ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ବିଶ୍ୱ ରାଜନୀତି ପାଇଁ ଏକ ନୂତନ ସଙ୍କଟ ସୃଷ୍ଟି କରିଛି। ଯୁଦ୍ଧ ଆରମ୍ଭ ହେବା ପର ଠାରୁ, ଇରାନ ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ନିରନ୍ତର ଆକ୍ରମଣ କରି ଆସୁଛି। ଏପର୍ଯ୍ୟନ୍ତ, କେବଳ ସେହି ଦେଶଗୁଡ଼ିକର ଜାହାଜ ଗୁଡ଼ିକୁ ଯିବାକୁ ଅନୁମତି ଦିଆ ଯାଇଛି ଯେଉଁମାନେ ସଂଘର୍ଷରେ ନିରପେକ୍ଷ ଅଛନ୍ତି କିମ୍ବା ଇରାନର ନିକଟତର ଅଛନ୍ତି।

ସଦ୍ୟ ଏକ ରିପୋର୍ଟ ଅନୁଯାୟୀ, ଇରାନ ଏବେ ଏହି ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଟିକସ (ଟ୍ୟାକ୍ସ) ଲାଗୁ କରିବାକୁ ଯୋଜନା କରୁଛି। ଗୁରୁବାର, ଜଣେ ଇରାନୀ ସାଂସଦ ଏହି ବିଷୟରେ ଅଧିକ ବିବରଣୀ ପ୍ରଦାନ କରି କହିଛନ୍ତି ଯେ, ସଂସଦରେ ଏପରି ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଉପରେ ତେହେରାନର ବଦ୍ଧିତ ନିୟନ୍ତ୍ରଣରୁ ଆର୍ଥିକ ଲାଭ ପାଇବାର ଏକ ପ୍ରୟାସ ଭାବରେ ଦେଖା ଯାଉଛି, ଯାହା ମାଧ୍ୟମରେ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତୈଳ ଏବଂ ତରଳୀକୃତ ଗ୍ୟାସ ଯାତାୟାତ କରେ।

ଇରାନୀ ଷ୍ଟୁଡେଣ୍ଟସ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଇରାନୀ ସାଂସଦ କହିଛନ୍ତି ତେହେରାନ ସଂସଦ ଏକ ଏମିତି ବିଧେୟକ ଉପରେ ବିଚାର କରୁଛି, ଯାହା ଅନୁସାରେ ହୋର୍ମୁଜରୁ ବାହାରୁ ଥିବା ସିପିଂ , ଶକ୍ତି ଓ ଖାଦ୍ୟ ଯୋଗାଣ କରୁଥିବା ଜାହାଜକୁ ଏଠାରୁ ବାହାରିବାକୁ ହେଲେ ଟୋଲ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହା ପୂର୍ବରୁ ମଧ୍ୟ ଇରାନର ସର୍ବୋଚ୍ଚ ନେତାଙ୍କ ପରାମର୍ଶଦାତା କହିଥିଲେ ଯେ,ଯୁଦ୍ଧ ବନ୍ଦ ହେବା ପରେ ଇରାନ ହୋର୍ମୁଜ ପାଇଁ ଏକ ନୂଆ ବ୍ୟବସ୍ଥା ଲାଗି କରିପାରେ। ଏହି ଅନୁସାରେ , ତେହେରାନ ସେହି ଦେଶ ଗୁଡିକ ଉପରେ ପ୍ରତିବନ୍ଧକ ଲଗେଇ ପାରେ , ଯିଏକି ତା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଆପଣଙ୍କୁ କହି ରଖୁଛୁ ,ଆମେରିକାର ଚାପରେ ୟୁରୋପ ଓ ସାରା ବିଶ୍ୱର ଦେଶ ଇରାନରୁ ତୈଳ କିମ୍ୱା ଗ୍ୟାସ କ୍ରୟ କରନ୍ତି ନାହିଁ। ଏମିତି ସ୍ଥିତିରେ ଇରାନର ଅଧିକାଂଶ ତୈଳ ଚୀନ ଯାଉଛି କିମ୍ୱା ବ୍ଲା ମାର୍କେଟ୍ ମାଧ୍ୟମରେ ପାକିସ୍ତାନରେ ପହଞ୍ଚି ଥାଏ।

ଏହାସହ ମଧ୍ୟ ପଢନ୍ତୁ : ଇରାନ ଯୁଦ୍ଧ ମଧ୍ୟରେ ରୁଷ୍ ଠାରୁ ମଧ୍ୟ LPG କିଣୁଛି ଭାରତ ? ବୈଦେଶିକ ମନ୍ତ୍ରଣାଳୟ ଦେଲା ଜବାବ