡି : ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ
  • ||
  • ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ
  • ||
  • ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କହିଲେ- 'ଏକାଗ୍ରତା ଓ ସ୍ଥିରତା ଆଣେ ଯୋଗ'
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ
  • ||
  • ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ , ଆସନ୍ତା ୩ ଦିନ କାଁ ଭାଁ ବର୍ଷା
  • ||

ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ; ହତ୍ୟା ଭୟରେ ଗୁପ୍ତ ବଙ୍କରରୁ ଉତ୍ତରାଧିକାରୀ ଚୟନ କଲେ ଆୟାତୋଲ୍ଲା ଖାମେନି

Published By : Bijay Swain | June 21, 2025 6:50 PM

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି, ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ହତ୍ୟାର ଭୟରେ ଏକ ଗୁପ୍ତ ବଙ୍କରରୁ ନିଜର ଉତ୍ତରାଧିକାରୀ ଚୟନ କରିଛନ୍ତି। ଆନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ଖାମେନି ନିଜ ସୈନ୍ୟ ନେତୃତ୍ୱର ପରବର୍ତ୍ତୀ ପିଢି ପାଇଁ ତାଙ୍କର ଜଣେ ଅନୁଯାୟୀଙ୍କୁ ନୂଆ ଧର୍ମଗୁରୁ ଭାବେ ନିଯୁକ୍ତ କରିଛନ୍ତି ଏବଂ ନିଜ ସ୍ଥାନରେ ତିନି ଜଣ ବରିଷ୍ଠ ଧର୍ମଗୁରୁଙ୍କୁ ମନୋନୀତ କରିଛନ୍ତି।

ସୂଚନା ମୁତାବକ, ଇସ୍ରାଏଲ ଗତ ଶୁକ୍ରବାର ଇରାନର ପରମାଣୁ ପ୍ରତିଷ୍ଠାନ ଓ ସୈନ୍ୟସ୍ଥଳି ଗୁଡ଼ିକ ଉପରେ ଆକସ୍ମିକ ଆକ୍ରମଣ ଆରମ୍ଭ କରିଥିଲା। ଯାହା ୧୯୮୦ ଦଶକର ଇରାନ-ଇରାକ ଯୁଦ୍ଧ ପରେ ଇରାନ ଉପରେ ହୋଇଥିବା ସବୁଠାରୁ ବଡ଼ ସୈନ୍ୟ ଆକ୍ରମଣ। ଏହି ଆକ୍ରମଣରେ ଇରାନର ନାଟାନ୍ଜସ୍ଥିତ ପରମାଣୁ ସମୃଦ୍ଧିକରଣ କେନ୍ଦ୍ର, ସଂଖ୍ୟାଧିକ ସୈନ୍ୟ ଘାଟି ଧ୍ୱଂସ ପାଇଥିବା ବେଳେ ଅନେକ ଶୀର୍ଷ ସୈନ୍ୟ ନେତା ଓ ପରମାଣୁ ବୈଜ୍ଞାନିକମାନଙ୍କର ମୃତ୍ୟୁ ଘଟିଛି। ଇରାନ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଘନଘନ ମିସାଇଲ ଓ ଡ୍ରୋନ ଆକ୍ରମଣ କରାଯାଇଛି। ଯେଉଁଥିରେ ତେଲ ଆଭିଭ ଓ ହାଇଫାରେ ଥିବା ତୈଳ ଶୋଧନାଗାର ଓ ହସ୍ପିଟାଲ ଆଦି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

ତେବେ ଖାମେନି, ଏକ ଅଜଣା ସୁରକ୍ଷିତ ବଙ୍କରରେ ରହି ଇରାନର ସୈନ୍ୟ ନେତାମାନଙ୍କ ସହ ଯୋଗାଯୋଗ ରଖିଛନ୍ତି। ସେ ଏକ ଟେଲିଭିଜନ ଭାଷଣରେ ଇସ୍ରାଏଲର ଆକ୍ରମଣକୁ "ଯୁଦ୍ଧ ଘୋଷଣା" ବୋଲି କହି ବଡ ଧରଣର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି। ସେ ଇଲେକ୍ଟ୍ରୋନିକ ଯୋଗାଯୋଗ ବନ୍ଦ କରି ଏକ ବିଶ୍ୱସ୍ତ ସହାୟକଙ୍କ ମାଧ୍ୟମରେ ନିଜ ଆଦେଶକୁ ଲୋକ ମାନଙ୍କ ନିକଟକୁ ପଠାଉଛନ୍ତି। ଯାହାଦ୍ୱାରା ତାଙ୍କୁ ଟ୍ରାକ କରାଯିବା କଷ୍ଟକର ହୋଇ ପଡୁଛି। ଯୁଦ୍ଧ ତୀବ୍ର ହେବା ସହ ଖାମେନି ଇରାନର ଏକ୍ସପର୍ଟସ ଆସେମ୍ବଲିକୁ ତୁରନ୍ତ ତାଙ୍କ ମନୋନୀତ ତିନି ଧର୍ମଗୁରୁଙ୍କ ମଧ୍ୟରୁ ଜଣେ ଉତ୍ତରାଧିକାରୀ ଚୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଏକ ଅସାଧାରଣ ପଦକ୍ଷେପ ଓ ଇରାନର ନେତୃତ୍ୱରେ ତୁରନ୍ତ ପରିବର୍ତ୍ତନର ସଙ୍କେତ ଦେଉଛି।

ଇରାନର ସୈନ୍ୟ ଓ ପରମାଣୁ କାର୍ଯପ୍ରଣାଳୀରେ ଇସ୍ରାଏଲର ଗୁପ୍ତଚର ଅଭିଯାନ ଏବଂ ଆକ୍ରମଣ ଗଭୀର କ୍ଷତି ପହଞ୍ଚାଇଛି। ମେଜର ଜେନେରାଲ ମହମ୍ମଦ ବାଘେରୀ, ଜେନେରାଲ ହୋସେନ ସାଲାମୀ ଓ ଜେନେରାଲ ଇସମାଇଲ ଘାନୀ ପରି ଶୀର୍ଷ ସୈନ୍ୟ ନେତାଙ୍କ ସମେତ ଅନେକ ପରମାଣୁ ବୈଜ୍ଞାନିକ ନିହତ ହୋଇଛନ୍ତି। ଇରାନ ତୁରନ୍ତ ନୂଆ ନେତା ନିଯୁକ୍ତ କରି ଦେଶରେ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରୁଛି।

ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ାଇ ଦେଇଛି। ଇରାନ ଆମେରିକାକୁ ଚେତାବନୀ ଦେଇଛି ଯେ ଯୁଦ୍ଧରେ ହସ୍ତକ୍ଷେପ କଲେ "ଅପୂରଣୀୟ କ୍ଷତି" ହେବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସୈନ୍ୟ ଆକ୍ରମଣ ନେଇ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି, ଯାହା ଯୁଦ୍ଧକୁ ଆହୁରି ଜଟିଳ କରିପାରେ ବୋଲି ବିଶେଷଜ୍ଞ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.