ତେହରାନ୍‌,୦୭/୦୬: ବାଲିଷ୍ଟିକ  ମିସାଇଲ ନିର୍ମାଣ କରିବାକୁ ଇରାନ ଚୀନ୍‌କୁ ସଲିଡ୍‌ ଫୁଏଲ (ଇନ୍ଧନ) ଏବଂ ରକେଟ  ଅକ୍ସିଡାଇଜର ଆମୋନିୟମ ପରକ୍ଲୋରେଟ୍‌  ମାଗିଥିବା ଜଣାପଡ଼ିଛି । ଏଥିରୁ ଇରାନ ୮୦୦ରୁ ଅଧିକ ବାଲିଷ୍ଟିକ ମିସାଇଲ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।

ରିପୋର୍ଟ ଅନୁସାରେ, କିଛି ମାସ ଭିତରେ ଚୀନ୍‌ରୁ ଏହି ଇନ୍ଧନ ଇରାନରେ ପହଞ୍ଚିବ । ଏହି ଇନ୍ଧନ ଇରାନର ଏକ କମ୍ପାନୀ ପିଶ୍‌ଗାମନ୍‌ ତେଜ୍‌ରାଟ ରଫି ନୋଭିନ୍‌ ହଂକଂରେ ଥିବା ଲାୟନ୍‌ କମୋଡିଟିଜ୍‌ ହୋଲ୍ଡିଂ ଲିମିଟେଡ୍‌ଠାରୁ ମଗାଇଛି। ଏହା ଦ୍ୱାରା ଇରାନର ଦୁର୍ବଳ ହୋଇପଡ଼ିଥିବା ସେନାଶକ୍ତିକୁ ବଳ ମିଳିବ । ଇସ୍ରାଏଲର ଆକ୍ରମଣ ପରେ  ଇରାନ ନିଜ ମିସାଇଲ ଷ୍ଟକ୍‌ ବଢ଼ାଇବାକୁ  ଉଦ୍ୟମ କରୁଛି। ତେବେ ଏ ବାବଦରେ  କିଛି ଜଣା ନ ଥିବା ଚୀନ୍‌ ସରକାରଙ୍କ ପକ୍ଷରୁ  କୁହାଯାଇଛି। 

ପ୍ରକାଶଥାଉ କି, ଫେବ୍ରୁଆରୀ  ଏବଂ ମାର୍ଚ୍ଚରେ ଇରାନର ରଜଇ ବନ୍ଦରରେ  ବିସ୍ଫୋରଣ ହୋଇଥିଲା।