ନୂଆଦିଲ୍ଲୀ,୨୧।୩: ଇରାନ ପରମାଣୁ କେନ୍ଦ୍ର ‘ନତାଞ୍ଜ’ ଉପରେ ଶନିବାର ବଡ଼ ଧରଣର ହମଲା। ଇରାନର ସମାଚାର ଏଜେନ୍ସି ମିଜାନ୍ ଅନୁସାରେ, ଏହି ଆକ୍ରମଣରେ କୌଣସି ରେଡିଏସନ୍ ଲିକ୍ ହୋଇନି। ‘ନତାଞ୍ଜ’ ହେଉଛି ଇରାନର ଏକ ପ୍ରମୁଖ ଭୂତଳ ଆଣବିକ ସମୃଦ୍ଧି କେନ୍ଦ୍ର, ଯାହାକି ତେହରାନଠାରୁ ୨୨୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି। ଏହି କେନ୍ଦ୍ର ଉପରେ ପୂର୍ବରୁ ବହୁବାର ଆକ୍ରମଣ ହୋଇସାରିଛି। ତାଜା ଆକ୍ରମଣ ଆମେରିକ-ଇସ୍ରାଏଲ ମିଳିତ ଭାବରେ କରିଛନ୍ତି। ଏହା ଉଭୟଙ୍କ ଏୟାରଷ୍ଟ୍ରାଇକ୍ ଅଭିଯାନର ଏକ ଅଂଶ ବୋଲି କୁହାଯାଉଛି। ଇରାନ ଏହାକୁ କ୍ରୁର ଆକ୍ରମଣ ବୋଲି ଘୋଷଣା କରିବା ସହ ଏହା ଅନ୍ତର୍ଜାତୀୟ ଆଇନର ଉଲଂଘନ ବୋଲି କହିଛି।
ଇରାନର ପରମାଣୁ ଶକ୍ତି ମୁଖ୍ୟ ମହମ୍ମଦ ଇସ୍ଲାମୀ ଜାତିସଂଘରଆନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (IAEA)କୁ ଚିଠି ଲେଖିଛନ୍ତି। ଏଥିରେ ଅଭିଯୋଗ କରିଛନ୍ତି‘ନତାଞ୍ଜ’ ଉପରେ ୨ଟି ଭୟଙ୍କର ଆକ୍ରମଣ ହୋଇଛି। ସାଟେଲାଇଟ୍ ଫଟୋରୁ ଜଣାପଡୁଛି ଯେ, ଏଣ୍ଟ୍ରି ଗେଟ୍ରେ କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି, ଯାହା ଭିତରୁ ତିନୋଟି ବିଲ୍ଡିଂ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। IAEA କହିଛି ‘ନତାଞ୍ଜ’ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି, ତେବେ ରେଡିଏସନ୍ ଲିକ୍ ହେବାର ସମ୍ଭାବନା ନାହିଁ।
ଏହି ଆକ୍ରମଣ ଜୁନ୍ ୨୦୨୫ ରେ ୧୨ ଦିବସୀୟ ଇରାନ-ଇସ୍ରାଏଲ ଯୁଦ୍ଧକୁ ମନେପକାଉଛି। ଯେଉଁଥିରେ ଇସ୍ରାଏଲ ଓ ଆମେରିକା ନତାଞ୍ଜ ସହିତ ଇରାନର ପ୍ରମୁଖ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଏହି ଯୁଦ୍ଧରେ ପାଇଲଟ୍ ଫ୍ର ଫୁଏଲ ଏନରିଚମେଣ୍ଟ ଫ୍ଲାଣ୍ଟ ନଷ୍ଟ ହୋଇଯାଇଥିଲା ଏବଂ ବିଜୁଳି ଯୋଗାଯୋଗ ବ୍ୟବସ୍ଥା ଗମ୍ଭୀର କ୍ଷତିଗ୍ରସ୍ତ ହୋଇଥିଲା। ଇରାନ ସେତେବେଳେ ଦାବି କରିଥିଲା ଯେ, ଏହାର ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ, କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ଏହାକୁ ସନ୍ଦିଗ୍ଧ ବୋଲି ମନେ କରୁଛି।
ଆହୁରି ପଢନ୍ତୁ : ବିଶ୍ୱର ସବୁଠୁ ବଡ଼ ଏଲ୍ଏନ୍ଜି ପ୍ଲାଣ୍ଟ୍ରେ ହମ୍ଲା, ମହଙ୍ଗା ହେବ ଟେକ୍ ଉତ୍ପାଦ